ETV Bharat / state

ଅଦିନିଆ ବର୍ଷା ଉଜାଡି ଦେଲା ଫସଲ, ଚାଷୀ ମୁଣ୍ଡରେ ଚଡ଼କ

author img

By ETV Bharat Odisha Team

Published : Dec 8, 2023, 9:26 AM IST

ଚାଷୀ ମୁଣ୍ଡରେ ଚଡକ
ଚାଷୀ ମୁଣ୍ଡରେ ଚଡକ

ମିଗଜୋମ ପ୍ରଭାବରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ପ୍ରଭାବରେ ଚାଷୀ ହନ୍ତସନ୍ତ। ବର୍ଷା ଯୋଗୁଁ ଧାନ ସହ ପନି ପରିବା ନଷ୍ଟ । ସରକାରୀ ସହାୟତା ଦାବି । ଅଧିକ ପଢ଼ନ୍ତୁ

ଅଦିନିଆ ବର୍ଷା ଉଜାଡି ଦେଲା ଫସଲ

ରାଉରକେଲା: ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ । ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଅମଳକ୍ଷମ ଫସଲ ଚାଷ ଜମିରେ ହିଁ ନଷ୍ଟ ହୋଇଯାଇଛି । ଧାନ ଫସଲଠାରୁ ଆରମ୍ଭ କରି ବିଭିନ୍ନ ଫନିପରିବା ବର୍ଷା ପ୍ରଭାବରେ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ଅମଳ ସମୟରେ ଏଭଳି ବର୍ଷା ଦାଉ ଚାଷୀକୂଳକୁ ଦୋହଲାଇ ଦେଇଛି ।

ବାତ୍ୟା ମିଗଜୋମର ପ୍ରଭାବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପ୍ରକୃତି ତାଣ୍ଡବ ରଚିଥିବା ବେଳେ ଚାଷୀକୂଳକୁ ବହୁ କ୍ଷୟକ୍ଷତିର ସାମ୍ନା କରିବାକୁ ପଡିଛି । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଏକର ଏକର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଅମଳ ସମୟରେ ଦାଉ ସାଜିଛି ବର୍ଷା । ଯେଉଁଥିପାଇଁ ବିଲରେ ଥିବା ଧାନଗଛଗୁଡିକ କେଉଁଠି ଶୋଇଯାଇ ମାଟିରେ ମିଶିଲାଣି ତ କେଉଁଠି ଧାନଗୁଡିକ ବିଲରେ ଗଜା ହେବାକୁ ବସିଲାଣି ।

ଏହାମଧ୍ୟ ପଢନ୍ତୁ.. ଅଦିନିଆଁ ବର୍ଷାରେ ଭିଜିଲା ଚାଷୀ ଧାନ, ବ୍ୟାପକ କ୍ଷୟକ୍ଷତି

ଗତ ପାଞ୍ଚ ତାରିଖରୁ ତିନି ଧରି ପବନ ସହ ଲଗାଣ ବର୍ଷା ସୁନ୍ଦରଗଡ଼ ଜିଲ୍ଲାରେ ଲାଗି ରହିଥିଲା । ଯାହା ଫଳରେ ଚାଷ ଜମିରେ ଧାନ ଗଛ ତଳେ ପଡ଼ିଯିବା ସହ ଜମିରେ ପାଣି ଜମି ରହିଥିଲା । ତେବେ ଏହାରି ଫଳରେ ଧାନ ଓ ବିଭିନ୍ନ ପନିପରିବା ଚାଷ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଧାନ ଚାଷ ଭଲ ହୋଇଥିବା ବେଳେ ଠିକ ଅମଳ ସମୟର ଦାଉ ସାଧିଛି ଅଦିନିଆ ଲଗାଣ ବର୍ଷା । କିଏ ଜମିରେ କଟା ଯାଇଥିବା ଧାନକୁ ଜରି ଢାଙ୍କି ରଖିଥିବା ବେଳେ କାହାର ଧାନ ଗଦା ବର୍ଷାରେ ଭିଜି ଯାଇ ଗଜା ହେବାକୁ ବସିଲାଣି । ଯାହା ବର୍ତ୍ତମାନ ଚାଷୀ ମୁଣ୍ଡରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ରୋଜଗାର ଆଶାରେ କେତେକ ଚାଷୀ ସମବାୟ ସଂସ୍ଥା ଓ ବାଣିଜ୍ୟ ବ୍ୟାଙ୍କରୁ କୃଷି ଋଣ କରି ହଜାର ହଜାର ଟଙ୍କା ଲଗାଇ ବିଭିନ୍ନ କିସମର ଚାଷ କରିଥିବା ବେଳେ ଠିକ ଅମଳ ସମୟରେ ଏଭଳି ଅଦିନିଆ ବର୍ଷା ଚାଷୀକୁ ହତାଶ କରିଛି । ଅନ୍ୟପଟେ ବର୍ଷାରେ ଧାନ କ୍ଷେତରେ ପାଣି ଜମି ରହିଥିବା ବେଳେ ଏପର୍ଯ୍ୟନ୍ତ କୃଷି ବିଭାଗ ପକ୍ଷରୁ କେହି ଜଣେ ହେଲେ ତାଙ୍କ ପାଖକୁ ଆସି ନଥିବା ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ବଣାଇ ଅଞ୍ଚଳର ଚାଷୀ । କେମିତି ବର୍ଷା ପାଣିରୁ ଉଦ୍ଧାର କରି ଅମଳ କରିବେ ଧାନ ଏବଂ କେମିତି ସୁଝିବେ ଋଣ ଏନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ । ବଣାଇ ଉପଖଣ୍ଡରେ ହଜାର ହଜାର ଏକର ଚାଷ ନଷ୍ଟ ହୋଇ ଥିବା ବେଳେ ସରକାରୀ ସହାୟତା ପାଇଁ ଚାହିଁ ବସିଛି ଚାଷୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.