ETV Bharat / politics

ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜ ପରେ ପ୍ରାର୍ଥୀ ହେଲେ ମା' ଗୀତାଞ୍ଜଳି - Niali Congress Candidate

author img

By ETV Bharat Odisha Team

Published : May 17, 2024, 9:04 PM IST

Niali Congress Candidate: କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜ ପରେ ଜ୍ୟୋତିଙ୍କ ମା'ଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପଢନ୍ତୁ ପୁରା ଖବର ।

Niali Congress Candidate
Niali Congress Candidate (ETV Bharat Odisha)

Niali Congress Candidate (ETV Bharat Odisha)

ନିଆଳି: କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜକୁ ନେଇ ବର୍ଷିଲା କଂଗ୍ରସ । ଶାସକ ଦଳର ଚକ୍ରାନ୍ତରେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ଜ୍ୟୋତିଙ୍କ ମା' ଗୀତାଞ୍ଜଳିଙ୍କୁ କଂଗ୍ରେସ ପ୍ରାର୍ଥୀ ବୋଲି ଘୋଷଣା କରିଛି ଦଳ । କଟକ ଜିଲ୍ଲା ନିଆଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଦଳର ଯୁବ ଚେହେରା ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ ହୋଇଛି । ଯାହାକୁ ନେଇ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ଶାସକ ଦଳକୁ ଦାୟୀ କରିଛନ୍ତି । ପରବର୍ତ୍ତୀ କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମା' ଗୀତାଞ୍ଜଳି ମଲ୍ଲିକ ନିଆଳି ବିଧାୟକ ଆସନ ପାଇଁ ନିର୍ବାଚନ ଲଢିବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା ସହିତ ତାଙ୍କ ନାମାଙ୍କନ ପତ୍ର କାଏମ ରହିଛି।


ଆସନ୍ତା ୧ ତାରିଖ ଦିନ କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପ୍ରାର୍ଥୀ ରଣନୀତି ପ୍ରସ୍ତୁତି କରୁଛନ୍ତି । କିନ୍ତୁ କଂଗ୍ରେସ ଦଳର ପ୍ରାର୍ଥୀପତ୍ର ଖାରଜ ହେବା ପରେ ନିଆଳି କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ହୋଇଛି । "ଆମ ଦଳର ପ୍ରାର୍ଥୀ ପରିବର୍ତ୍ତନ କେଉଁ ଅବସ୍ଥାରେ ହେଲା ?"ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ ।

ଏହା ବି ପଢନ୍ତୁ...କଂଗ୍ରେସକୁ ଝଟକା, ନିଆଳି ପ୍ରାର୍ଥୀ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜ - Nomination Rejected

ପଞ୍ଚାନନ ଆହୁରି କହିଛନ୍ତି, "ଜ୍ୟୋତି ରଞ୍ଜନ ମଲ୍ଲିକ କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅଛନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ଭାବରେ ଗତ ୧୪ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ତାଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଛି । ସରକାରୀ କର୍ମଚାରୀ ଏବଂ ଶାସକ ଦଳ ନେତା ସାମିଲ ହୋଇ ଏଭଳି କାର୍ଯ୍ୟ କରିଛନ୍ତି । ଏଭଳି ଚକ୍ରାନ୍ତ ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳି ମଲ୍ଲିକ ଶ୍ରେୟ ଏବଂ ସମର୍ଥନ ପାଇବେ। କଂଗ୍ରେସ ୯ଟି ଗ୍ୟାରେଣ୍ଟି ଓ ୯୦ଟି ସଂକଳ୍ପ ପତ୍ର ନେଇ ଭୋଟରଙ୍କ ପାଖକୁ ଯିବ ଏବଂ ପରିବର୍ତ୍ତନ ପାଇଁ ନିବେଦନ କରିବ।" ସେହିପରି ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା କହିଛନ୍ତି, "ଶାସନ ଦଳ ଏବଂ ଶାସକ ଦଳର କର୍ମଚାରୀ ଏଭଳି କାର୍ଯ୍ୟ କରିଛନ୍ତି ।‌ ନିର୍ଣ୍ଣାୟକ ଭୂମିକା ନିଆଳି ଭୋଟର ନେବେ । ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ପ୍ରତି ଅନାୟ ହୋଇଛି ତାଙ୍କ ମା' ଗୀତାଞ୍ଜଳିଙ୍କ ପ୍ରତି ସମର୍ଥନ ବଢିବ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.