ETV Bharat / bharat

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି

author img

By ETV Bharat Odisha Team

Published : Sep 5, 2023, 10:29 AM IST

ଜମ୍ମୁ-କାଶ୍ମୀରର ରେସି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କୀ ସଫା । ଅଧିକ ପଢନ୍ତୁ

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରେସି ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କୀ ନିପାତ ହୋଇଛି । ଏହି ଗୁଳି ବିନିମୟରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗତକାଲି(ସୋମବାର) ଅପରାହ୍ନରେ ସ୍ଥାନୀୟ ପୋଲିସ ଓ ସେନା ପକ୍ଷରୁ ରେସି ଜିଲ୍ଲାର ତୁଲି ଅଞ୍ଚଳରେ ମିଳିତ ଅପରେସନ କରାଯାଇଥିଲା ।

ଏନେଇ ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ତୁଲି ଅଞ୍ଚଳର ଗାଲି ସୋହବ ଗ୍ରାମରେ ଦୁଇ ଜଣ ଲସ୍କର-ଏ-ତୋଏବା ଆତଙ୍କୀ ଲୁଚି ଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା କ୍ରମେ ସୋମବାର ଅପରାହ୍ନରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୁରା ଅଞ୍ଚଳକୁ କର୍ଡନ କରାଯାଇ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହି ଗୁଳି ବିନିୟମରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା ଏବଂ ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଘଟଣା ପରେ ଏବେ ବି ସୁରକ୍ଷାବାହିନୀ ପକ୍ଷରୁ ତୁଲି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ଘାଟିରେ ଏନକାଉଣ୍ଟର ଆରମ୍ଭ, ଜାରି ରହିଛି ଗୁଳି ବିନିମୟ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଗତ ଅଗଷ୍ଟ ୨୧ ତାରିଖରେ ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ଲାରୋ-ପାରିଗମ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ହେଲେ ଏଥିରେ କୌଣସି ଆତଙ୍କୀ ନିହତ ହୋଇନଥିଲେ । ଲାରୋ-ପାରିଗମରେ କିଛି ଆତଙ୍କୀ ଆତ୍ମଗୋପନ କରିଥିବାର ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପ୍ରଥମେ ଆତଙ୍କୀ ସେନା ଉପରକୁ ଗୁଳି ଚଳାଇଥିଲେ ।

ଏହାମଧ୍ୟ ପଢନ୍ତୁ: କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ: ୩ ଯବାନ ଶହୀଦ

ଅଗଷ୍ଟ ୫ ତାରିଖ ଦିନ କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅତିରିକ୍ତ ଫୋର୍ସ ପଠାଯାଇ ହାଲନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ତେବେ ଚଳିତ ବର୍ଷ ଘାଟିରେ ଏକାଧିକ ଟାର୍ଗେଟ କିଲିଂ ମାମଲା ସାମ୍ନାକୁ ଆସିଥିଲା । ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟ ଶ୍ରମିକଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ । ଫଳରେ ପୁଣିଥରେ ଏଠାରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.