ଗଭୀର ସମୁଦ୍ରରୁ ହରିଣ ଉଦ୍ଧାର

By

Published : Jun 7, 2023, 8:35 AM IST

thumbnail

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦରର ଗଭୀର ପୋତାଶ୍ରୟରୁ ଏକ ହରିଣକୁ ଉଦ୍ଧାର କରାଯାଇଛି। ହରିଣଟି ଗଭୀର ସମୁଦ୍ରରେ ପହଁରୁ ଥିବା ସମୟରେ ତଟରଖି ବାହିନୀର ନଜରରେ ପଡିଥିଲା । ହରିଣଟି ପହଁରୁ ଥିବା ଦେଖି ତଟରଖି ବାହିନୀ ପକ୍ଷରୁ ହରିଣଟିକୁ ଉଦ୍ଧାର କରାଯାଇ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ ପାରାଦ୍ୱୀପ ବନ୍ଦର ପୋତାଶ୍ରୟ ନିକଟରେ ଏକ ହରିଣକୁ ବନ୍ଦରରେ କାର୍ଯ୍ୟରତ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ହରିଣ ଟିଏ ଠିଆ ହୋଇଥିବା ଦେଖି ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସେଠାରେ ଗହଳି ଜମିଥିଲା । ଲୋକଙ୍କ ଗହଳି ବଢିବାରୁ ହରିଣଟି 5 ନମ୍ବର ପୋତାଶ୍ରୟ ଗେଟ ତଳକୁ ଡେଇଁ ପଡିଥିଲା । ସମୁଦ୍ର ମଧ୍ୟରେ ହରିଣ ଟିଏ ପହଁରୁ ଥିବାର ଦେଖି ତଟରଖି ବାହିନୀ ପକ୍ଷରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ପରେ ତଟରଖି ବାହିନୀ ପକ୍ଷରୁ ସମୁଦ୍ରରେ ବୁଡାଳି ମାନଙ୍କୁ ଅଣା ଯାଇଥିଲା । ଦୁଇ ଜଣ ବୁଡାଳି ଗଭୀର ସମୁଦ୍ର ମଧ୍ୟକୁ ଯାଇ ହରିଣଟିକୁ ଉଦ୍ଧାର କରିଥିଲେ । ଏହା ପରେ ପୁଣି ସେ ପାଣିକୁ ଡେଇଁ ପଡିଥିଲା ପରେ ହରିଣଟି ଉଦ୍ଧାର କରାଯାଇ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.