ପ୍ରେମ ନିବେଦନ ପ୍ରତ୍ୟାଖାନ କଲେ ନାବାଳିକା, ବାପା-ଝିଅଙ୍କୁ ଆକ୍ରମଣ କଲା ଯୁବକ

By ETV Bharat Odisha Team

Published : Nov 30, 2023, 10:40 PM IST

thumbnail

ବାଲେଶ୍ୱର: ଏକ ତରଫା ପ୍ରେମକୁ ନେଇ ଜଣେ ଯୁବକ ଉନ୍ମତକାଣ୍ଡ । ଯୁବକର ଆକ୍ରମଣରେ ବାପା ଝିଅ ଗୁରୁତର । ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଫେରାର ଥିବା ଜଣାପଡିଛି । 

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ଅଧିନ କଲ୍ୟାଣି ପଞ୍ଚାୟତ ଭିର୍ଲା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି । ଆଜି ସକାଳେ ସ୍କୁଲ ଯାଉଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକ ତାଳପଦା ଗ୍ରାମର ମାଉଁ ମଳିକଙ୍କ ପୁଅ ନବୀନ ମଳିକ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲେ । ଝିଅଟି ରାଜି ନହେବାରୁ ତାଙ୍କୁ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ପୂର୍ଣ୍ଣଚନ୍ଦ୍ର ସେଠାରେ ପହଁଞ୍ଚି ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ ବାପ ଝିଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ଗୋପାଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ....ନୃଶଂସ ମଣିଷ ! କର୍ମଚାରୀକୁ ମାରି ୪୦୦ ଖଣ୍ଡ କଲେ ବାପ-ପୁଅ

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.