ETV Bharat / state

ହକି ଫିବର: ସଜେଇ ହୋଇଛି ଇସ୍ପାତ ନଗରୀ, ଝିଲିମିଲି ଆଲୁଆରେ ଜଣାଉଛି ସ୍ବାଗତ

author img

By

Published : Jan 5, 2023, 1:44 PM IST

Rourkela gets decorated for Hockey World Cup
Rourkela gets decorated for Hockey World Cup

ହକି ବିଶ୍ବକପ ପାଇଁ ଝଲସୁଛି ରାଉରକେଲା ସହର । ଲୋକଙ୍କୁ ଆକର୍ଷିତ କରୁଛି ଝିଲମିଲ ଆଲୋକ ମାଳା । ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ପୁରା ସହରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ନୂଆ ବୋହୂ ଭଳି ସଜେଇ ହୋଇଛି ଷ୍ଟିଲସିଟି । ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଯୋଗୁଁ ନୂଆ ରୂପ ପାଇଛି ରାଉରକେଲା । ଅଧିକ ପଢନ୍ତୁ

Rourkela gets decorated for Hockey World Cup

ରାଉରକେଲା: ଦିନ କେଇଟା ପରେ ଆରମ୍ଭ ହୋଇଯିବ ପୁରୁଷ ହକି ବିଶ୍ବକପ(Hockey World Cup ) । ଦର୍ଶକଙ୍କ କରତାଳି ଓ ହୋ ହଲ୍ଲାରେ କମ୍ପିବ ଷ୍ଟାଡିୟମ । ଦିନେ ଯେତେ ପାଖଉଛି ହକି ପ୍ରେମିଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଛି । ଓଡ଼ିଶା ଦ୍ଵିତୀୟ ଥର ହକିର ବିଶ୍ବକପ ଆୟୋଜନ କରୁଥିବା ବେଳେ ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବକପ ଖେଳାଯିବ । ଯାହାକୁ ନେଇ ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର ।

ହକି ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ରାଉରକେଲାରେ ଜୋରଦାର ପ୍ରସ୍ତୁତି ହୋଇଛି । ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର ପଦକ୍ଷେପ ଯୋଗୁଁ ସହରର ରୂପରେଖ ବଦଳିଯାଇଛି । ସତେ ଯେମିତି ନୂଆ ବୋହୂ ରୂପେ ସଜେଇ ହୋଇଛି ଷ୍ଟିଲ ସିଟି । ସୌନ୍ଦର୍ଯ୍ୟ କରଣ ଶେଷ ହୋଇଥିବା ବେଳେ ସୁନ୍ଦର ଭାବରେ ସଜେଇ ହୋଇ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ରାଉରକେଲା ସହର । ରାତି ହେଲେ ଚିକଚିକ ଆଲୋକ ମାଳରେ ଝଲସୁଛି ରାଉରକେଲା ସହର ।

ସହରର ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଛକ ଏବଂ କାନ୍ଥ ବାଡ଼ ସବୁଠାରେ ନୂଆ ରଙ୍ଗ ଓ ରୂପ ଦେଇଛି ପ୍ରଶାସନ। ତେବେ ରାଉରକେଲା ସହରର ରିଙ୍ଗ ରୋଡ଼ରେ ସୌନ୍ଦର୍ଯ୍ୟ କରଣ ପାଇଁ ବ୍ୟବହାର ହୋଇଛି ଲାଇଟ । ଲାଇଟ ଆଲୋକରେ ରାଉରକେଲା ସହରର ରିଂ ରୋଡ଼ର ସୁନ୍ଦରତା ଆହୁରି ଦ୍ବିଗୁଣିତ ହୋଇ ଉଠୁଛି । ଆଲୋକରେ ସଜେଇ ହୋଇ ଝଲସୁଛି ଷ୍ଟିଲ ସିଟି ରାଉରକେଲା ସହର ରାସ୍ତା ଘାଟ । କେବଳ ଯେ ଲାଇଟ ନୁହେଁ ଏହାସହ ରାଉରକେଲା ସହରରେ ରାସ୍ତାଘାଟକୁ ସୌନ୍ଦର୍ଯ୍ୟ କରଣ କରାଯାଉଛି ଏବଂ ସହରର ବିଭିନ୍ନ ସ୍ଥାନରେ ନୂଆ କରି ତିଆରି କରାଯାଇଛି ପାର୍କ ।

