ETV Bharat / state

ଭିତିରି ବୁଝାମଣାରେ ବିଜେଡି-ବିଜେପି ନିର୍ବାଚନ ଲଢୁଛନ୍ତି: ସଚିନ ପାଇଲଟ - sachin pilot targets bjp

author img

By ETV Bharat Odisha Team

Published : May 19, 2024, 2:11 PM IST

SACHIN PILOT TARGETS BJP: ଭୁବନେଶ୍ୱରରେ ସଚିନ ପାଇଲଟଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେଡି ଓ ବିଜେପି ମୁଦ୍ରାର ଦୁଇ ପାର୍ଶ୍ବ ବୋଲି କହିଲେ ସଚିନ । ଅଧିକ ପଢନ୍ତୁ

SACHIN PILOT TARGETS BJP
SACHIN PILOT TARGETS BJP (ETV BHARAT ODISHA)

SACHIN PILOT TARGETS BJP (ETV BHARAT ODISHA)

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ପ୍ରଚାର ମଙ୍ଗ ଧରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଷ୍ଟାର ପ୍ରଚାରକ ସଚିନ ପାଇଲଟ । ଶନିବାର ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଦେଶରେ ଏଥର ଇଣ୍ଡିଆ ମେଣ୍ଟକୁ ବହୁମତ ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, ବିଜେପି ନେତାମାନେ ହାରିବା ଭୟରେ ନିଜ ମତ ବଦଳାଉଛନ୍ତି । କଂଗେସ ଦଳ ଅନେକ ଆଗକୁ ବଢିଛି l 10 ବର୍ଷ ବିଜେପି ସରକାର ପରେ ବର୍ତ୍ତମାନ ପରିବର୍ତ୍ତନର ଆବଶ୍ୟକତା ରହିଛି l ବିଜେପିର ଦୁର୍ନୀତି ଭ୍ରଷ୍ଟାଚାରର ତାଲିକା ସମ୍ବନ୍ଧରେ ସାରା ଦେଶ ଜାଣିଛି l ଆଜି ସାରା ଦେଶରେ କଂଗ୍ରେସର ଇସ୍ତାହାରକୁ ନେଇ ଚର୍ଚ୍ଚା ହେଉଛି l ଏହି ରାଜ୍ୟରେ ଆଜି ଅନେକ ସଫଳ କାର୍ଯ୍ୟକ୍ରମ ହୋଇଛି l ଓଡ଼ିଶା ଭିତରେ ତ୍ରିକୋଣୀୟ ଲଢେ଼ଇ ହେଉନି କାରଣ ବିଜେଡି ଓ ବିଜେପି ଏଠାରେ ମିଶିକରି ରହିଛନ୍ତି ବୋଲି କହିଥିଲେ ସଚିନ ।


ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ଯେଉଁ ସାମ୍ବିଧାନିକ ସଂସ୍ଥା ରହିଛି ସେଗୁଡିକୁ କ୍ଷତି ପହଞ୍ଚ ଯାଉଛି l ନିର୍ବାଚନ ସମୟର କଂଗ୍ରେସର ବ୍ୟାଙ୍କ ଖାତା ବନ୍ଦ କରିଦିଆଯାଇଛି । ୨ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ବିଜେପି ଉପରୁ ଲୋକଙ୍କ ଭରସା ତୁଟି ଗଲାଣି l ବିଜେପିର ବଡ ନେତାମାନେ କହିଛନ୍ତି ଆମେ ସମ୍ବିଧାନକୁ କୌଣସି କ୍ଷତି ପହଞ୍ଚିଆଇବୁ ନାହିଁ କିନ୍ତୁ ବାସ୍ତବରେ ଏହାର ଆବଶ୍ୟକତା କ'ଣ ? ଆମ ନେତାମାନେ ତ ସରକାର କରିବା ସମୟରେ ଏପରି ଶପଥ ନିଅନ୍ତି ନାହିଁ l କଂଗ୍ରେସ ଆସିଲେ ଧାନର MSP ବଢ଼ାଇବୁ, ଶ୍ରମିକଙ୍କ ଉନ୍ନତି ହେବ ସବୁ ବର୍ଗର ଲୋକେଙ୍କୁ ଗୁରୁତ୍ବ ଦିଆଯିବ l ଯେଉଁ ରାଜ୍ୟରେ ଲୋକ ସିଧସଳଖ ବିଜେପି ସହ ଲଢୁଛନ୍ତି ସେହି ରାଜ୍ୟରେ କଂଗ୍ରେସର ବହୁତ ଭଲ ସ୍ଥିତି ରହିଛି l ପୂର୍ବରୁ ବିରୋଧୀ ସରକାର ଉପରେ ଚର୍ଚ୍ଚା କରିଥିଲେ ବର୍ତ୍ତମାନ ଓଲଟା ହେଉଛି । ଭାଜପା ସରକାର ଆମକୁ ନେଇ ଚର୍ଚ୍ଚା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-EXCLUSIVE: 'ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ' - ETV BHARAT EXCLUSIVE

