ETV Bharat / sukhibhava

Horoscope: ଗଣେଶ ଚତୁର୍ଥୀରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଆସିବ ଶୁଭ ସମୟ

author img

By ETV Bharat Odisha Team

Published : Sep 19, 2023, 12:05 AM IST

Horoscope
Horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ମେଷ: ଆପଣଙ୍କୁ ସମାଜରୁ ପ୍ରେରଣା ମିଳିବ। ଅର୍ଥ ସମାଗମର ବାଟ ଖୋଲିଯିବ। ଜୀବନ ଖୁସି ଓ ସନ୍ତୋଷପୂର୍ଣ ରହିବ। ଆପଣ କୌଣସି ଜରୁରୀ କଥାବାର୍ତ୍ତାରେ ଭାଗ ନେବେ। ଆଜି କଥା କହିବା ସମୟରେ ସଂଜତ ରକ୍ଷା କରନ୍ତୁ। ବିଭିନ୍ନ ସୁଚିନ୍ତାଧାରାରେ ଆଜି ମଗ୍ନ ରହିବେ । ଯଦି ଏହାକୁ ଠିକରେ କାର୍ଯ୍ୟକାରୀ କରିପାରିବେ ତେବେ ଉପକାର ପାଇବେ ।

ବୃଷ: ଆଜି ଦିନସାରା ଖୁସିରେ ରହିବେ। ଚିନ୍ତା ମୁକ୍ତ ରହିବେ । ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବ । ଧନ ଲାଭ ହେବ। ଶେଷହୋଇନଥିବା କାମକୁ ସମାପ୍ତ କରିବେ। ମାତାପିତାଙ୍କ ଠାରୁ ସୁସମ୍ବାଦ ମିଳିବ। ଏହା ସହିତ ସେମାନଙ୍କଠାରୁ ଲାଭ ମଧ୍ୟ ପାଇବେ। ରୋଗୀମାନେ ରୋଗମୁକ୍ତ ହେବେ । ବନ୍ଧୁମାନେ ସାହାଯ୍ୟର ହାତ ବଢାଇବେ ।

ମିଥୁନ: ସପ୍ତାହ ସାରା ସ୍ତ୍ରୀ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବ। ବାଦ ବିବାଦ ଏବଂ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ। ସମୟ ନଷ୍ଟ କରିବା ପାଇଁ କାହାରିକୁ ସୁବିଧା ଦିଅନ୍ତୁ ନାହିଁ। ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ। ପେଟଜନିତ ଯନ୍ତ୍ରଣା ଭୋଗିବେ। ଯାତ୍ରା ବର୍ଜନୀୟ ଅଟେ।

କର୍କଟ: ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ। ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ। ପାରିବାରିକ ଗଣ୍ଡଗୋଳ ଲାଗିରହିବ। ଖର୍ଚ୍ଚ ବଢିବ। ଏହାକୁ ରୋକିବାରେ ଅସଫଳ ହେବେ। ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ। ହୃଦୟ ଜନିତ ଯନ୍ତ୍ରଣା ପାଇବେ ।

ସିଂହ: ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ ରହିବ । ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ୱ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ ।

କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ। ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ମିଷ୍ଟାର୍ଣ୍ଣ ଭୋଜନରେ ଆପ୍ୟାୟିତ ହେବେ । ଭ୍ରମଣରେ ଯାଇପାରନ୍ତି । ଜଗିରଖି ଖର୍ଚ୍ଚ କରନ୍ତୁ । ଛାତ୍ର ପାଠପଢାରେ ଦୁର୍ବଳ ହେବେ ।

ତୁଳା: ଆର୍ଥିକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ନୂତନ କାମ କରିବାର ସୁଯୋଗ ମିଳିପାରେ । ଦେହ ଓ ମନ ସୁସ୍ଥ ରହିବ । ନିଷ୍ଠାର ସହିତ ଠିକ ସମୟରେ କାର୍ଯ୍ୟ ଶେଷ କରିବେ । ନିଜ ଉପରେ ଭରସା ବଢିବ।

ବିଛା: ଆପଣ ନିଜର କ୍ରୋଧ ନିୟନ୍ତ୍ରଣ କରନ୍ତୁ। ରାଗ ସମୟରେ କଥାବାର୍ତ୍ତାରେ ସଂଯମତା ଅବଲମ୍ଵନ କରନ୍ତୁ। ମସ୍ତିଷ୍କରେ ବିଭିନ୍ନ ଚାପ ଯୋଗୁଁ ସବୁବେଳେ ଉତ୍କଣ୍ଠିତ ରହିବେ। ଶାରୀରିକ ଅସୁସ୍ଥତା ମଧ୍ୟ ମନକୁ ବିବ୍ରତ କରିପାରେ। ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ୱନ ନକଲେ ଦୁର୍ଘଟଣା ଘଟିବାର ଆଶଙ୍କା ଅଛି। କୌଣସି ନିଜର ଅଙ୍ଗରେ ଅସ୍ତ୍ରପୋଚାର କରିବାର ଥିଲେ ମଧ୍ୟ କରନ୍ତୁ ନାହିଁ। ପରିବାର ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦ କରିପାରନ୍ତି। ଆଇନ ସମ୍ପନ୍ଧୀୟ କାର୍ଯ୍ୟରେ ସତର୍କତା ଅବଲମ୍ୱନ କରିବା ଉଚିତ। ଦିନଟି ମୌଜ ମଜଲିସରେ କାଟିପାରନ୍ତି।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି। ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି। ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ। ବାହାଘର ପାଇଁ ପ୍ରସ୍ତାବ ଆସିପାରେ।

ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ। ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବନ୍ଧବଙ୍କ ଠାରୁ ସହାୟତା ମିଳିବ। ପ୍ରିୟଜନ ଉପହାର ଦେଇ ଚକିତ କରିବେ। ନିଁଆ, ପାଣି ଏବଂ ଦୁର୍ଘଟଣା ପାଇଁ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।

କୁମ୍ଭ: ଆଜି ମିଶ୍ରିତ ଫଳ ମିଳିବ । ମନ ଭଲ ରହିବ । ମାତ୍ରାଧିକ କାମ ପାଇଁ ଅଧିକ ବଳ ହେବନି । ଉପରିସ୍ଥ ଅଧିକାରୀ କାମରେ ଅସନ୍ତୁଷ୍ଟ ହେବେ । କିଛି ବଡଧରଣର ବିକ୍ରି କରିପାରନ୍ତି । ଯାତ୍ରା କରିପାରନ୍ତି । ବିଦେଶରୁ ଖବର ପାଇବେ । ପିଲାମାନେ ଚିନ୍ତାର କାରଣ ହେବେ ।

ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଦିନ ଅଟେ। ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ। ପରିଶ୍ରମର ଫଳ ମିଠା ହୋଇଥାଏ। ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.