ETV Bharat / bharat

ଗଣେଶ ପୂଜାରେ ବାଣଫୁଟା ବ୍ୟାନ, ଚାନ୍ଦା ମାଗିଲେ ଧରିବ ପୋଲସ

author img

By

Published : Aug 20, 2019, 3:56 PM IST

ଏଣିକି ଗଣେଶ ପୂଜାରେ ବାଣ ଫୁଟାଇବା ସହ ଚାନ୍ଦା ଆଦାୟକୁ ମନା । ନିୟମକୁ ଉଲଙ୍ଘନ କଲେ ହାଇଦ୍ରାବାଦ ପୋଲିସ ପକ୍ଷରୁ ନିଆଯାଇ ପାରେ ଦୃଢ କାର୍ଯ୍ୟାନୁଷ୍ଠାନ ।

ଫାଇଲ ଫଟୋ

ହାଇଦ୍ରାବାଦ: ଗଣେଶ ପୂଜାରେ ବାଣ ଫୁଟାଇ ମଜା କରିବେ ବୋଲି ଭାବୁଛନ୍ତି କି ? ଯଦି ଏପରି ଭାବୁଛନ୍ତି ତେବେ ତାହା ବନ୍ଦ କରନ୍ତୁ । କାରଣ ଗଣେଶ ପୂଜାରେ ବାଣ ଫୁଟା ବ୍ୟାନ । ଏହାସହ କୌଣସି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଲୋକଙ୍କଠାରୁ ଜବରଦସ୍ତି ଚାନ୍ଦା ଆଦାୟ କଲେ ମଧ୍ୟ ସେମାନଙ୍କ ପ୍ରତି ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ନିୟମ କରିଛି ତେଲେଙ୍ଗାନା ପୋଲିସ ପ୍ରଶାସନ ।

ରାଜ୍ୟରେ ସେପ୍ଟେମ୍ବର 2 ଠାରୁ 12 ତାରିଖ ପର୍ଯ୍ୟନ୍ତ ଗଣେଶ ପୂଜା ଅବସରରେ କୌଣସି ସ୍ଥାନରେ ଫୁଟିବ ନାହିଁ ବାଣ । ଏନେଇ ହାଇଦ୍ରାବାଦ ପୋଲିସ କହିଛନ୍ତି, ସାର୍ବଜନୀନ ସ୍ଥାନରେ ବାଣ ଫୁଟାଇଲେ କିମ୍ବା ଲୋକଙ୍କଠାରୁ ଚାନ୍ଦା ଆଦାୟ କଲେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଏଭଳି ନିୟମ କରିବା ଦ୍ବାରା ସହରରେ ଶାନ୍ତିପୂର୍ଣ୍ଣ ଏବଂ ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇପାରିବ ବୋଲି ହାଇଦ୍ରାବାଦ ପୋଲିସ ଅଞ୍ଜନୀ କୁମାର ସୂଚନା ଦେଇଛନ୍ତି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.