ETV Bharat / state

ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

author img

By

Published : Jul 13, 2023, 2:18 PM IST

women died in elephant attack
ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

ସୁନ୍ଦରଗଡ଼ କୋଇରା ଥାନା ଅନ୍ତର୍ଗତ ଡେଙ୍ଗୁଳା ଗାଁରେ ହାତୀ ଆତଙ୍କ । ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା । ଅଧିକ ପଢନ୍ତୁ

ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

ରାଉରକେଲା: ହାତୀ ନେଲା ଜୀବନ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ରାତିରେ ଘରେ ସପରିବାର ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା । ସୁନ୍ଦରଗଡ଼ କୋଇରା ଥାନା ଅନ୍ତର୍ଗତ ଡେଙ୍ଗୁଳା ଗାଁର ୩୬ ବର୍ଷୀୟା ସୀତା ମୁଣ୍ଡାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ଡେଙ୍ଗୁଳା ଗାଁର ୩୬ ବର୍ଷୀୟା ସୀତା ମୁଣ୍ଡା ଶୋଇଥିଲେ । ମଧ୍ୟ ରାତିରେ ଏକ ଜଙ୍ଗଲୀ ଦନ୍ତା ହାତୀ ତାଙ୍କ ଘରେ ପଶି ଘର ଭାଙ୍ଗିଥିବା ସହ ସୀତା ମୁଣ୍ଡାଙ୍କୁ ହାତୀଟି ଦଳି ଦେବାରୁ ତାଙ୍କ ମୃତ୍ୟୁ ହୋଇଛି । କିଛି ଦିନ ହେଲା ଡେଙ୍ଗୁଳା ଗାଁରେ ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିଲେ । ରାତି ଅଧରେ ଏକ ଘର ଭାଙ୍ଗିବା ସହି ମହିଳାଙ୍କୁ ଦଳିଦେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଉକ୍ତ ମହିଳାଙ୍କ ମୃତ୍ୟୁ ହେବା ସହ ଘର ଭାଙ୍ଗି ଯାଇଛି ।

ସୀତା ମୁଣ୍ଡା ଓ ତାଙ୍କ ପରିବାର ପାଇଁ କାଳ ପାଲଟିଥିବା ବେଳେ ନିଖୋଜ ଦନ୍ତା ହାତୀଟି ସେମାନଙ୍କ ଘରେ ପଶିଯାଇଥିଲା । ଭୟଭୀତ ହୋଇ ପରିବାର ଲୋକେ ଘରୁ ପଳାଇ ଆସିଥିଲେ । ତେବେ ସୀତା ମୁଣ୍ଡା ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ସୀତା । ଏହାକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ବନ ବିଭାଗ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ କର୍ମଚାରୀ ଭଲ ଭାବରେ କାର୍ଯ୍ୟ କରୁନଥିବାର ଅଭିଯୋଗ ବାରମ୍ବାର କରୁଛନ୍ତି କିନ୍ତୁ ହାତୀ ଘଉଡାଇବାରେ ବନ ବିଭାଗ ଫେଲ୍‌ ମାରିଥିବା କହିଛନ୍ତି ଲୋକ ।

ଏହା ବି ପଢନ୍ତୁ...କଣ୍ଟାଗାଁରେ ହାତୀ ଆତଙ୍କ, ଜଗୁଆଳିଙ୍କୁ ଦଳିଦେଲା ଦନ୍ତା

ବନ ବିଭାଗ ସଠିକ୍ କାଯ୍ୟ କରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଗାଁ ନିକଟରେ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଞ୍ଚଳରେ ଏକ ଦନ୍ତା ହାତୀର ଉପସ୍ଥିତିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କେବେ ଓ କେଉଁଠି ହାତୀପଲ ଆକ୍ରମଣ କରିବେ ସେନେଇ ସ୍ଥାନୀୟ ଲୋକେ ଆଶଙ୍କା ରହିଛନ୍ତି । ବନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସହାୟତା ନମିଳିବା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବଢ଼ିବ ବୋଲି କହିଛନ୍ତି ସ୍ଥାନୀୟବାସୀ ।

ଇଟିଭି ଭାରତ, ସନ୍ଦୁରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.