ETV Bharat / sukhibhava

ମାତ୍ରାଧିକ କେଶ ଝଡୁଥିଲେ ହାଲୁକା ଭାବେ ନିଅନ୍ତୁ ନାହିଁ, ହୋଇପାରେ ଏହି ରୋଗ

author img

By

Published : Apr 4, 2023, 12:50 PM IST

Etv Bharat
Etv Bharat

କେଶ ଝଡିବାର ଅନେକ କାରଣ ଥାଏ । ଜଳବାୟୁ ପରିବର୍ତ୍ତନ କିମ୍ବା କେମିକାଲ୍ ପ୍ରଡକ୍ଟ ବ୍ୟବହାରର ବହୁଳ ବୃଦ୍ଧିକୁ ବିଶେଷ ଭାବେ ଦାୟୀ କରାଯାଏ । ମାତ୍ର ଜାଣନ୍ତୁ କି ଅନେକ ସ୍ବାସ୍ଥ୍ୟ ସମସ୍ୟା ଅଛି କାରଣରୁ ମାତ୍ରାଧିକ କେଶ ଝଡିଥାଏ । କଣ ଏହି ସବୁ ରୋଗ, ଜାଣନ୍ତୁ

ହାଇଦ୍ରାବାଦ: ଉଭୟ ପୁରୁଷ ଓ ମହିଳାଙ୍କର କେଶ ଝଡିବା ସମସ୍ୟା ଦେଖାଯାଉଛି । କେହି କେହି କେଶରେ କେମିକାଲ୍‌ ବ୍ୟବହାର କିମ୍ବା ଜଳବାୟୁ ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରିଥାନ୍ତି । ମାତ୍ର ନିୟମିତ ଭାବେ ଦେଖା ଯାଉଥିବା ଏହି ସମସ୍ୟା ରୋଗର କାରଣ ହୋଇପାରେ । କେତେକ ପ୍ରକାର ରୋଗ ଅଛି, ଯେଉଁ ରୋଗ ହେଲେ ନିୟମିତ ଭାବେ କେଶ ଝଡିଥାଏ ଏବଂ କେଶ ପତଳା ହୋଇଯାଏ । କଣ ସେହି ସବୁ ରୋଗ, ଜାଣନ୍ତୁ ।

ମହିଳାମାନଙ୍କ ଠାରେ କେଶ ଝଡ଼ିବାର ମୁଖ୍ୟ କାରଣ

ଆଜିର ସମୟରେ, କିଶୋରୀଙ୍କଠୁ ଯୁବତୀ, ବୟସ୍କ ମହିଳାଙ୍କ ପର୍ଯ୍ୟନ୍ତ PCOS କିମ୍ବା PCOD ଯଥା ପଲିସିଷ୍ଟିକ୍ ଓଭାରି ରୋଗ ଭଳି ଗୁରୁତର ରୋଗର ଶିକାର ହେଉଛନ୍ତି । କିଛି ଦଶନ୍ଧି ପୂର୍ବରୁ, ଏହି ରୋଗ ମହିଳାମାନଙ୍କ କ୍ଷେତ୍ରରେ ବିଶେଷ ଦେଖାଯାଉ ନଥିଲା । ମାତ୍ର ବର୍ତ୍ତମାନ ଏହି ରୋଗର ମାତ୍ରା ବଢିବାରେ ଲାଗିଛି ।

ଦୈନିକ ନିତ୍ୟକର୍ମ, ଖାଇବା ଅଭ୍ୟାସ, ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ଚାପରେ ରହିବା PCOS ଏବଂ PCOD ରୋଗ ସୃଷ୍ଟି କରୁଛି । 19-20 ବର୍ଷ ବୟସର ଯୁବତୀମାନଙ୍କୁ ଏହି ରୋଗ ବିଶେଷ ପ୍ରଭାବିତ କରୁଛି । ଏହି ରୋଗ ହେଲେ ପିରିୟଡ୍ସ ଏବଂ ଗର୍ଭଧାରଣ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହି କାରଣରୁ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଏ । କେଶ ପତଳା ହେବା, ଅଳ୍ପ ବୟସରେ କେଶ ଧୂସର ହୋଇଯିବା ଏବଂ ଅତ୍ୟଧିକ କେଶ ଝଡ଼ିବା PCOD କିମ୍ବା PCOS କାରଣରୁ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ

କାହିଁକି PCOD କିମ୍ବା PCOS ହେଲେ କେଶ ଝଡେ

PCOD କିମ୍ବା PCOS ହେତୁ ମହିଳାମାନଙ୍କ ଶରୀରରେ ହରମନ୍ ଅସନ୍ତୁଳନ ହୋଇଯାଏ । ପ୍ରତି ମାସରେ ଋତୁସ୍ରାବ ଯୋଗୁଁ ମହିଳାମାନଙ୍କ ମନୋବୃତ୍ତିର ପରିବର୍ତ୍ତନ, ହରମନ୍ ଅସନ୍ତୁଳନ କାରଣରୁ ଚାପ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏଥିସହ ରକ୍ତ ପ୍ରବାହ ମଧ୍ୟ ପ୍ରଭାବିତ ହୁଏ । ହରମନର ଅସନ୍ତୁଳନ ଏକ ଗୁରୁତ୍ବପୂର୍ଣ୍ଣ ସ୍ତରକୁ ବଦଳାଇଥାଏ, ଯେଉଁ କାରଣରୁ ମହିଳାମାନଙ୍କର କେଶ ମୂଳର ଜୈବ ପ୍ରଣାଳୀ ପ୍ରଭାବିତ ହୁଏ ଏବଂ ପର୍ଯ୍ୟାପ୍ତ ପୁଷ୍ଟିକର ମିଳେନାହିଁ । ଏହି କାରଣରୁ, ସର୍ବପ୍ରଥମେ ମହିଳାଙ୍କ କେଶ ପତଳା ହେବାକୁ ଲାଗେ ।

କେଶ ଝଡ଼ିବା କିପରି ବନ୍ଦ ହେବ

ବିଭିନ୍ନ କାରଣରୁ କେଶ ଝଡ଼େ । ତେଣୁ ପ୍ରକୃତ କାରଣ ଜାଣିବା ପରେ ସେହି ଅନୁଯାୟୀ କେଶ ଝଡ଼ିବା ବନ୍ଦ କରିବା ଉପାୟ ଆପଣାନ୍ତୁ । ଯେତେବେଳେ PCOS ଏବଂ PCOD କାରଣରୁ କେଶ ଝଡ଼େ, ଏହାକୁ ବନ୍ଦ କରିବା ପାଇଁ କେବଳ ହେୟାର କେୟାର ପ୍ରଡକ୍ଟ କାମ କରେ ନାହିଁ । ଏଥିପାଇଁ ମେଡିସିନ୍ ଗ୍ରହଣ କରିବାକୁ ପଡିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.