Ganesh Puja 2023: ଚାନ୍ଦାକୁ ନେଇ ଛୁରାମାଡ଼, 2 ଗୁରୁତର

By ETV Bharat Odisha Team

Published : Sep 19, 2023, 7:58 PM IST

thumbnail

କଟକ: ଚାନ୍ଦାକୁ ନେଇ ଛୁରାମାଡ଼ ।  କଟକରେ ଗଣେଶ ପୂଜା ଚାନ୍ଦାକୁ ନେଇ ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି। ଛୁରାମାଡ଼ରେ 2ଜଣ ଆହତ ହୋଇ ଏସିବି ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଡାନାସୀ ନୂଆସାହି ଅଞ୍ଚଳରେ ଘଟିଛି ଏପରି ଘଟଣା । ସାହିରେ ଚାଲିଥିବା ପୂଜା ଚାନ୍ଦାକୁ ନେଇ 2 ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପୂଜା ଚାନ୍ଦାକୁ ନେଇ ବିବାଦ ଏତେ ଆଗକୁ ଚାଲିଯାଇଥିଲା ଯେ ଯାହା ପାଇଁ ଛୁରାମାଡ଼ ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା।

ଏହା ବି ପଢନ୍ତୁ- ଗଣେଶ ପୂଜାରେ ବାଣଫୁଟା ବ୍ୟାନ, ଚାନ୍ଦା ମାଗିଲେ ଧରିବ ପୋଲିସ

ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବିଡାନାସୀ ପୋଲିସ ।  ଛୁରାମାଡ଼ କରିଥିବା 2 ଅଭିଯୁକ୍ତ ଅଟକ ରଖାଯାଇଛି । ତେବେ ଗୁରୁତର ଆହତ ହୋଇଥିବା ଦୁଇ ବ୍ୟକ୍ତି ହେଲେ ଶ୍ୟାମ ସୁନ୍ଦର ଦାସ ବାପିନା ଜେନା ।  ତେବେ ଏସିବିରେ ଦୁଇ ଜଣଙ୍କୁ ଭର୍ତ୍ତି କରଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ରହିଛି ।  ତେବେ 2 ଭଉଣୀଙ୍କ ଅଭିଯୋଗ ଅନୁସାରେ 5 ଜଣ ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି । ଉଭୟ ଚାନ୍ଦା ନ ଦେଇ ପାରିବାରୁ ଏହି 5 ଜଣ ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତେବେ ପୋଲିସ ଏହି ଦିଗରେ ଅଧିକ ଛାନଭିନ ଜାରି ରଖିଛି।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.