ବର୍ଷାର ପ୍ରଭାବ: ହଠାତ୍ ବଢ଼ିଲା ମଣିମୁଥାର ଜଳ ପ୍ରପାତ ଜଳସ୍ତର

By ETV Bharat Odisha Team

Published : Dec 18, 2023, 8:06 PM IST

thumbnail

ତିରୁନେଲଭେଲି (ତାମିଲନାଡୁ): ଏମିତି ହୁଏ ବର୍ଷା, ଆଉ ଏମିତି ତାଣ୍ଡବ ରଚେ ବର୍ଷା ପାଣି ।  ଏହା ହେଉଛି ତାମିଲନାଡୁର ତିରୁନେଲଭେଲି ଜିଲ୍ଲା ମଣିମୁଥାର ଜଳ ପ୍ରପାତର ଦୃଶ୍ୟ । ଲଗାଣ ବର୍ଷାରେ ହଠାତ ବଢ଼ିଲା ଜଳ ପ୍ରପାତର ଜଳସ୍ତର । ଯାହାକୁ କେହି ବି ଦେଖିଲେ ଭୟଭୀତ ହେବେ । ତାମିଲନାଡ଼ୁରେ ବର୍ଷା ବିତ୍ପାତ ଜଳ ପ୍ରପାତକୁ ଅଧିକ ଭୟାନକ କରିଛି । ସେପଟେ ବନ୍ୟା ବିପନ୍ନଙ୍କୁ ଉଦ୍ଧାରରେ ଲାଗିଛି ଭାରତୀୟ ନୌସେନା । ହେଲିକପ୍ଟର ଜରିଆରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଛାତ ଉପରେ ଫସି ରହିଥିବା ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି । ନୌସେନାର ସ୍ବତନ୍ତ୍ର ରେ୍ସ୍କ୍ୟୁ ଟିମ୍ , ବନ୍ୟା ବିପନ୍ନଙ୍କୁ ହେଲିକପ୍ଟରରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ  ବିପନ୍ନଙ୍କୁ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.