ETV Bharat / sukhibhava

Healthy relationship tips: ସମ୍ପର୍କରେ ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

author img

By

Published : Sep 15, 2022, 7:40 AM IST

Healthy relationship tips
Healthy relationship tips

ବର୍ତ୍ତମାନ ସମୟରେ ସମ୍ପର୍କ ଦୀର୍ଘସ୍ଥାୟୀ ଅପେକ୍ଷା, ସମ୍ପର୍କରେ ତିକ୍ତତା ଅଧିକ ଦେଖା ଦେଉଛି । ସମ୍ପର୍କରେ ଖୁସି(relationship tips) ବଜାୟ ରଖିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ହାଇଦ୍ରାବାଦ: ସମ୍ପର୍କ ନୂଆ ହେଉ କିମ୍ବା ପୁରୁଣା, ଏହାକୁ ବଜାୟ ରଖିବା ପାଇଁ ବିଶ୍ୱାସ, ପ୍ରେମ ଏବଂ ବୁଝାମଣା ନିହାତି ଆବଶ୍ୟକ । ପରସ୍ପରକୁ ବୁଝିବା, ସମର୍ଥନ ଏବଂ ସହଯୋଗ କରିବା ସହିତ, କିଛି ଜିନିଷକୁ ଧ୍ୟାନରେ ରଖିରେ ସମ୍ପର୍କ ଦୃଢ ହୋଇପାରିବ । ତେବେ ଏହା ମଧ୍ୟ ସତ୍ୟ ଯେ, କୌଣସି ସମ୍ପର୍କ ନିବିଡ ଓ ଦୀର୍ଘସ୍ଥାୟୀ ରହିବା ପାଇଁ ଉଭୟ ପକ୍ଷରୁ ଉଦ୍ୟମ ଏକାନ୍ତ ଆବଶ୍ୟକ ।

ଯଦି ଆପଣଙ୍କ ସମ୍ପର୍କ ନୂଆ କରି ଆରମ୍ଭ ହୋଇଛି, ତଥାପି ସମ୍ପର୍କରେ ଅଶାନ୍ତି ଦେଖା ଦେଉଛି ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ(relationship tips ) ଅନୁସରଣ କରନ୍ତୁ । ଏହା କରିବା ଦ୍ୱାରା ସମ୍ପର୍କର ମୂଳଦୁଆ ଦୃଢ ହେବ ଏବଂ ସମ୍ପର୍କ କଦାପି ଭାଙ୍ଗିବ ନାହିଁ । ନିମ୍ନରେ ଏନେଇ ବର୍ଣ୍ଣନା କରାଯାଇଛି...

କୌଣସି ସମ୍ପର୍କକୁ ସୁସ୍ଥ ଏବଂ ମଜବୁତ କରିବା ପାଇଁ ସୁବାର୍ତ୍ତାଳପ ଏବଂ ଯୋଗାଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ବହୁତ ବ୍ୟସ୍ତ ରହୁଛନ୍ତି, ତେବେ ପ୍ରିୟଜନଙ୍କ ପାଇଁ କିମ୍ବା ସାଥୀ ପାଇଁ ସମୟ ନିହାତି ଭାବେ ବାହାର କରିବା ଉଚିତ୍ । ଯେତେବେଳେ ଆପଣ ଏକ ସମ୍ପର୍କରେ ରହୁଛନ୍ତି ତେବେ ପାର୍ଟନର ଉପରେ ବିଶ୍ବାସ ରଖିବା ନିହାତି ଆବଶ୍ୟକ । ବିଶ୍ୱାସ ଯେକୌଣସି ସମ୍ପର୍କକୁ ମୂଳରୁ ଦୃଢ କରିଥାଏ । ବିଶ୍ବାସ ରହିଲେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ଭଲ ରହିବ, ସମ୍ପର୍କରେ କୌଣସି ମତଭେଦ ରହିବ ନାହିଁ ।

ତେବେ ସମ୍ପର୍କରେ ଭଲପାଇବା ଠାରୁ ସମ୍ମାନ ଅଧିକ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ଆପଣଙ୍କ ସାଥୀକୁ ସମ୍ମାନ କରୁନାହାଁନ୍ତି, ତେବେ ସମ୍ପର୍କରେ ଫାଟ ସୃଷ୍ଟି ହେବା ସୁନିଶ୍ଚିତ । ତେଣୁ ପାର୍ଟନର ବା ସାଥୀଙ୍କୁ ଭଲପାଇବା ତୁଳନାରେ ଅଧିକ ସମ୍ମାନ ଜଣାନ୍ତୁ, ସମ୍ପର୍କ ଦୃଢ ହେବ ।

ଏକ ସୁସ୍ଥ ସମ୍ପର୍କ ପାଇଁ ସ୍ପେସ୍ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାୟତ, ଦମ୍ପତି ହେବା ପରେ, ଲୋକମାନେ ନିଜ ସାଥୀଙ୍କ ପର୍ସନାଲ ସ୍ପେସକୁ ଶେଷ କରିଦିଅନ୍ତି, ଯେଉଁ କାରଣରୁ କ୍ରୋଧ ବୃଦ୍ଧି ପାଇଥାଏ । ଫଳରେ ଲୋକମାନେ ମଧ୍ୟ ସମ୍ପର୍କରେ ଡିପ୍ରେସନର ଶିକାର ହୁଅନ୍ତି । ଅନ୍ୟକାହାକୁ ଭଲପାଇବା ପୂର୍ବରୁ ପ୍ରଥମେ ନିଜକୁ ଭଲପାଇବା ମଧ୍ୟ ଜରୁରୀ । ତେବେ ଯାଇ ଆପଣ କୌଣସି ସମ୍ପର୍କକୁ ସହଜରେ ଦୃଢତାର ସହ ନିଭାଇ ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.