ETV Bharat / sukhibhava

Covid Fears: ମୁମ୍ବାଇ ଓ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଣ୍ଡମ୍ କୋଭିଡ ଟେଷ୍ଟ ଆରମ୍ଭ

author img

By

Published : Dec 24, 2022, 6:50 PM IST

କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରବାଶୀଙ୍କ ଆଗମନ ଉପରେ ସରକାରଙ୍କ ବିଶେଷ ଦୃଷ୍ଟି । ମୁମ୍ବାଇ ଏବଂ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରମ୍ଭ ହେଲା ରାଣ୍ଡମ୍ କୋଭିଡ ଟେଷ୍ଟ (Random Covid tests on international fliers start at Mumbai, Nagpur airports) । ଅଧିକ ପଢନ୍ତୁ

ମୁମ୍ବାଇ ଓ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଣ୍ଡମ୍ କୋଭିଡ ଟେଷ୍ଟ ଆରମ୍ଭ
ମୁମ୍ବାଇ ଓ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଣ୍ଡମ୍ କୋଭିଡ ଟେଷ୍ଟ ଆରମ୍ଭ

ମୁମ୍ବାଇ: ଦୁଇ ବର୍ଷରୁ ଅଧିକ ସମୟ ପରେ ମୁମ୍ବାଇ ଏବଂ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଆରମ୍ଭ ହେଲା ରାଣ୍ଡମ୍ କୋଭିଡ ଟେଷ୍ଟ(Random Covid tests on international fliers start at Mumbai, Nagpur airports) । ଆଜି(ଡିସେମ୍ବର 24)ଠାରୁ ମାଗଣରେ ଏହି ପରୀକ୍ଷଣ ଆରମ୍ଭ କରାଯାଇଥିବା ଅଧିକାରୀମାନେ କହିଛନ୍ତି । ଚୀନରେ ଓମିକ୍ରନ ନୂଆ ଭାରିଏଣ୍ଟର ଭୟାବହତାକୁ ଦୃଷ୍ଟିରେ ରଖି ଟେଷ୍ଟ ଆରମ୍ଭ ହୋଇଛି ।

ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଡ. ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ସର୍ବଶେଷ କେନ୍ଦ୍ରୀୟ ତଥା ରାଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଅନ୍ତର୍ଜାତୀୟ ଆଗମନକାରୀଙ୍କ ମଧ୍ୟରୁ ଦୁଇ ପ୍ରତିଶତଙ୍କର ରାଣ୍ଡମ୍ ଟେଷ୍ଟ୍ କରାଯାଉଛି । ଯାତ୍ରୀମାନଙ୍କୁ ସେମାନେ ଆସିଥିବା ସଂପୃକ୍ତ ଏୟାରଲାଇନ୍ସ ମାଧ୍ୟମରେ ଚିହ୍ନଟ କରାଯାଉଛି, ଅର୍ଥାତ୍ ସେମାନେ କେଉଁ ସ୍ଥାନରୁ ଆଗମନ କରୁଛନ୍ତି କିମ୍ବା ଯିବାକୁ ଚାହୁଁଛନ୍ତି ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି ।

ସମସ୍ତଙ୍କର RT-PCR ପରୀକ୍ଷା ପାଇଁ ଟର୍ମିନାଲରେ ଆବଶ୍ୟକୀୟ ଗାଇଡ୍‌ଲାଇନ୍ ସମେତ ସୁବିଧା ମଧ୍ୟ କରାଯାଇଛି ବୋଲି କାର୍ଯ୍ୟରତ ଅଧିକାରୀ କହିଛନ୍ତି । ସେହିପରି ଯାତ୍ରୀମାନଙ୍କୁ କୋଭିଡ-19 ପରୀକ୍ଷଣ ଫଳାଫଳର ଡିଜିଟାଲ କପି ମାଗଣାରେ ପଠାଇବାକୁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଛତ୍ରପତି ଶିବାଜୀ ବିମାନବନ୍ଦର(CSMIA)ରେ କରାଯାଉଥିବା ପରୀକ୍ଷଣ ପ୍ରି-ଇମିଗ୍ରେସନ୍ ଅଞ୍ଚଳରେ ଉପଲବ୍ଧ ହେବ । ଏହାସହ 24 ଘଣ୍ଟିଆ ହେଲ୍‌ଥ ସ୍କ୍ରିନିଂ କାଉଣ୍ଟରରେ ମଧ୍ୟ ମିଳିପାରିବ ବୋଲି ଅଧିକାରୀମାନେ କହିଛନ୍ତି ।

ସେହିପରି CSMIA, ICMR ଅନୁମୋଦିତ ଏବଂ NABL ସ୍ୱୀକୃତିପ୍ରାପ୍ତ ଲ୍ୟାବ୍ ନିଯୁକ୍ତ କରିଛି ଏବଂ ପରୀକ୍ଷା ପ୍ରକ୍ରିୟା ପାଇଁ 6 ଟି ପଞ୍ଜୀକରଣ ଏବଂ 3 ନମୁନା ବୁଥ୍ ପ୍ରଦାନ କରିଛି । ଏହା ବ୍ୟତୀତ ଉଭୟ ବିମାନବନ୍ଦର ପ୍ରତିଷେଧକ ବ୍ୟବସ୍ଥା, ସାମାଜିକ ଦୂରତା ଉପରେ ଧ୍ୟାନ ଦିଆଯାଇ ସମସ୍ତ ରଣକୌଶଳ ଆପଣାଯାଇଛି । ଏଥିସହ ଯାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ ଆଲର୍ଟ କରାଯାଇଛି ।

ତେବେ କୋରୋନାର ପ୍ରଥମ ଲହର ପ୍ରବାଶୀଙ୍କ ଆଗମନ କାରଣରୁ ଅଧିକ ଗମ୍ଭୀର ହୋଇଥିବାରୁ ଏଥର ଆରମ୍ଭରୁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁମ୍ବାଇ ବିମାନବନ୍ଦର ଦେଇ ସର୍ବାଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ କାରଣରୁ ସେଠାରେ ଅଧିକ ଧ୍ୟାନ ଦିଆଯାଉଛି । କହି ରହୁଖୁଛୁ ଯେ, ଚୀନରେ ଓମିକ୍ରନର ଉପ-ପ୍ରକାର BF.7 ସେଠାରେ ମୃତ୍ୟୁର ବିଭିଷିକା ରଚିଛି । ଏଥିପାଇଁ ସମସ୍ତ କୋଭିଡ ନିୟମାବଳି ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.