ETV Bharat / state

ଇଏସଆଇସି ହସ୍ପିଟାଲରେ ଅବ୍ୟବସ୍ଥା, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଗଠନ

author img

By ETV Bharat Odisha Team

Published : Oct 15, 2023, 7:27 AM IST

କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ ଶ୍ରମିକ ସଂଗଠନ
କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ ଶ୍ରମିକ ସଂଗଠନ

ଇଏସଆଇସି ହସ୍ପିଟାଲରେ ଅବ୍ୟବସ୍ଥା ନେଇ କେନ୍ଦ୍ର ସରକାର ବିରୋଧରେ ବର୍ଷିଲା ଶ୍ରମିକ ସଂଗଠନ। ଶ୍ରମିକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ଇଏସଆଇସି ହସ୍ପିଟାଲରେ ଅବ୍ୟବସ୍ଥା

ରାଉରକେଲା: ଇଏସଆଇସିର ଅବ୍ୟବସ୍ଥା ନେଇ କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ ଶ୍ରମିକ ସଂଗଠନ । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ବର୍ଷିଲା ମିଳିତ ଶ୍ରମିକ ସଂଗଠନ । ଶ୍ରମିକଙ୍କ ଚିକିତ୍ସା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଇଏସଆଇସି ହସ୍ପିଟାଲ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମିଳିତ ଶ୍ରମିକ ସଂଗଠନ । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ନେଇ ବିରୋଧ କରିଛନ୍ତି । ଇଏସ୍ଆଇସି ମଡେଲ ହସ୍ପିଟାଲରୁ ବୀମାଭୁକ୍ତ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ମିଳିପାରୁନଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଆଜି ରାଉରକେଲା ଶ୍ରମିକ ସଂଗଠନ ଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଖଣି ଖାଦାନ, କଳକାରଖାନା ସମେତ ବିଭିନ୍ନ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ସୁବିଧାରେ ଚିକିତ୍ସିତ ହେବା ପାଇଁ ଇଏସ୍‌ଆଇସିକୁ ପ୍ରତିମାସ କିଛି କିଛି ଅର୍ଥ ଦେଇଥାଆନ୍ତି । ମାତ୍ର ଇଏସ୍‌ଆଇସିର ଅବହେଳା ଯୋଗୁଁ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥ‌ିବା ଅଭିଯୋଗ କରିଛନ୍ତି ଶ୍ରମିକ ସଂଗଠନ । ତେଣୁ ମିଳିତ ଶ୍ରମ ସଂଗଠନ ପକ୍ଷରୁ ସ୍ଥାନୀୟ ଇଏସ୍ଆଇସି ମଡେଲ୍‌ ହସ୍ପିଟାଲ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା ଏବଂ ଏହା ପରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ଜୟନ୍ତୀ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଡାଇରେକ୍ଟର ଜେନେରାଲ ଏବଂ ମେଡିକାଲ କମିଶନର ଇଏସ୍ଆଇସି, ନୂଆଦିଲ୍ଲୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ବୋନସ ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ରାଜ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ବ ବୀମାଧାରୀ ଓ ସେମାନଙ୍କ ପରିବାର ବର୍ତ୍ତମାନ ସ୍ଥିତିରେ ଇଏସ୍ଆଇସି ପକ୍ଷରୁ ଆବଶ୍ୟକ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । କାରଣ ଇଏସ୍ଆଇସି ମଡେଲ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ଏବଂ ଚିକିତ୍ସା ପାଇଁ ଆବଶ୍ୟକ ବିଭିନ୍ନ ଉପକରଣର ଅଭାବ ଦେଖାଯାଉଛି । ଇତିମଧ୍ଯରେ ଭୁବନେଶ୍ବରଠାରେ ଅନୁଷ୍ଠିତ ଇଏସ୍‌ଆଇସି ବୋର୍ଡ଼ ପରାମର୍ଶଦାତା ବୈଠକରେ ମିଳିତ ଶ୍ରମ ସଂଗଠନ ପକ୍ଷରୁ ପ୍ରଦତ୍ତ ରାଉରକେଲାରେ ୨୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ମଡେଲ ହସ୍ପିଟାଲ ସ୍ଥାପନ ପ୍ରସ୍ତାବ ଗୃହୀତ ହୋଇଥିଲା । ଏନେଇ ରାଜ୍ୟ ସରକାର ଆବଶ୍ୟକ ପରିମାଣ ଜମି ଯୋଗାଇ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ହେଲାନାହିଁ । ଏବେ ଏଠାକାର ମଡେଲ ହସ୍ପିଟାଲ କେବଳ ଏକ ରେଫରାଲ ହସ୍ପିଟାଲରେ ପରିଣତ ହୋଇଥିବା ଅଭିଯୋଗ କରାଯାଇଛି । ଆପାତକାଳୀନ ସ୍ଥିତିରେ ଆସୁଥ‌ିବା ବୟସ୍କ ରୋଗୀ ଏବଂ ଗର୍ଭବତୀଙ୍କୁ ମଧ୍ୟ ଏଠାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ ରୋଗୀମାନଙ୍କୁ କେବଳ ଏମ୍ସ୍ ଏବଂ ସରକାରୀ ଡାକ୍ତରଖାନା ବ୍ୟତୀତ ରାଜ୍ୟର ଅନ୍ୟ ଘରୋଇ ହସ୍ପିଟାଲକୁ ରେଫର କରାନଯିବା ପାଇଁ ସମସ୍ତ ଇଏସ୍‌ଆଇସି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଦାବି ଦିଆଯାଇଛି ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.