ETV Bharat / sukhibhava

ବର୍ଷା ଋତୁରେ କେତେ ପାଣି ପିଇବା ଆବଶ୍ୟକ, କଣ କହୁଛନ୍ତି ଏକ୍ସପର୍ଟ

author img

By

Published : Jul 6, 2023, 5:08 PM IST

ବର୍ଷା ଋତୁରେ ଶୋଷ ଲାଗିନଥାଏ । ତେଣୁ ଲୋକେ କମ ପାଣି ପିଇଥାଆନ୍ତି । ତେବେ ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ବର୍ଷା ଋତୁରେ କେତେ ପାଣି ପିଇବା ଆବଶ୍ୟକ ?

how much water should we drink in rainy season
how much water should we drink in rainy season

ହାଇଦ୍ରାବାଦ: ସୁସ୍ଥ ଏବଂ ନିରୋଗ ରହିବା ପାଇଁ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ପାନୀୟ ଜଳ କେବଳ ଡିହାଇଡ୍ରେସନ୍ ସମସ୍ୟାକୁ ଦୂର କରେ ନାହିଁ, ବରଂ କୋଷ୍ଠକାଠିନ୍ୟ ଏବଂ ଶରୀର ସହିତ ଜଡିତ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ 8-10 ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି। ଗ୍ରୀଷ୍ମ ଋତୁରେ ଆମେ ଅଧିକ ତୃଷାର୍ତ୍ତ ଅନୁଭବ କରୁ, ସେଥିପାଇଁ ଆମେ ମଧ୍ୟ ଅଧିକ ପାଣି ପିଇଥାଉ। ତଥାପି, ପାଗ ବଦଳିବା ସହିତ ପାଣି ପିଇବା ମଧ୍ୟ ଆବଶ୍ୟକ ହୁଏ।

କହିବାକୁ ଗଲେ ଖରାଦିନରେ ଯେଭଳି ଶୋଷ ଲାଗିଥାଏ, ବର୍ଷା ଋତୁରେ ତାହାର ପରିମାଣ ପୁରା କମିଯାଇଥାଏ। ଲୋକେ ଶୀତ ଋତୁରେ କମ୍ ପାଣି ପିଅନ୍ତି, କିନ୍ତୁ ତଥାପି ଡିହାଇଡ୍ରେସନ୍ ସମସ୍ୟା ଅନୁଭବ କରନ୍ତି ନାହିଁ । ସେହିଭଳି, ମୌସୁମୀ ଅର୍ଥାତ୍ ବର୍ଷା ଋତୁରେ ଲୋକମାନେ ଜଳର କମ୍ ଆବଶ୍ୟକତା ଅନୁଭବ କରନ୍ତି। କିନ୍ତୁ ଶୋଷ ଲାଗୁନାହିଁ ବୋଲି ପାଣି ନପିଇବା ଅନୁଚିତ ଅଟେ। ଆପଣଙ୍କ ମନରେ ବି ପ୍ରଶ୍ନ ଉଠୁଛି କି ବର୍ଷା ଋତିରେ କେତିକି ପାଣି ପିଇବା ଆବଶ୍ୟକ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ସବୁ ଋତୁରେ ନିଜକୁ ହାଇଡ୍ରେଟ ରଖିବା ଆବଶ୍ୟକ: ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମ ଶରୀର 70 ପ୍ରତିଶତ ପାଣିରେ ଗଠିତ। ଯେତେବେଳେ ଶରୀରରେ ଜଳର ଅଭାବ ଥାଏ, ଡିହାଇଡ୍ରେସନ୍ ହେତୁ କୋଷଗୁଡ଼ିକ ସଙ୍କୁଚିତ ହୁଏ ଏବଂ ସଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ।

ଏହା ମଧ୍ୟ ପଢନ୍ତୁ: Monsoon Clothes Care: ବର୍ଷା ଋତୁରେ କପଡାରୁ ଜୀବାଣୁ ମୁକ୍ତ ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ଷା ଋତୁରେ କେତେ ପାଣି ପିଇବା ଉଚିତ?: ପୁଷ୍ଟିକର ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ପିତ୍ତ ସମସ୍ୟା ଅଛି ତେବେ ନିଜକୁ ଥଣ୍ଡା ରଖିବା ଆବଶ୍ୟକ। ପ୍ରତିଦିନ ତିନି ଲିଟର କିମ୍ବା ସାଢେ ତିନି ଲିଟର ପାଣି ପିଇବା ଉଚିତ। ଯେଉଁମାନଙ୍କର କଫ ସମସ୍ଯା ରହିଛି ତାହାଲେ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ବୋଲି ପୁଷ୍ଟିକର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବାତ ହୋଇଥିବା ବ୍ୟକ୍ତିମାନେ ପ୍ରତିଦିନ 8ଗ୍ଲାସ ପାଣି ପିଇବା ଉଚିତ। କୁହାଯାଏ ବାତକୁ ହଟାଇବାରେ ପାଣିର ଆବଶ୍ୟକତା ରହିଥାଏ।

ପାଣି ପିଇବା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିଥାଏ: ଗ୍ରୀଷ୍ମ, ଶୀତ କିମ୍ବା ବର୍ଷା ହେଉ, ପ୍ରତ୍ୟେକ ଋତୁରେ ପ୍ରଚୁର ଜଳ ପିଇବା ଆବଶ୍ୟକ। କାରଣ ପାଣିପାଗ ବଦଳିବା ସହିତ ଅନେକ ରୋଗର ଆଶଙ୍କା ମଧ୍ୟ ବୃଦ୍ଧିପାଇଥାଏ ଏବଂ ପାଣି ହିଁ ସେମାନଙ୍କଠାରୁ ରକ୍ଷା କରିବାରେ ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ। ପାଣି ପିଇବା ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଯକୃତ, ପେଟ ଏବଂ କିଡନୀ ସହିତ ଜଡିତ ସମସ୍ୟା ମଧ୍ୟ ହୋଇନଥାଏ। ମୋଟ ଉପରେ କହିବାକୁ ଗଲେ ଶୋଷ ଲାଗୁନଥିଲେ ମଧ୍ୟ ନିଜକୁ ହାଇଡ୍ରେଟ ରଖିବା ପାଇଁ ପାଣି ପିଇବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.