ETV Bharat / sukhibhava

ସତର୍କ କଲା ହୁ': ବିଶ୍ବରେ ଏକ ମାସ ମଧ୍ୟରେ କୋରାନା ପଜିଟିଭ ହାର 52% ବୃଦ୍ଧି

author img

By ETV Bharat Odisha Team

Published : Dec 23, 2023, 10:48 AM IST

Global Covid Cases
Global Covid Cases

Global Covid Cases: WHO ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ସାରା ବିଶ୍ବରେ ପିଜିଟିଭ ହାର 52 ପ୍ରତିଶତ ବୃଦ୍ଧି ପାଇଛି । ଅଣଦେଖା ନକରି ସଚେତନ ହେବା ଜରୁରୀ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା ଭାଇରସ । ସମଗ୍ର ବିଶ୍ବରେ କୋଭିଡ ମାମଲା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଉଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗତ ଏକ ମାସ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ କୋଭିଡ ମାମଲା 52 ପ୍ରତିଶତ ବୃଦ୍ଧି ପାଇଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଏହି ତଥ୍ୟ ଏକ ଚିନ୍ତାଜନକ ହୋଇଥିବା ବେଳେ କୋରୋନାକୁ ହାଲୁକା ଭାବେ ନନେଇ ସତର୍କ ରହିବା ଉଚିତ ବୋଲି କୁହାଯାଇଛି।

ହୁର ତଥ୍ୟ ଅନୁସାରେ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ବରେ 8,50,000 ନୂତନ ମାମଲା ପଞ୍ଜିକୃତ ହୋଇଛି । ତେବେ କୋଭିଡ ପଡିଟିଭ ହାର ବୃଦ୍ଧି ପାଉଥିବା ବେଳେ ଏହାସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ 28 ଦିନରେ ମୃତ୍ୟୁ ସଂଖ୍ୟା ମଧ୍ୟ 8 ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଡିସେମ୍ବର 17 ତାରିଖ ସୁଦ୍ଧା ସାରା ବିଶ୍ବରେ 772 ମିଲିୟନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 7 ମିଲିୟନ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ ଉଲ୍ଲେଖ କରିଛି ।ଅନ୍ୟପଟେ 118000 ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ 1600 ସଂକ୍ରମିତ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ହସ୍ପିଟାଲରେ ଭର୍ତ୍ତି ସଂକ୍ରମିତଙ୍କ ହାର 23 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଆଇସିୟୁରେ ଚିକିତ୍ସିତଙ୍କ ହାର 51 ପ୍ରତିଶତ ବୃଦ୍ଧି ପାଇଥିବା ନେଇ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବଢୁଛି ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା, ଏମିତି କହିଲେ ପୂର୍ବତନ ହୁ ମୁଖ୍ୟ

କୋରୋନା ସହିତ ଏହାର ନୂଆ ଭାରିଆଣ୍ଟ ଜେଏନ 1 ମୁଣ୍ଡବ୍ୟଥାର କାରଣ ସାଜିଛି । ବର୍ତ୍ତମାନ ସୁଦ୍ଧା 50ରୁ ଅଧିକ ଦେଶରେ ବ୍ୟାପିଛି ଏହି ଭାଇରସ । ବର୍ତ୍ତମାନ ସୁଦ୍ଧା ଭାରତରେ ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା 22ରେ ପହଞ୍ଚିଥିବା ବେଳେ ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଇଛି । ତେବେ ହୁ ଏହି ନୂଆ ପ୍ରଜାତିକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ (VOI)ରେ ବିଭକ୍ତ କରିଛି । ତେବେ ଏହା ବର୍ତ୍ତମାନ ସୁଦ୍ଧା ଗମ୍ଭୀର ସ୍ଥିତି ସୃଷ୍ଟି କରିନଥିବା ବେଳେ ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାବ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ଭାରିଆଣ୍ଟ ଉପରେ ନଜର ରଖିଯାଇଛି ଏବଂ ଆବଶ୍ୟକ ସ୍ଥଳେ ନିର୍ଦ୍ଦେଶାବଳୀ ଜାରି କରାଯିବା ନେଇ ହୁ ମୁଖ୍ୟ ସୂଚନା ଦେଇଥିଲେ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନଥିବା ବେଳେ କୋଭିଡ 19 ପାଇଁ ମହଜୁଦ ଟିକା SARS-CoV-2 ଏବଂ ଜେଏନ 1 ଭାଇରସ ଠାରୁ ବର୍ତ୍ତାଇ ପାରିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.