ETV Bharat / sukhibhava

Water Toxicity: 20 ମିନିଟରେ 8 ଗ୍ଲାସ ପାଣି ପିଇ ମହିଳାଙ୍କ ମୃତ୍ୟୁ, ଏହା ଥିଲା କାରଣ

author img

By

Published : Aug 5, 2023, 12:52 PM IST

Water Toxicity
Water Toxicity

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରେ ମୃତ୍ୟୁ ।

ହାଇଦ୍ରାବାଦ: ପାଣି ବିନା ଜୀବନ ଅସମ୍ଭବ । ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥାଏ । ଆଜି ମଧ୍ୟ କିଛି ଲୋକ ଭାବନ୍ତି ଯେ ପାଣି କୌଣସି ପ୍ରକାରେ ମଧ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ନାହିଁ । କିନ୍ତୁ ବୈଜ୍ଞାନିକମାନେ ଏଥିରେ ସହମତି ପ୍ରକାଶ କରିନଥିବା ବେଳେ ନିକଟରେ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶରୀର ଆବଶ୍ୟକ କରୁଥିବା ପରିମାଣ ଅନୁସାରେ ହିଁ ପାଣି ପିଇବା ଆବଶ୍ୟକ । କାରଣ ଅତ୍ୟଧିକ ପାଣି ପିଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ ।

ପାଣି ପିଇବାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା 20 ମିନିଟ ଭିତରେ 8 ଗ୍ଲାସ ପାଣି ପିଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଇଣ୍ଡୋନେସିଆରୁ ଏହି ଚକିତ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିକୁ ସାରା ଦିନ ମଧ୍ୟରେ ଯେତିକି ପାଣି ପିଇବା ଉଚିତ, ଉକ୍ତ ମହିଳାଜଣଙ୍କ 20 ମିନିଟରେ ସେତିକି ପାଣି ପିଇଥିଲେ । ଅତ୍ୟଧିକ ପାଣି ପିଇବା କାରଣରୁ ଶରୀରରେ ଗମ୍ଭୀର ସମସ୍ୟା ଦେଖାଯାଇଥାଏ । ଯେଉଁଥିପାଇଁ ଶରୀରକୁ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ବେଳେବେଳେ ଏହାର ପରିଣାମ ଏତେ ଗମ୍ଭୀର ହୁଏ ଯେ, ମୃତ୍ୟୁ ମଧ୍ୟ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ବର୍ଷା ଋତୁରେ କେତେ ପାଣି ପିଇବା ଆବଶ୍ୟକ, କଣ କହୁଛନ୍ତି ଏକ୍ସପର୍ଟ

ଓ୍ବାଟର ଟକ୍ସିଟି ସମସ୍ୟା କଣ: ଅଳ୍ପ ସମୟ ମଧ୍ୟରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ବାରା ଓ୍ବାଟର ଟକ୍ସିଟି ସମସ୍ୟା ହୋଇଥାଏ । ଏହି ସ୍ଥିତିରେ କିଡନୀକୁ ଅଧିକ କ୍ଷତି ପହଞ୍ଚିଥାଏ । ଅତ୍ୟଧିକ ପାଣି ପିଇବା କାରଣରୁ ରକ୍ତରେ ପାଣିର ପରିମାଣ ବୃଦ୍ଧି ପାଇଥାଏ । ଯାହା ମସ୍ତିଷ୍କର କାର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ଏବଂ ସୋଡିୟମ୍ ସ୍ତର ହଠାତ୍ ହ୍ରାସ ପାଇଥାଏ । ସୋଡିୟମ୍ ଅଭାବକୁ ହାଇପୋନାଟ୍ରେମିଆ କୁହାଯାଏ । ସୋଡିୟମର ଅଭାବ ଯୋଗୁଁ ଶରୀରର ଅନେକ ଅଂଶ ଫୁଲି ଯାଇଥାଏ । ଖରାଦିନରେ ଏହି ମାମଲା ଅଧିକ ଦେଖାଯାଏ । କାରଣ ଉତ୍ତାପ ଯୋଗୁଁ ଲୋକମାନେ ଅତ୍ୟଧିକ ତୃଷାର୍ତ୍ତ ଅନୁଭବ କରନ୍ତି । ତେଣୁ ଆବଶ୍ୟକତା ଠାରୁ ଅଧିକ ପାଣିଥାନ୍ତି । ଫଳରେ ଓ୍ବାଟର ଟକ୍ସିଟି ହୋଇଥାଏ ।

ଓ୍ବାଟର ଟକ୍ସିଟିର ଲକ୍ଷଣ: ଓ୍ବାଟର ଟକ୍ସିଟି କାରଣରୁ ବାନ୍ତି, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ମାଂସପେଶୀରେ ଯନ୍ତ୍ରଣା, ଥକାପଣ, ନିଦ୍ରାହୀନତା, ଆଖିକୁ ଦେଖାନଯିବା, ଉଚ୍ଚ ରକ୍ତଚାପ, ଦ୍ୱନ୍ଦ୍ୱରେ ରହିବା ଏବଂ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହୋଇଥାଏ । ତେବେ ଅବସ୍ଥା ଗୁରୁତର ହେଲେ ମସ୍ତିଷ୍କରେ ସମସ୍ୟା ଦେଖାଯାଇଥାଏ । ବେଳେବେଳେ ଏହି ସମସ୍ୟା ଏତେ ଗମ୍ଭୀର ହୋଇଥାଏ ଯେ, ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇଥାଏ ।

ଓ୍ବାଟର ଟକ୍ସିଟିରୁ କିଭଳି ବର୍ତ୍ତିବେ: ଜଣେ ବ୍ୟକ୍ତି ଦିନକୁ 13 କପରୁ ଅଧିକ ପାଣି ପିଇବା ଉଚିତ ନୁହେଁ । ଜଣେ ପ୍ରତି ଘଣ୍ଟା କଥା ଦେଖିବା, ତାହେଲେ ଜଣେ ବ୍ୟକ୍ତିକୁ ଏକ ଘଣ୍ଟାରେ ଗୋଟିଏ ଲିଟରରୁ କମ ପାଣି ପିଇବା ଉଚିତ । ଫଳରେ ଅବୋହାଇଡ୍ରେସନର ଆଶଙ୍କା ମଧ୍ୟ କମ ହୋଇଥାଏ । ଯେଉଁମାନେ ଶାରୀରିକ ବ୍ୟାୟାମ କିମ୍ବା ଜିମ ଯାଉଛନ୍ତି, ସୋନେ ଇଲେକ୍ରୋଲାଇଟରେ ଭରପୂର ସ୍ପୋର୍ଟ୍ସ ଡ୍ରିଙ୍କ୍ସ ପିଇବା ଉଚିତ୍‌ । କାରଣ ଏହି ପାନୀୟ ଶରୀରରେ ସୋଡିୟମ, ପୋଟାସିୟମ ଏବଂ ରକ୍ତଶର୍କରାରୁ ସନ୍ତୁଳନରେ ରଖିଥାଏ ।

ଏହି ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟଭିତ୍ତିକ ଖବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.