ETV Bharat / state

ସୁନ୍ଦରଗଡ଼ ପୋଲିସ ବାହିନୀର ଇ-ଲାଇବ୍ରେରୀ ଉଦଘାଟିତ

author img

By

Published : Aug 15, 2021, 8:35 PM IST

ସୁନ୍ଦରଗଡ଼ ପୋଲିସ ବାହିନୀର ଇ-ଲାଇବ୍ରେରୀ ଉଦଘାଟିତ
ସୁନ୍ଦରଗଡ଼ ପୋଲିସ ବାହିନୀର ଇ-ଲାଇବ୍ରେରୀ ଉଦଘାଟିତ

‘ଜ୍ଞାନ ହିଁ ସ୍ୱାଧୀନତାର ପ୍ରକୃଷ୍ଟ ମାର୍ଗ' ନାରାକୁ ଆଦର୍ଶ କରି ଜିଲ୍ଲା ପୋଲିସ ନେଇଛି ଏକ ସ୍ବତନ୍ତ୍ର ପଦକ୍ଷେପ । ସୁନ୍ଦରଗଡ଼ ରିଜର୍ଭ ପୋଲିସ ପରିସରରେ ଆରମ୍ଭ ହୋଇଛି ଜିଲ୍ଲା ପୋଲିସ ବାହିନୀର ଇ-ଲାଇବ୍ରେରୀ । ଅଧିକ ପଢ଼ନ୍ତୁ...

ସୁନ୍ଦରଗଡ଼: ଜିଲ୍ଲା ପୋଲିସ 75ତମ ସ୍ୱତନ୍ତ୍ରତା ଦିବସକୁ ଏକ ନିଆରା ଢଙ୍ଗରେ ପାଳିଛି । ‘ଜ୍ଞାନ ହିଁ ସ୍ୱାଧୀନତାର ପ୍ରକୃଷ୍ଟ ମାର୍ଗ' ନାରାକୁ ଆଦର୍ଶ କରି ଜିଲ୍ଲା ପୋଲିସ ନେଇଛି ଏକ ସ୍ବତନ୍ତ୍ର ପଦକ୍ଷେପ । ସୁନ୍ଦରଗଡ଼ ରିଜର୍ଭ ପୋଲିସ ପରିସରରେ ଏହାକୁ ନେଇ ଆରମ୍ଭ କରିଛି ଜିଲ୍ଲା ପୋଲିସ ବାହିନୀର ଇ-ଲାଇବ୍ରେରୀ । ପୋଲିସ ବାହିନୀର ଏହି ଇ-ଲାଇବ୍ରେରୀକୁ ଆଜି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଏବଂ ପ୍ରାଣୀ ସଂପଦ ବିକାଶ ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି ।

ସୁନ୍ଦରଗଡ଼ ପୋଲିସ ବାହିନୀର ଇ-ଲାଇବ୍ରେରୀ ଉଦଘାଟିତ

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଲାଇବ୍ରେରୀ ଶିଶୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏଥିରେ ପୁସ୍ତକ, ପତ୍ରିକା ଓ ଅନ୍ୟାନ୍ୟ ପାଠ ସାମଗ୍ରୀ ସହିତ ଶିଶୁମାନଙ୍କ ପାଇଁ ଇ-ଲର୍ଣ୍ଣିଂର ବ୍ୟବସ୍ଥା କରାଯାଇଛି । ତେବେ ଏହାକୁ ଅନ୍ୟମାନେ ମଧ୍ୟ ବ୍ୟବହାର କରିପାରିବେ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.