ETV Bharat / state

heat wave: ଜଳୁଛି ଷ୍ଟିଲ ସିଟି ରାଉରକେଲା, ଅସ୍ତବ୍ୟସ୍ତ ଜନଜୀବନ

author img

By

Published : Apr 13, 2023, 9:22 PM IST

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଜନଜୀବନ ହୋଇପଡ଼ିଛି ଅସ୍ତବ୍ୟସ୍ତ । ଅଧିକ ପଢନ୍ତୁ

ରାଜ୍ୟରେ ପୁଣି ଉପରମୁହାଁ ପାରଦ
ରାଜ୍ୟରେ ପୁଣି ଉପରମୁହାଁ ପାରଦ

ଡହ ଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ସୁନ୍ଦରଗଡବାସୀ

ରାଉରକେଲା: ତତଲା କଡେଇରେ ଭାଜି ହେଉଛି ରାଉରକେଲା ସହର । ଡହ ଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ସୁନ୍ଦରଗଡବାସୀ । ୮ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଗ୍ରୀଷ୍ମ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ସୁନ୍ଦରଗଡରେ ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନ ସାଧାରଣଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ସୂର୍ଯ୍ୟଙ୍କ କିରଣରେ ଜଳୁଛି ବର୍ତ୍ତମାନ ସାରା ଜିଲ୍ଲା । ଯାହା ଫଳରେ ଘରୁ ବାହାରିବା ରାଉରକେଲା ସହରବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ବର୍ତ୍ତମାନ ରାଉରକେଲା ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା କରିଛି ।

ତେବେ ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସୁନ୍ଦରଗଡ଼ ଜିଲ୍ଳା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଜିଲ୍ଲା ପ୍ରଶାସନ ମଧ୍ୟ ଜନ ସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଖରାରେ ବାହାରକୁ ବାହାରିଲେ ସାଥିରେ ପାଣି ବୋତଲ, ଓଦା ଗାମୁଛା ସମେତ ଛତା ଓ କଳା ଚଷମା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ଖରା ହେବା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିନା କାରଣରେ ଖରାରେ ପଦାକୁ ନଯିବାକୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ଅଂଶୁଘାତ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିବା ପ୍ରସାଶନ ପକ୍ଷରୁ କୁହାଯାଇଛି । ରାଉରକେଲା ସରକାରୀ ହସ୍ପିଟାଲରେ ମଧ୍ୟ ଅଂଶୁଘାତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଝାଞ୍ଜି ଖରାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଉରକେଲା ସହରବାସୀ । ସହରବାସୀ କହିଛନ୍ତି, ‘ଦିନକୁ ଦିନ ଗରମ ଅସହ୍ୟ ହେବାରେ ଲାଗିଛି । ଉତ୍ତାପକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଯାଏଁ ରାଉରକେଲା ପ୍ରଶାସନ ଜଳଛତ୍ର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି।’ ଅନ୍ୟ ପକ୍ଷରେ ରାଜ୍ୟ ସରକାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଅଧିକ ହେବାରୁ ସ୍କୁଲ ପିଲାଙ୍କ ଛୁଟି ଘୋଷଣା କରିଛନ୍ତି । ୧୫ ତାରିଖ ପର୍ଯ୍ୟନ୍ତ ହିଟ୍‌ୱେଭ୍ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକଲି ହିଟ୍‌ୱେଭ୍ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.