ETV Bharat / state

CM Naveen Rourkela Visit: ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ

author img

By

Published : Jan 5, 2023, 4:12 PM IST

Updated : Jan 5, 2023, 8:30 PM IST

Sundergarh Medical College and Hospital
Sundergarh Medical College and Hospital

ରାଉରକେଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Rourkela Visit) ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ଜିଲ୍ଲାରେ ଆଜି ପ୍ରାୟ ୧୧୦୦ କୋଟି ମୂଲ୍ୟର ଅନ୍ୟ ପ୍ରକଳ୍ପର ମଧ୍ୟ ଉଦଘାଟନ ହେବ । ଅଧିକ ପଢନ୍ତୁ

CM Naveen Rourkela Visit: ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ (CM Naveen Rourkela Visit) । ଆଜି ଏହି ଗସ୍ତରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ (Sundergarh Medical College & Hospital)ର ଆନୁଷ୍ଠାନିକ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ନାମ ଲେଖାଇଥିବା MBBS ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କୁ 5Tର ମନ୍ତ୍ରରେ ଅଭିମନ୍ତ୍ରିତ କରାଇ ରୋଗୀମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଦେବା ଲାଗି ଉପଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ସେବାକୁ ସୁଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ସୁନ୍ଦରଗଡ଼ରେ NTPC LTD ସହିତ ମିଳିତ ଉଦ୍ୟମରେ ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠା କରାଯାଇଛି । ଯାହାକି ପଶ୍ଚିମ ଓଡିଶାରେ ଉନ୍ନତଧରଣର ସ୍ବାସ୍ଥ୍ୟ ସେବା (Specialized Health Service)କୁ ଅଧିକ କ୍ରିୟାଶୀଳ କରିବା ସହିତ ରାଜ୍ୟରେ ମେଡିକାଲ ଶିକ୍ଷାର ଅଧିକ ବିକାଶରେ ସହାୟକ ହେବ । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟି NTPC LTD ଦ୍ଵାରା ଏହାର ପୁନଃ ଥଇଥାନ ଏବଂ ପୁନର୍ବାସ ସମ୍ପ୍ରଦାୟ ବିକାଶ ପାଣ୍ଠି (Resettlement and Rehabilitation Community Development Fund)ରୁ ୪୧୭.୭୭ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଛି ।

Sundergarh Medical College and Hospital
ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ

ଏହା ବି ପଢନ୍ତୁ-CM Naveen Rourkela Visit: ରାଉରକେଲାରେ ମୁଖ୍ୟମନ୍ତ୍ରୀ, ୧୧୦୦କୋଟି ଟଙ୍କା ପ୍ରକଳ୍ପର କଲେ ଲୋକାର୍ପଣ

ମେଡିକାଲ କଲେଜଟି ଜାତୀୟ ମେଡିକାଲ ଆୟୋଗ (NMC)ଙ୍କ ଠାରୁ ବର୍ଷ ୨୦୨୨-୨୩ରେ ୧୦୦ ସିଟରେ ଏମବିବିଏସ ପାଠ୍ୟକ୍ରମ (MBBS Course) ଆରମ୍ଭ କରିବା ପାଇଁ ଅନୁମତି ପାଇଛି । ଏହି ମେଡିକାଲ କଲେଜର ସମସ୍ତ ସିଟରେ ହରିୟାଣା, ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ ଓ ରାଜସ୍ଥାନରୁ ପିଲାମାନେ ଆସି ନାମ ଲେଖାଇଛନ୍ତି । ରାଜ୍ୟ ସରକାରଙ୍କ ସରକାରୀ ସ୍କୁଲରେ ପାଠ ପଢିଥିବା ୧୨ ଜଣ ଛାତ୍ର ଏହି ମେଡିକାଲ କଲେଜରେ ରାଜ୍ୟ କୋଟା (State Quota)ରେ ନାମ ଲେଖାଇଛନ୍ତି ।

ସୂଚନା ଥାଉ କି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ରହିଛନ୍ତି । ଏଠାରେ ଆଗକୁ ହକି ବିଶ୍ବକପ ଖେଳାଯିବାକୁ ଥିବାରୁ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ଷ୍ଟାଡିୟମର ଶୁଭ ଉଦଘାଟନ କରିବେ । ଏହାସହିତ ଜିଲ୍ଲାରେ ପ୍ରାୟ ୧୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ସହରରେ ପ୍ରାୟ ୨୫ଟି ମୋ ବସ ମଧ୍ୟ ଚଳାଚଳ କରିବ । ଏହାସହ ୮୪ କୋଟି ୮ ଲକ୍ଷ ଟଙ୍କାରେ ଷ୍ଟାଡିୟମ ପରିସରରେ ଥିବା ଭବ୍ୟ କୋଠା ଯାହା ପଞ୍ଚତାରକା ହୋଟେଲ ନିର୍ମାଣ ହୋଇଛି।

୯କୋଟି ବ୍ୟୟରେ ନିର୍ମାଣ ହୋଇଛି ଖେଳାଳୀ ମାନଙ୍କ ପାଇଁ ସୁଇମିଂ ପୁଲ୍‌ ଓ ୧୩ କୋଟି ଟଙ୍କାରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ଡିଏଭି ପୋଖରୀ ଠାରେ ଅପରାହ୍ନ ୪ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୧୦୦ କୋଟି ଟଙ୍କାର ସୁନ୍ଦରଗଡ଼ ଜିଲ୍ଲାର ୨୨୬ଟି ପ୍ରକଳ୍ପକୁ ଲୋକାର୍ପଣ କରିବେ। ଯାହାମଧରେ ରହିଛି ୧୪୬ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟରେ ନିର୍ମାଣ ହୋଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଓ ମଲ୍ଟି କାର ପାର୍କିଂ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 5, 2023, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.