ETV Bharat / state

ଭିଜିଲାନ୍ସ ଜାଲରେ ଆର୍‌ଆଇ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

author img

By ETV Bharat Odisha Team

Published : Nov 29, 2023, 8:13 PM IST

ଭିଜିଲାନ୍ସ ଜାଲରେ ଆର୍‌ଆଇମ୍ୟାଡ଼ମ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ
ଭିଜିଲାନ୍ସ ଜାଲରେ ଆର୍‌ଆଇମ୍ୟାଡ଼ମ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

Vigilance Trap: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ତସଲାଡିହ ଭାରପ୍ରାପ୍ତ ଆର ଆଇ ଲିଲି ଚୌଧୁରୀ । ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଆର୍‌ଆଇମ୍ୟାଡ଼ମ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ରାଉରକେଲା/ସୁନ୍ଦରଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ । ଲାଞ୍ଚ ନେଉଥିବା ବେଳେ ରେଡ଼ ହ୍ୟାଣ୍ଡ ଗିରଫ କଲା ଭିଜିଲାନ୍ସ । ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ନେଇ ନିଜ ପକେଟ ଗରମ କରିବା ପଡିଲା ମହଙ୍ଗା ।ଜମିଜମା କାର୍ଯ୍ୟକୁ ନେଇ ନେଉଥିଲେ ଲାଞ୍ଚ ପଡିଗଲେ ଭିଜିଲାନ୍ସ ଜାଲରେ । ଟାଙ୍ଗରପାଲି ତହସିଲର ତସଲାଡିହି ଭାରପ୍ରାପ୍ତ ଆରଆଇ ଲିଲି ଚୌଧୁରୀ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି । ଟ୍ରାପ କରିବା ସହିତ ୨ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲ୍ଲୀ ତହସିଲ ମେଗଡେଗାର ମନୋଜ ପଟେଲଙ୍କ ଠାରୁ ନେଉଥିଲେ ଏହି ଲାଞ୍ଚ ଟଙ୍କା । ଟଙ୍କା ନଦେଲେ କାମ ଏବଂ ରିପୋର୍ଟ ପ୍ରଦାନ କରିହେବ ନାହିଁ ବୋଲି କହି ମାଗୁଥିଲେ ଟଙ୍କା । ତେବେ ଶେଷରେ ବାଧ୍ୟ ହୋଇ ମନୋଜ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ଏବଂ ଆଜି ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଟାଙ୍ଗରପାଲି ତହସିଲର ତସଲାଡିହି ଭାରପ୍ରାପ୍ତ ଆର ଆଇ ଲିଲି ଚୌଧୁରୀ ।

ଏହା ମଧ୍ୟ ପଢନ୍ତୁ....ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC, ମିଳୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍

ଅଭିଯୋଗକାରୀଙ୍କ ଠାରୁ ଚାଷ ଜମିକୁ ଘରବାରି ପ୍ଲଟରେ ରୂପାନ୍ତର କରିବା ପାଇଁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ତାଙ୍କୁ ଟଙ୍କା ନେଉଥିବା ବେଳେ ଧରିଛି । ତେବେ ଧରା ପଡିବା ପରେ ସୁନ୍ଦରଗଡ ଜିଲ୍ଲା ସର୍ଗିପାଳି ସ୍ଥିତ ଶ୍ୱଶୁର ଘର ଏବଂ ତାଙ୍କ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ତେବେ ଏଠାରୁ ଅନୁମେୟ ଯେ ଜମି କିସମ ପରିବର୍ତ୍ତନ ଲାଗି ବା ଅନ୍ୟକାର୍ଯ୍ୟ ଲାଗି ମଧ୍ୟ ଲାଞ୍ଚ ନେଇଥିବେ ଭାରପ୍ରାପ୍ତ ଆର ଆଇ । ତେବେ ଭାଗ୍ୟ ବଶତଃ ଏହି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭାରପ୍ରାପ୍ତ ରାଜସ୍ୱ ଅଧିକାରୀ ଲିଲି ଚୌଧୁରୀ । ଏ ବାବଦରେ ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ମାମଲା ରଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।

ସେହିଭଳି ଗତ ସୋମବାର ଦିନ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି (ସୋମବାର) ସନ୍ଧ୍ୟାରେ ଏକ ଘରୋଇ ବସରେ ଥାନା ଅଧିକାରୀ ନିଜ କଟକ ସ୍ଥିତ ଘରକୁ ଯାଉଥିବା ବେଳେ ଜୟପୁରର ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ତାଙ୍କ ଠାରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଜୟପୁର ଭିଜିଲାନ୍ସ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.