ଯୋଗୀଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ, ଦିବଙ୍ଗତ ନେତା ମୁଲାୟମ ସିଂକୁ ଦେଲେ ଶ୍ରଦ୍ଧାଞ୍ଜଳି

By

Published : Aug 20, 2023, 3:46 PM IST

thumbnail

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଚଳଚ୍ଚିତ୍ର 'ଜେଲର' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଯାହା ବକ୍ସ ଅଫିସରେ ଧମାକା କରୁଛି । ଏହାରି ମଧ୍ୟରେ ରଜନୀକାନ୍ତ ବର୍ତ୍ତମାନ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି ।  ସେ ୟୁପିରେ ପହଞ୍ଚି ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ଏବେ ରଜନୀକାନ୍ତ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଶନିବାର ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ଭେଟିଥିଲେ । ରବିବାର ଦିନ ରଜନୀକାନ୍ତ ରାଜ୍ୟର ପୂର୍ବତନ  ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି ।

ଅଖିଳେଶ ଯାଦବଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, 'ଅଖିଳେଶ ଏବଂ ମୁଁ ପୂର୍ବରୁ ବମ୍ବେରେ ସାକ୍ଷାତ କରିଥିଲୁ । ସେହି ଦିନଠାରୁ ଆମେ ବନ୍ଧୁ ଅଟୁ । ଆମେ ଫୋନରେ ମଧ୍ୟ ପରସ୍ପର ସହ କଥା ହେଉ । ରଜନୀକାନ୍ତ କହିଛନ୍ତି ଯେ 5 ବର୍ଷ ପୂର୍ବେ ଯେତେବେଳେ ସେ ୟୁପି ସୁଟିଂ ପାଇଁ ଆସିଥିଲେ ସେତେବେଳେ ସେ ଅଖିଳେଶ ଯାଦବଙ୍କୁ ଭେଟି ପାରିନଥିଲେ । କିନ୍ତୁ ଏବେ ତାଙ୍କୁ ଭେଟିବାକୁ ଅବସର ମିଳିଛି ।  

ଏହା ମଧ୍ୟ ପଢନ୍ତୁ: ଯୋଗୀଙ୍କୁ ଭେଟିଲେ ରଜନୀ, ପାଦ ସ୍ପର୍ଶ କରି କଲେ ପ୍ରଣାମ

ଅଖିଳେଶ ଯାଦବ ମଧ୍ୟ ତାଙ୍କ ଅଫିସିଆଲ ଟ୍ବିଟରରେ ରଜନୀକାନ୍ତଙ୍କ ସହ ତାଙ୍କର ସାକ୍ଷାତର ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ଦୁହେଁ ଏକାଠି ବସିଥିବାର ନଜର ଆସିଛନ୍ତି । ଅଖିଲେଶ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ଯେତେବେଳେ ସେ ମୈଶୁରରେ ଇଞ୍ଜିନିୟରିଂ ପଢ଼ୁଥିଲେ, ସେହି ସମୟରେ ରଜନୀକାନ୍ତଙ୍କୁ ପରଦାରେ ଦେଖି ସେ ବହୁତ ଖୁସି ହେଉଥିଲେ ସେତିକି ଆଜି ବି ରହିଛି । ରଜନୀକାନ୍ତ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବନ୍ଧୁତା 9 ବର୍ଷ ପୁରୁଣା, ଅଖିଳେଶ ଯାଦବ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.