ETV Bharat / sukhibhava

ଶୀଘ୍ର ଭୋକ ଲାଗୁଛି କି ? କରନ୍ତୁନି ଅଣଦେଖା

author img

By

Published : May 31, 2022, 3:20 PM IST

ଶୀଘ୍ର ଭୋକ ଲାଗୁଛି କି ? କରନ୍ତୁନି ଅଣଦେଖା
ଶୀଘ୍ର ଭୋକ ଲାଗୁଛି କି ? କରନ୍ତୁନି ଅଣଦେଖା

ବେଳେ ବେଳେ ଆମେ ଖାଦ୍ୟ ଖାଇବାର କିଛି ସମୟ ପରେ ଆମକୁ ପୁଣି ଭୋକ ଲାଗିଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ଏପରି ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ମାରାତ୍ମକ ରୋଗର ମଧ୍ୟ ଲକ୍ଷଣ ହୋଇଥାଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭୋକ ଲାଗିବା ଓ ଏହା ପରେ ଖାଦ୍ୟ ଖାଇବା ଅତି ସାଧାରଣ କଥା । କିନ୍ତୁ ଅନେକ ଥର ଦେଖାଯାଏ ଯେ କିଛି ଲୋକଙ୍କୁ ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗିଥାଏ । ଏହା ଥରେ ନୁହେଁ, ବାରମ୍ବାର ଦେଖାଯାଏ । ଏଭଳି ସ୍ଥିତିରେ ଯଦି ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଖାଦ୍ୟ ନ ଦିଆଯାଏ, ତେବେ ସେ ବିରକ୍ତିଭାବ ପ୍ରକାଶ କରିଥାଏ । ଏହାସହିତ ମୁଣ୍ଡ ବିନ୍ଧିବା, କୌଣସି କାମରେ ମନ ନ ଲାଗିବା ଭଳି ଅନ୍ୟ ଲକ୍ଷଣ ଦେଖିବାକୁ ମିଳେ । ତେବେ ଆପଣଙ୍କ ଠାରେ ମଧ୍ୟ ଯଦି ଏପରି ସମସ୍ୟା ଦେଖାଯାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଖରାପ ମାନସିକ ଅବସ୍ଥା ଓ ଶାରୀରିକ ରୋଗର କାରଣ ହୋଇଥାଏ ।

ଲକ୍ଷ୍ନୌର ଏମଡି ଚିକିତ୍ସକ ଡାକ୍ତର ଆରିଫା ଶେଖ କହିଛନ୍ତି ଯେ ଖାଇବା ପରେ ଲୋକମାନେ ପୁନର୍ବାର ଭୋକିଲା ଅନୁଭବ କରିବା ପାଇଁ ସାଧାରଣତଃ କିଛି ଘଣ୍ଟା ଲାଗିଥାଏ । ଯେଉଁ ବ୍ୟକ୍ତିଙ୍କ ଭୋଜନ ସମୟ ସ୍ଥିର ହୋଇଥାଏ ସେମାନେ ସାଧାରଣତଃ ଏକ ସମୟରେ ଭୋକିଲା ଅନୁଭବ କରନ୍ତି । କିନ୍ତୁ ବେଳେବେଳେ କିଛି ବିଶେଷ ପରିସ୍ଥିତିରେ ଠିକ୍ ସମୟରେ ଭୋଜନ କରିବା ସତ୍ତ୍ବେ କିଛି ଲୋକ ଶୀଘ୍ର ଭୋକିଲା ଅନୁଭବ କରନ୍ତି । ସାଧାରଣଃ ଗର୍ଭବତୀ ମହିଳା ଓ ବଢୁଥିବା ପିଲାମାନଙ୍କୁ ଅଧିକ ଭୋକ ଲାଗିଥାଏ ।

କିନ୍ତୁ ଆପଣ ଯଦି ଏହି ୨ ଜଣଙ୍କ ମଧ୍ୟରୁ ନ ହୋଇ ମଧ୍ୟ ଭୋକ ଲାଗେ, ତେବେ ଏହା ରୋଗ ହୋଇପାରେ । କିନ୍ତୁ ଯଦି ଭୋଜନ କରିବାର ଅଳ୍ପ କିଛି ସମୟ ପରେ ପୁଣି ଥରେ ଭୋକ ଲାଗେ କିମ୍ବା ଭୋକର ମାତ୍ରା ଏତେ ବଢିଯାଏ ଯେ ଆପଣ ବିରକ୍ତି ଅନୁଭବ କରନ୍ତୁ । ତେବେ ଏହା କୌଣସି ରୋଗର ଲକ୍ଷଣ ହୋଇପାରେ । ଏହା କେବଳ ଶାରୀରିକ ସମସ୍ୟା ନୁହେଁ ବରଂ ମାନସିକ ଅସୁସ୍ଥତାକୁ ମଧ୍ୟ ସୂଚାଇଥାଏ ।

କାରଣ କ'ଣ ?

