ETV Bharat / state

ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ

author img

By

Published : Aug 20, 2023, 9:46 AM IST

ବେଦାନ୍ତ ଖଣି ସମ୍ମୁଖରେ ବିଶାଳ ବିକ୍ଷୋଭ
ବେଦାନ୍ତ ଖଣି ସମ୍ମୁଖରେ ବିଶାଳ ବିକ୍ଷୋଭ

ବେଦାନ୍ତ ଖଣି ସମ୍ମୁଖରେ ବିଶାଳ ବିକ୍ଷୋଭ ଏବଂ ଧାରଣା ପ୍ରଦର୍ଶନ । ସ୍ଥାନୀୟ ଲୋକଙ୍କ ଏବଂ CITU ଦଳ ସହ ଶ୍ରମିକମାନେ ମିଶି କଲେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ବେଦାନ୍ତ ଖଣି ସମ୍ମୁଖରେ ବିଶାଳ ବିକ୍ଷୋଭ

ରାଉରକେଲା: ବେଦାନ୍ତ କମ୍ପାନୀ ଖଣି ସମ୍ମୁଖରେ ଧାରଣା । ଧାରଣାରେ ସାମିଲ ହେଲେ ସ୍ଥାନୀୟ ଜନ ସାଧାରଣ । କମ୍ପାନୀର ମନମୁଖୀ କାର୍ଯ୍ୟ ଚାଲୁଥିବା ଅଭିଯୋଗରେ ଗତକାଲି(ଶନିବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି CITU ଦଳ ଏବଂ ସ୍ଥାନୀୟ ବାସିନ୍ଦା । କମ୍ପାନୀ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରି ମନଇଚ୍ଛା କାର୍ଯ୍ୟକରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ତେବେ କୋଇଡା ସ୍ଥିତ ବେଦାନ୍ତ ଖଣି ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ଗର୍ଜିଛନ୍ତି CITU କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ।

ବେଦାନ୍ତ କମ୍ପାନୀର ମନମୁଖୀ ଶାସନକୁ ନେଇ ମାଇନ୍ସରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ସ୍ଥାନୀୟ ଜନସାଧାରଣଙ୍କର ସମେତ ସି.ଆଇ.ଟି.ୟୁ କର୍ମୀ । ତେବେ ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ନଦୀଡିହୀ ଠାରେ ଥିବା ବେଦାନ୍ତ ଖଣିର । ଖଣି ସମ୍ମୁଖରେ ଧାରଣାରେ ବସି ରହିଛନ୍ତି CITU କର୍ମୀ ଏବଂ ସାଧାରଣ ଲୋକେ । ଦାବି ପୂରଣ ନହେବା ଯାଏ ଏଭଳି ବିକ୍ଷୋଭ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏହି ବିକ୍ଷୋଭରେ ବଣାଇଗଡ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସି.ଆଇ.ଟି.ୟୁର ବରିଷ୍ଠ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ସମାଲ ହୋଇଛନ୍ତି ।

ଅଧିକ ପଢନ୍ତୁ: ବେଦାନ୍ତର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣିକୁ ବିରୋଧ, ବିକ୍ଷୋଭ କଲେ ଲୋକେ

ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ତା କହିଛନ୍ତି,‘‘ବେଦାନ୍ତ ମାଇନ୍ସ ନଦିଡିହୀରେ ଏକ ବିଶାଳ ଧାରଣା କରାଯାଇଛି । ଆଗରୁ ରୁଙ୍ଗଟା କମ୍ପାନୀ ଦ୍ୱାରା ଏହି ମାଇନ୍ସ ଚାଲିଆସିଥିବା ବେଳେ ଏଇ କିଛି ବର୍ଷ ହେବ ଏହି ନିଦିଡିହୀ ଖଣି ବେଦାନ୍ତ ହାତକୁ ଯାଇଛି । ତେବେ ବେଦାନ୍ତ କମ୍ପାନୀ ଏହି ମାଇନ୍ସକୁ ପରିଚାଳନା କରିବା ପୂର୍ବରୁ ଖଣି କର୍ତ୍ତୃପକ୍ଷ ଯେଉଁ ପ୍ରତିଶ୍ରୁତି ଏହି ଅଞ୍ଚଳର ସାଧାରଣ ଲୋକ ଏବଂ ଶ୍ରମିକମାନଙ୍କ ପାଇଁ ଦେଇଥିଲା ତାହା କୌଣସି ମତେ ପୂରଣ ହୋଇନାହିଁ । ବେଦାନ୍ତ କମ୍ପାନୀ ମାଇନ୍ସ ନେବା ଦିନ ଠାରୁ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଉନ୍ନତି ମୂଳକ ଦାବିକୁ ଅଣଦେଖା କରିଛି କମ୍ପାନୀ । କଠିନ ପରିଶ୍ରମ ବାହାନରେ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହିତ ପରିଶ୍ରମର ଉଚିତ୍ ମୂଲ୍ୟ ଦିଆଯାଉ ନାହିଁ । କର୍ତ୍ତୃପକ୍ଷ ଦେଇଥିାବା ପ୍ରତିଶ୍ରୁତି ରାସ୍ତା ଘାଟ, ପାନୀୟ ଜଳ ବ୍ୟବସ୍ଥା, ସ୍କୁଲ, ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସଠିକ ନିଯୁକ୍ତି ସବୁ ଫେଲ ମାରିଛି । କମ୍ପାନୀକୁ ବାରମ୍ବାର ଦାବି କରିଥିଲେ ମଧ୍ୟ କମ୍ପାନୀ କର୍ଣ୍ଣପାତ ନକରିବାରୁ ଏହି ଆନ୍ଦୋଳନ କରାଯାଇଛି ।’’ କମ୍ପାନୀ ଦାବି ପୂରଣ କଲେ ହିଁ ଆନ୍ଦୋଳନ ହଟିବ ବୋଲି ଚେତାବନୀ ଦେଇଛି ଦଳ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.