ETV Bharat / state

ବେଆଇନ କୁକୁଡା ଲଢେଇ ଓ ଜୁଆ ଆଡ୍ଡା ଉପରେ ଚଢାଉ, 36 ଜୁଆଡି ଗିରଫ

author img

By

Published : May 2, 2023, 2:01 PM IST

police raid on gambling den in sundargarh
police raid on gambling den in sundargarh

ଜୁଆ ଆଡ୍ଡା ଉପରେ ଚଢାଉ କରି 36 ଜଣ ଜୁଆଡିଙ୍କୁ ଗିରଫ କଲା ରାଜଗାଙ୍ଗପୁର ପୋଲିସ । ଅଧିକ ପଢନ୍ତୁ

police raid on gambling den in sundargarh

ରାଉରକେଲା: ଚାଲିଥିଲା ବେଆଇନ କୁକୁଡା ଲଢେଇ ସହ ଜୁଆ ଆଡ୍ଡା । ଚଢାଉ କରି 36 ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ସହ ନଗଦ ଟଙ୍କା, କାର ଓ ବାଇକ ଜବତ କଲା ରାଜଗାଙ୍ଗପୁର ପୋଲିସ । ରାଜଗାଙ୍ଗପୁରର ମାଲିଡିହି ପଞ୍ଚାୟତର ପତ୍ରାଟୋଲି ଅଞ୍ଚଳରେ କୁକୁଡ଼ା ଖେଳ ଓ ଜୁଆ ଆଡ୍ଡା ଚାଲିଥିବାରୁ ଚଢାଉ କରିଥିଲା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସମସ୍ତ ଜୁଆ ଆଡ୍ଡା ସହ ବେଆଇନ କାର୍ଯ୍ୟକଳାପ ଉପରେ ରାଜଗାଙ୍ଗପୁର ପୋଲିସର ନଜର ରଖିଛି । ଗତକାଲି ପତ୍ରାଟୋଲି ଅଞ୍ଚଳରେ ବେଆଇନ ଭାବରେ କୁକୁଡ଼ା ଲଢେ଼ଇ ସହ ଜୁଆ ଆଡ୍ଡା ଚାଲିଥିବା ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ରାଜଗାଙ୍ଗପୁର ପୋଲିସ । ଏହାପରେ ଏସ୍‌ଡିପିଓଙ୍କ ନିର୍ଦ୍ଦେଶ ଅନୁସାରେ ରାଜଗାଙ୍ଗପୁର ଥାନା ଅଧିକାରୀ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସାଧା ପୋଷାକରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।

ସେଠାରେ ପହଞ୍ଚିବା ପରେ ବେଆଇନ କୁକୁଡ଼ା ଲଢେ଼ଇ ସହ ଜୁଆ ଖେଳ ଚାଲିଥିବା ଦେଖିବାକୁ ପାଇଥିଲା ପୋଲିସ । ଏହାପରେ ଅତର୍କିତ ଭାବେ ଚଢାଉ କରି 36 ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ନଗଦ 36 ହଜାର ଟଙ୍କା 2ଟି କାର ଓ 13ଟି ବାଇକ ଜବତ କରିଛି । ସେହିପରି 28ଟି ମୋବାଇଲ ଫୋନ ସହ ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ଏସଡିପିଓ ଅଭିଷେକ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।

ଗତ ଏପ୍ରିଲ ମାସରେ ବରଗଡ ସୋହେଲା ଥାନା ଅନ୍ତର୍ଗତ ରାଜସ୍ଥାନୀ ଢାବାରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ସେଠାରୁ 9ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ନିକଟରୁ 12 ଗୋଟି ଦାମୀ କାର 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ଜୁଆ ସାମଗ୍ରୀ ପୋଲିସ ଜବତ କରିଥିଲା । ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ । ଗତବର୍ଷ ଅକ୍ଟୋବର ମାସରେ ରାୟଗଡାରେ 13ଟି ଜୁଆ ଆଡ୍ଡା ଉପରେ ଚଢାଉ କରି ପୋଲିସ 58 ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ଜୁଆଡି ମାନଙ୍କ ଠାରୁ 2ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଥିଲା । ସେହିପରି ଜୁଆଡ଼ିଙ୍କ ଠାରୁ 23 ଗୋଟି ମୋବାଇଲ ଫୋନ୍‌, ମୋଟର ସାଇକେଲ, ତାସ୍‌ ଓ ଜୁଆରେ ବ୍ୟବହାର ହେଉଥିବା ସାମଗ୍ରୀ ଗୁଡିକୁ ଜବତ କରିଥିଲା ପୋଲିସ । ରାୟଗଡ଼ା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଏହି ସୂଚନା ଦେଇଥିଲେ ।

ଇଟିଭି ଭାରତ,ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.