ETV Bharat / t20-world-cup-2022

T20 World Cup: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲ୍ଲା ଭାରୀ

author img

By

Published : Oct 29, 2022, 3:43 PM IST

ଟି୨୦ ବିଶ୍ବକପରେ ଏଯାବତ ୫ଥର ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ୪ ଥର ଭାରତ ବିଜୟୀ ହୋଇଛି ଓ ଦକ୍ଷିଣ ଆଫ୍ରିକା ଥରେ ବିଜୟୀ ହୋଇଛି ।

India vs South Africa records in T20 World Cup Head to Head Update
T20 World Cup: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲ୍ଲା ଭାରୀ

ପର୍ଥ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ବକପରେ ଅକ୍ଟୋବର ୩୦ରେ ଭାରତୀୟ କ୍ରିକେଟ ଟିମର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବାକୁ ଯାଉଛି । ଏହି ମୁକାବିଲା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇସାରିଛନ୍ତି, ଯେଉଁଥିରେ ଭାରତୀୟ ଟିମ ପଲ୍ଲା ସବୁଥର ଭାରୀ ରହିଛି । ଭାରତ ଓ ପାକିସ୍ତାନ ପରି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୪ଥର ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଇସାରିଛି । ଟି୨୦ ବିଶ୍ବକପ ମୁକାବିଲାରେ ଏଯାବତ ମୋଟ ୫ ଥର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯାଇଛି, ଯେଉଁଥିରେ ୪ ଥର ଭାରତ ଓ ଦକ୍ଷିଣ ଆଫ୍ରିକା କେବଳ ଥରେ ବିଜୟୀ ହୋଇପାରିଛନ୍ତି ।

India vs South Africa records in T20 World Cup Head to Head Update
ହେଡ୍‌ ଟୁ ହେଡ୍‌ ରେକର୍ଡ

ପ୍ରଥମ ମୁକାବିଲା

ଭାରତୀୟ କ୍ରିକେଟ ଓ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି୨୦ ବିଶ୍ବକପରେ ୨୦୦୭ ସେପ୍ଟେମ୍ବର ୨୦ରେ ଭେଟିଥିଲା । ଯେଉଁଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଥିଲା । ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ୱିକେଟ ହରାଇ ୧୧୬ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଏହି ମ୍ୟାଚ୍‌ରେ ରୋହିତ ଶର୍ମା ପ୍ଲେଆର ଅଫ ମ୍ୟାଚ୍‌ ହୋଇଥିଲେ ଓ ୩୭ ରନ୍‌ରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା ।

India vs South Africa records in T20 World Cup Head to Head Update
ରୋହିତ ଶର୍ମା

ଦ୍ବିତୀୟ ମୁକାବିଲା

ଭାରତୀୟ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ବିଶ୍ବକପରେ ଦ୍ବିତୀୟ ମୁକାବିଲା ୧୬ ଜୁନ୍‌ ୨୦୦୯ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୨ ରନ୍‌ରେ ଭାରତକୁ ହରାଇଥିଲା । ଏହି ମ୍ୟାଚ୍‌ରେ ଏବି ଡିଭିଲିୟର୍ସ ୫୧ ବଲ୍‌ରୁ ୬୩ ରନ୍‌ର ଇଂନିସ ଖେଳିବା ସାଙ୍ଗକୁ ତିନୋଟି ଆକର୍ଷଣୀୟ କ୍ୟାଚ୍‌ ଧରିଥିଲେ, ଯାହାକି ମ୍ୟାଚ୍‌ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୧୩୦ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ କ୍ରିକେଟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୧୮ ରନ୍‌ କରିପାରିଥିଲା । ଫଳରେ ୧୨ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା ।

India vs South Africa records in T20 World Cup Head to Head Update
ଏବି ଡି ଭିଲିୟର୍ସ

ତୃତୀୟ ମୁକାବିଲା

ଏହାପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ମୁକାବିଲା ୨ ମଇ ୨୦୧୦ରେ ହୋଇଥିଲା, ଯେଉଁଥିରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ କ୍ରିକେଟ ଟିମ, ସୁରେଶ ରୈନାଙ୍କ ଦମଦାର ଶତକୀୟ ଇଂନିସ ବଳରେ ୫ ୱିକେଟ ହରାଇ ୧୮୬ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ କେବଳ ୧୭୨ ରନ୍‌ କରିପାରିଥିଲା । ଭାରତୀୟ ଟିମ ୧୪ ରନ୍‌ରେ ମ୍ୟାଚ୍‌ ଜିତିନେଇଥିଲା । ଏହି ମ୍ୟାଚ୍‌ରେ ୬୦ ବଲ୍‌ରେ ୧୦୧ ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିବା ସୁରେଶ ରୈନା ପ୍ଲେଆର ଅଫ ଦ ମ୍ୟାଚ୍‌ ହୋଇଥିଲେ ।

India vs South Africa records in T20 World Cup Head to Head Update
ସୁରେଶ ରୈନା

ଚତୁର୍ଥ ମୁକାବିଲା

ଏହାପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ମୁକାବିଲା ୨ ଅକ୍ଟୋବର ୨୦୧୨ରେ ଖେଳାଯାଇଥିଲା, ଯେଉଁଥିରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୫୨ ରନ୍‌ ସଂଗ୍ରହ କରିଥିଲା । ଏହାପରେ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ୧୯.୫ ଓଭରରେ ୧୫୧ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଭାରତୀୟ ଟିମ ଏହି ମ୍ୟାଚ୍‌କୁ ୧ ରନ୍‌ରେ ଜିତି ନେଇଥିଲା । ଏହି ମ୍ୟାଚ୍‌ରେ ଯୁବରାଜ ସିଂହ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ୧୫ ବଲ୍‌ରୁ ୨୧ ରନ୍‌ର ଉପଯୋଗୀ ଇଂନିସ ଖେଳିବା ସହ ୨୩ ରନ୍‌ ବ୍ୟୟ କରି ଦୁଇଟି ୱିକେଟ ହାତେଇଥିଲେ ଯୁବରାଜ ଓ ପ୍ଲେଆର ଅଫ ଦ ମ୍ୟାଚ୍‌ ରହିଥିଲେ ।

India vs South Africa records in T20 World Cup Head to Head Update
ଯୁବରାଜ ସିଂହ

ପଞ୍ଚମ ମୁକାବିଲା

ଏହାପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ମଧ୍ୟରେ ପଞ୍ଚମ ମୁକାବିଲା ଏପ୍ରିଲ ୪, ବର୍ଷ ୨୦୧୪ରେ ହୋଇଥିଲା, ଯେଉଁଥିରେ ଭାରତ ପକ୍ଷରୁ ବିରାଟ କୋହଲି ୪୪ ବଲ୍‌ରୁ ଅପରାଜିତ ୭୨ ରନ୍‌ର ଇଂନିସ ଖେଳିଥିଲେ ଓ ଭାରତକୁ ଏହି ମ୍ୟାଚ୍‌ ଜିତାଇ ଦେଇଥିଲେ । ବିରାଟ କୋହଲିଙ୍କ ଅପରାଜିତ ୭୨ ରନ୍‌ର ଇଂନିସ ପାଇଁ ତାଙ୍କୁ ପ୍ଲେଆର ଅଫ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା । ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୧୭୨ ରନ୍‌ ସଂଗ୍ରହ କରିଥିଲା ।

India vs South Africa records in T20 World Cup Head to Head Update
ବିରାଟ କୋହଲି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.