ETV Bharat / state

ଇଂଲଣ୍ଡ ବିପକ୍ଷରେ ଭାରତକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ: ପୂର୍ବତନ କ୍ୟାପଟେନ ସୁଭଦ୍ରା

author img

By

Published : Jan 14, 2023, 6:43 PM IST

ବଜୟରୁ ହକି ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଭାରତ ଓ ଇଂଲଣ୍ଡ ରବିବାର ପରସ୍ପରକୁ ଭେଟିବେ । ତେବେ ଭାରତ ଏନେଇ ରଣକୌଶଳ ଆରମ୍ଭ କରିଛି । ଏହା ପୂର୍ବରୁ ଭାରତର ପ୍ରଦର୍ଶନ ନେଇ ଆମ ସହିତ ଆଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ମହିଳା ହକି ଦଳର କ୍ୟାପଟେନ ସୁଭଦ୍ରା ପ୍ରଧାନ । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ବିପକ୍ଷରେ ଭାରତକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ କହିଲେ ସୁଭଦ୍ରା ପ୍ରଧାନ
ଇଂଲଣ୍ଡ ବିପକ୍ଷରେ ଭାରତକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ କହିଲେ ସୁଭଦ୍ରା ପ୍ରଧାନ

ପୂର୍ବତନ ଭାରତୀୟ ମହିଳା ହକି ଦଳର କ୍ୟାପଟେନ ସୁଭଦ୍ରା ପ୍ରଧାନଙ୍କ ସହ ଆଲୋଚନା

ରାଉରକେଲା: ରାଜ୍ୟରେ ଆଗେଇ ଚାଲିଛି ହକି ବିଶ୍ବକପ ଟକ୍କର । ଭାରତୀୟ ହକି ଦଳ ସ୍ପେନ୍‌ ବିପକ୍ଷରେ ଦମଦାର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ସ୍ପେନ ବିପକ୍ଷରେ ଧୂଆଁଧାର ବିଜୟ ଲାଭ କରିଛି ଭାରତ । ୨-୦ ଗୋଲରେ ଭାରତ ସ୍ପେନକୁ ପରାସ୍ତ କରିଛି । ଏହାପରେ ଆସନ୍ତାକାଲି (ରବିବାର) ଭାରତୀୟ ହକି ଦଳ ଭେଟିବ ନିଜ ପୁଲର ସବୁଠାରୁ ଷ୍ଟ୍ରଙ୍ଗ ଦଳ ଇଂଲଣ୍ଡ ସହ । ଏନେଇ ଆମ ସହିତ ଆଲୋଚନା କରିଛନ୍ତି ଭାରତୀୟ ମହିଳା ହକି ଦଳର ପୂର୍ବତନ କ୍ୟାପଟେନ ସୁଭଦ୍ରା ପ୍ରଧାନ ।