ପାର୍କ ଗୁଡିକ ମଧ୍ୟରେ ରଙ୍ଗୀନ ଲାଇଟ ବ୍ୟବସ୍ଥା ସହ କରାଯାଇଛି ୱାଟର ଫାଉନଣ୍ଟେନ ସେ ପୁଣି ରଙ୍ଗ ବେରଙ୍ଗ ଲାଇଟରରେ ଆହୁରି ସୌନ୍ଦର୍ଯ୍ୟ ଭରି ଦେଉଛି । ଏହାସହ ରାଉରକେଲା ସହରର ରାସ୍ତ କଡ଼ରେ ଥିବା କାନ୍ଥ ଗୁଡିକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯାଇଛି । କାନ୍ଥ ଗୁଡିକରେ ସୁନ୍ଦର ସୁନ୍ଦର ରୂପ ଦେଇ ଚିତ୍ର ଅଙ୍କା ଯାଇଛି । ଖାଲି ପଡିଥିବା କାନ୍ଥ ଗୁଡିକ ବର୍ତ୍ତମାନ ସୁନ୍ଦର ଚିତ୍ର ମଧ୍ୟରେ ଝଟକୁଛି । ଚିତ୍ର ଗୁଡିକ ଏତେ ସୁନ୍ଦର ହୋଇଛି ଯେ ଆଖି ଖୋସି ହୋଇଗଲାପରି ମନେ ହେଉଛି । ସୁନ୍ଦର ଭାବରେ କଳା ସଂସ୍କୃତି ଏବଂ ବିଭିନ୍ନ ପ୍ରକାର ଚିତ୍ରରେ ଭରି ଯାଇଛି ରାଉରକେଲା ସହରର କାନ୍ଥ ।

ହକି ବିଶ୍ବକପକୁ ନେଇ ବର୍ତ୍ତମାନ ରାଉରକେଲା ସହର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇ ଉଠିଛି । ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସହରରେ ହକି ବିଶ୍ୱକପ ଆୟୋଜନ ଏକ ବଡ଼ ସଫଳତା । ସହରର ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ(Birsa Munda Stadium) ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଏହାକୁ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ ବୋଲି କୁହାଯାଉଛି । ଆଉ ମାତ୍ର 8 ଦିନ ପରେ ଏଠାରେ ହେବ ହକି ମହାକୁମ୍ଭ । ମ୍ୟାଚ ଦେଖିବେ ହଜାର ହଜାର ଦର୍ଶକ । ଏବଂ ରାଉରକେଲା ସହରକୁ ହକି ମାନି ରେ ପରିଣତ କରିବା ପାଇଁ ବିଭିନ୍ନ ଛକରେ ହକି ଖେଳାଳୀଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଏହାସହ ହକି ଛକରେ ନୂତନ ହକି ଷ୍ଟିକ ସହ ଗ୍ଲୋବର ସୁନ୍ଦର ଛକ ନିର୍ମାଣ ମଧ୍ୟ ହୋଇଛି । ହକି ଖେଳାଳୀଙ୍କ ମୂର୍ତ୍ତି ଆଲୋକ ମାଳରେ ଝଲସୁଥିବା ବେଳେ ଷ୍ଟିଲ ଷ୍ଟିଲ ଓ ଷ୍ଟିଲ ସ୍କ୍ରାପରେ ତିଆରି କରାଯାଉଛି । ଯାହା ହକି ପ୍ରେମୀଙ୍କ ମନରେ ଖୁସି ଭରିଦେଉଛି ।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ରାଉରକେଲାବାସୀଙ୍କ ଅନୁରୋଧ କରିଛନ୍ତି ଯେ,''ହକି ବିଶ୍ୱକପ ସମୟରେ ସମସ୍ତ ରାଉରକେଲାବାସୀ ନିଜର ଘରକୁ ରଙ୍ଗୀନ ଆଲୋକ ମାଳରେ ସଜାନ୍ତୁ । ଯାହା ଫଳରେ ରାଉରକେଲା ସହର ନିଜର ଏକ ଭିନ୍ନ ଛାପ ଛାଡିବ ସାରା ବିଶ୍ୱବାସୀଙ୍କ ପାଇଁ। ''ନୂଆ ଆଶା ଆକାଂକ୍ଷା ସହ ଆଗକୁ ବଢୁଛି ରାଉରକେଲା ସହର । ବିଶ୍ୱ ଦରବାରରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ରାଉରକେଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.