ଆମେ ଯେଉଁସବୁ ଯୋଜନା ଆରମ୍ଭ କରିବାକୁ ଚେଷ୍ଟା କରୁଛୁ ଭାଜପା ସେସବୁକୁ ବିରୋଧ କରିଛି l ତେଣୁ ଏହି ସରକାର ଉପରୁ ଲୋକଙ୍କ ମନ ଉଠି ସରିଛି l BJDକୁ ଭୋଟ ଦେବା ବିଜେପିକୁ ଦେବା ସହ ସମାନ ଏହା ଲୋକେ ଜାଣନ୍ତି l ଆମେ ଓଡ଼ିଶା ରାଜ୍ୟରେ ଆମେ ଜିତିବା ପାଇଁ ଲଢୁଛୁ, ବହୁମତରେ ଜିତିବା ସୁନିଶ୍ଚିତ l ଗତ ୧୦ବର୍ଷ ଧରି ଦେଶବାସୀ ଯେଉଁ ଭରସା କରି ମୋଦି ସରକାରଙ୍କୁ ନିର୍ବାଚିତ କରିଆସିଥିଲେ ତାହା ଏବେ ତୁଟି ଯାଇଛି । କାରଣ ବିଗତ ବର୍ଷଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଅଦ୍ୟାବଧି ପୂରଣ କରିନାହାନ୍ତି । ଅନ୍ୟପକ୍ଷରେ ଦେଶରେ ବେରୋଜଗାର, ଦରଦାମ, ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି । ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିଛି ।


ସଚିନ ପାଇଲଟ ଏହା ମଧ୍ୟ କହିଛନ୍ତି, ''ପ୍ରଥମ କରି ଦେଖାଯାଉଛି ଶାସକ ଦଳ ବିପକ୍ଷ ଦଳ ଉପରେ ଆରୋପ ଲଗାଉଛି । ଯେତେବେଳେ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିଲା ସେତେବେଳେ ସେମାନେ ବିକାଶମୂଳକ ଆର୍ଥିକ ନୀତିକୁ ବିରୋଧ କରୁଥିଲେ । ଯେତେବେଳେ ଆମେ FDI କଥା କହିଲୁ ସେମାନେ ବିରୋଧ କଲେ । ମାତ୍ର ବର୍ତ୍ତମାନ ସମର୍ଥନ କରୁଛନ୍ତି । ଡିବିଟି, ଜିଏସ୍‌ଟି, ଡବ୍ଲୁଟିଓ ଆଦିକୁ ସେମାନେ କଂଗ୍ରେସ ସରକାର ସମୟରେ ବିରୋଧ କରିଥିଲେ । କିନ୍ତୁ ବର୍ତ୍ତମାନ ସମର୍ଥନ କରୁଛନ୍ତି । ସେହିପରି ଆଧାରକାର୍ଡ, ଆଇଟି ରିଭୋଲ୍ୟୁସନ, ଟେଲିକମ ଭୋଲ୍ୟୁସନ ଆଦି ସମସ୍ତ ଯୋଜନା କଂଗ୍ରେସ ସରକାରଙ୍କ ପରିକଳ୍ପନା ଥିଲା । ଏସବୁ ଯୋଜନାକୁ ଲାଗୁ କରି ସେମାନେ କେବଳ ଶ୍ରେୟ ନେବାକୁ ଚାହୁଁଛନ୍ତି ।''

ସେହିପରି ଓଡ଼ିଶାରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପାଇଲଟ୍ କହିଲେ ଯେ, ଏଠାରେ ବିଜେଡି ଓ ବିଜେପି ଭିତିରି ବୁଝାମଣାରେ ନିର୍ବାଚନ ଲଢୁଛନ୍ତି । ସେମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନ କାଳରେ ଏଠାରେ ବେକାରୀ ସମସ୍ୟା, ଦରଦାମ, ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି । କଂଗ୍ରେସ ଏଠାରେ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି । ତେଣୁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିବାକୁ ପାଇଲଟ୍ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.