ଗତକାଲି ୱେଲସ ବିପକ୍ଷରେ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଛି । ୱେଲସକୁ ଏକ ପାଖିଆ ଭାବରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୫-୦ ଗୋଲରେ ପରାସ୍ତ କରିଛି ଇଂଲଣ୍ଡ । ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଗାମୀ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି କୁହାଯାଉଛି । ଏହାକୁ ନେଇ ଭାରତ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ତେବେ ଭାରତ କିଭଳି ଇଂଲଣ୍ଡ ବିପକ୍ଷରେ ଖେଳିବ, ସେନେଇ ଆମେ ଆଲୋଚନା କରିଥିଲୁ ପୂର୍ବତନ ଭାରତୀୟ ମହିଳା ହକି ଦଳର କ୍ୟାପଟେନ ସୁଭଦ୍ରା ପ୍ରଧାନଙ୍କ ସହ । ସେ ନିଜ ଖେଳ ଜୀବନରେ ବିଶ୍ବସ୍ତରରେ ନିଜର ପ୍ରତିଭା ଦେଖାଇ ପୂର୍ବରୁ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମୁକାବିଲା ନେଇ ସୁଭଦ୍ରା ପ୍ରଧାନ କହିଛନ୍ତି, "ଦୁଇ ଦଳ ଗତକାଲି ଭଲ ପ୍ରଦର୍ଶନ କରିଥିଲେ ଏବଂ ଅଟାକ ଠାରୁ ଆରମ୍ଭ କରି ଡିଫେନ୍ସ ସହ ମିଡ ଫିଲ୍ଡରେ ଦୁଇ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡ ନିଜର ଅଟାକିଂ ଗେମ ଖେଳିବା ପ୍ରଥମରୁ ଆରମ୍ଭ କରି ଶେଷ ଯାଏଁ ଏହାକୁ ବଜାୟ ରଖିଥିଲା ଏବଂ ୱେଲସକୁ ଗେମକୁ ଫେରିବା ପାଇଁ ସୁଯୋଗ ମଧ୍ୟ ଦେଇନଥିଲା । ଅନ୍ୟ ପକ୍ଷରେ ଭାରତୀୟ ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା ସ୍ପେନ ବିପକ୍ଷରେ । ଯଦିଓ ଇଂଲଣ୍ଡ ଭଳି ପେନାଲ୍‌ଟିକୁ ଗୋଲରେ ପରିଣତ କରି ପାରିନାହିଁ, କିନ୍ତୁ ଭାରତର ଡିଫେନ୍ସ ମଧ୍ୟ ଭଲ ପ୍ରଦର୍ଶନ କରି ସ୍ପେନକୁ ଆମ ଡିଫେନ୍ସ ଅଞ୍ଚଳକୁ ଆଣିବାକୁ ଦେଇ ନାହଁ ଏବଂ ଫରୱାର୍ଡ ଏବଂ ମିଡ ଫିଲ୍ଡ ଖେଳାଳିମାନେ ମଧ୍ୟ ନିଜର ଭଲ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଭାରତ ବିଜୟ ଲାଭ କରିଥିଲା ।"

ତେବେ ଭାରତକୁ ଆହୁରି ଭଲ ପ୍ରଦର୍ଶନ କରି ଭଲ ଖେଳିବାକୁ ପଡିବ ବୋଲି କହିଛନ୍ତି ସୁଭଦ୍ରା । କାରଣ ପୂର୍ବରୁ ଇଂଲଣ୍ଡ ଭାରତକୁ ବହୁ ଥର ବିଭିନ୍ନ ଚାମ୍ପିୟନସିପରେ କଡ଼ା ଟକ୍କର ଦେଇଛି । ତେଣୁ ଭାରତୀୟ ଦଳର ଖେଳକୁ ଭଲ ଭାବରେ ଜାଣିଛି ଇଂଲଣ୍ଡ ଦଳ । ସେଥିପାଇଁ ଭାରତୀୟ ହକି ଦଳ ଇଂଲଣ୍ଡ ଦଳର ଲୁଜ ପଏଣ୍ଟକୁ ଖୋଜି ତାହା ମଧ୍ୟରେ ଅଟାକ କରିବାକୁ ପଡିବ ବୋଲି ସେ କହିଛନ୍ତି । ଆମ ଖେଳାଳିଙ୍କୁ ଆଉ ଟିକେ ଭଲ ଅଟାକ ସହ ପେନାଲଟିକୁ ଗୋଲରେ ପରିଣତ କରିବାକୁ ପଡ଼ିବ । ତେବେ ପୂର୍ବ ମ୍ୟାଚ ଭଳି ଭାରତକୁ ନିଜର କୌଶଳ ପ୍ରଦର୍ଶନ କରି ପ୍ରଥମରୁ ଅଟାକ କରି ଖେଳ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ମହିଳା ହକି ଦଳର କ୍ୟାପଟେନ ସୁଭଦ୍ରା ପ୍ରଧାନ । ତେବେ ପୂର୍ବ ମ୍ୟାଚ ଭଳି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଆମ ଦୁଇ ଓଡ଼ିଆ ପୁଅ ଭଲ ଖେଳନ୍ତୁ ବୋଲି ସେ ଆଶା ରଖିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.