ଡାକ୍ତର ଆରିଫା କହିଛନ୍ତି ଯେ ଶରୀରରେ ପ୍ରୋଟିନ୍, ଚର୍ବି, ଫାଇବର କିମ୍ବା ଜଳର ଅଭାବ ସାଧାରଣତଃ କ୍ଷୁଧା ବା ଭୋକ ଲାଗିବାର ମୁଖ୍ୟ କାରଣ ଭାବେ ବିବେଚନା କରାଯାଏ । ଏହି ସମୟରେ ଚାପ, ଉଦାସୀନତା, ସ୍ନାୟୁ ଏବଂ ଅସ୍ଥିରତା ମଧ୍ୟ କାରଣ ହୋଇପାରେ । ଏହାବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ଅଛି ଯାହା ବାରମ୍ବାର ଭୋକ ପାଇଁ ଦାୟୀ ବୋଲି ବିବେଚନା କରାଯାଇପାରେ । ସେଗୁଡ଼ିକ ହେଉଛି:

  • ମଧୁମେହର ଏକ ମୁଖ୍ୟ ଲକ୍ଷଣ ହେଉଛି ଭୋକ ଲାଗିବା । ମଧୁମେହରେ ଯଦି ଶରୀରରେ ରକ୍ତରେ ଶର୍କରା ସ୍ତର ଅତ୍ୟଧିକ ବଢିଯାଏ ତେବେ କ୍ରମାଗତ ଭୋକ ବ୍ୟତୀତ ଅତ୍ୟଧିକ ଶୋଷ, ଅଧିକ ଥକ୍କା ଅନୁଭବ କରିବା ଏବଂ ଓଜନ ହ୍ରାସ ଭଳି ଲକ୍ଷଣ ମଧ୍ୟ ଦେଖାଯିବା ଆରମ୍ଭ କରେ ।
  • ହାଇପୋଗ୍ଲାଇସେମିଆ ଅର୍ଥାତ ରକ୍ତରେ ନିମ୍ନ ପରିମାଣର ଶର୍କରା ଥିଲେ ମଧ୍ୟ କ୍ଷୁଧା ସ୍ତର ବଢିପାରେ ।
  • ଅନେକ ଲୋକ ବହୁତ ଶୀଘ୍ର ଖାଇଥାନ୍ତି । ବେଳେବେଳେ ଏହି କାରଣରୁ ମଧ୍ୟ ଲୋକମାନେ ଶୀଘ୍ର ଭୋକିଲା ଅନୁଭବ କରନ୍ତି । ଅନେକ ଗବେଷଣାରେ ଏହା ସତ ବୋଲି ପ୍ରମାଣିତ ହୋଇଛି ।
  • ଯଥେଷ୍ଟ ନିଦ ନହେବା ଦ୍ବାରା ଭୋକିଲା ଅନୁଭବ କରିବାର ସମସ୍ୟା ମଧ୍ୟ ହୋଇପାରେ । ବାସ୍ତବରେ ମସ୍ତିଷ୍କ ଏବଂ ରୋଗ ପ୍ରତିରୋଧକ ଶକ୍ତି ସଠିକ୍ କାର୍ଯ୍ୟ କରିବା ନିଦ ପାଇଁ ଜରୁରୀ । କେବଳ ଏତିକି ନୁହେଁ ଭୋକକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଶୋଇବା ମଧ୍ୟ ଆବଶ୍ୟକ ହୋଇଥାଏ ।
  • ଅନେକ ଥର ଶରୀରରେ ପ୍ରୋଟିନ, ଫାଇବର କିମ୍ବା ପାଣିର ଅଭାବ ଯୋଗୁଁ ଏହି ସମସ୍ୟା ଦେଖିବାକୁ ମିଳେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.