ETV Bharat / state

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Apr 22, 2021, 5:17 PM IST

Updated : Apr 22, 2021, 5:23 PM IST

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

ସୁନ୍ଦରଗଡ: ଜିଲ୍ଲା ସ୍ଥିତ ଭଷ୍ମା ଥାନା ଅନ୍ତର୍ଗତ ଧଉରା ଅଧା ପୋଖରୀରୁ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରୁ ମୃତଦେହ ଉଦ୍ଧାର କରିଛି ।

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ଆଜି(ଗୁରୁବାର) ସ୍ଥାନୀୟ ଲୋକେ ଧଉରା ଅଧା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପୋଖରୀରୁ ଉଦ୍ଧାର କରିବା ପରେ ମୃତକଙ୍କର ପରିଚୟ ଜଣାପଡିଛି । ମୃତକଙ୍କ ନାମ ଭୀଷ୍ମ ପ୍ରଧାନ(30) ଓ ତାଙ୍କ ଘର ମଙ୍ଗସପୁର ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated :Apr 22, 2021, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.