ETV Bharat / bharat

ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ବାରମୂଲା ହାଇୱେରେ IED ଠାବ

author img

By ETV Bharat Odisha Team

Published : Sep 11, 2023, 12:47 PM IST

Updated : Sep 11, 2023, 1:00 PM IST

ବାରମୂଲା ହାଇୱେରେ IED ଠାବ
ବାରମୂଲା ହାଇୱେରେ IED ଠାବ

ବାରମୂଲାରେ ବଡ଼ ଧରଣର ଆତଙ୍କୀ ହାମଲା ଯୋଜନା ପଣ୍ଡ । ଜାତୀୟ ରାଜପଥରେ ଆଇଡି ଠାବ କଲେ ସୁରକ୍ଷା ବାହିନୀ । ଅଧିକ ପଢ଼ନ୍ତୁ

ବାରମୂଲା ହାଇୱେରେ IED ଠାବ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରମୂଲାରୁ ଆଜି ଏକ ଆଇଡି ଠାବ ହୋଇଛି । ଶ୍ରୀନଗର-ବାରମୂଲା ଜାତୀୟ ରାଜପଥରୁ ଆଇଡିକୁ ଠାବ କରାଯାଇଛି । ଏନେଇ ସୂଚନା ପାଇବା ମାତ୍ରେ ଜମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ (BDS) ସେଠାରେ ପହଞ୍ଚିଛନ୍ତି । ଆଇଡିଟିକୁ ନିଷ୍କ୍ରିୟ କରି ଦିଆଯାଇଥିବା ସୂଚନା ମିଳିଛି । ତେବେ ଏହି ଆଇଡି ଜରିଆରେ ହାଇୱରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି । ଯାହାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାବଳ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଫଳରେ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଆଜି(ସୋମବାର) ସକାଳେ ବାରମୂଲା ଜାତୀୟ ରାଜପଥର ହଂଜିବେରା ପଟ୍ଟନ ନିକଟରେ ଆଇଡି ଭଳି ସନ୍ଦିଗ୍ଧ ବସ୍ତୁ ଠାବ ହୋଇଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଖବର ପାଇବା କ୍ଷଣି ସୁରକ୍ଷାବଳ ଶ୍ରୀନଗର ବାରମୂଲା ହାଇୱେକୁ ବନ୍ଦ କରିଦେଇଥିଲେ । ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଆଇଡିକୁ ନିଷ୍କ୍ରିୟ କରିଦିଆଯାଇଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଯାହାଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: Pakistan: ସୁରକ୍ଷା ବାହିନୀର ଗୁଳିମାଡରେ ୭ ଆତଙ୍କୀ ସଫା

ଏନେଇ ଜମ୍ମୁ ରୁରାଲ ଏସ୍‌ପି ରାହୁଲ ଚରକ କହିଛନ୍ତି, "ହାଇୱେ ନିକଟରେ ଏକ ସନ୍ଦିଗ୍ଧ ବସ୍ତୁ ପଡିଥିବାର ଆମକୁ ସୂଚନା ମିଳିଥିଲା । ଏହାପରେ ଆମେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌କୁ ଡକାଇଥିଲା । ବିଡିଏସ୍ ଟିମ୍ ଆଇଡିଟିକୁ ନିଷ୍କ୍ରିୟ କରିଦେଇଛନ୍ତି ।" ଏହାପୂର୍ବରୁ ଗତ ଅଗଷ୍ଟରେ ଜମ୍ମୁର ନାଗ୍ରୋଟା ଅଞ୍ଚଳରୁ ଗୋଟିଏ ଆଇଡି ଠାବ କରାଯାଇଥିଲା । ଜୁଲାଇ ମଧ୍ୟରେ ବାରମୂଲା ଅଞ୍ଚଳରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ବାରମୂଲା ହାଇୱେ'ରେ ଗୋଟିଏ ବ୍ୟାଗ୍‌ ସନ୍ଦେହଜନକ ଭାବେ ପଡ଼ିଥିବାର ସୂଚନା ମିଳିଥିଲା । ପୋଲିସର ଗୋଟିଏ ଟିମ୍, ୨୯ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫ ଘଟଣାସ୍ତଳରେ ପହଞ୍ଚି ଯାଞ୍ଚ କରିଥିଲେ ।

ଏହାମଧ୍ୟ ପଢନ୍ତୁ : ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି

ପ୍ରକାଶ ଥାଉକି, ଗତ ୪ ତାରିଖରେ ଜମ୍ମୁ-କାଶ୍ମୀରର ରେସି ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଲସ୍କର-ଏ-ତେଏବା ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ ।

Last Updated :Sep 11, 2023, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.