CM Naveen Rourkela Visit: ରାଉରକେଲାରେ ମୁଖ୍ୟମନ୍ତ୍ରୀ, ୧୧୦୦କୋଟି ଟଙ୍କା ପ୍ରକଳ୍ପର କଲେ ଲୋକାର୍ପଣ

By

Published : Jan 5, 2023, 3:26 PM IST

Updated : Feb 3, 2023, 8:38 PM IST

thumbnail
()

ରାଉରକେଲା: ବିଶ୍ବକପ୍‌ ହକି ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( CM Naveen Rourkela Visit) । ଆସି ଅନ୍ତର୍ଜାତୀୟ ସ୍ତରର ସର୍ବବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ (Birsa Munda Hockey Stadium)ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ସୁନ୍ଦରଗଡ଼ରେ ନିର୍ମିତ ହୋଇଥିବା ମେଡିକାଲ କଲେଜ ଉଦଘାଟନ କରିବା ସହ ସହରରେ 'ମୋ ବସ୍‌ ସେବା'ର ମଧ୍ୟ ଶୁଭାରମ୍ଭ କରିବେ । ସେ ୧୧ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନ ପ୍ରାୟ ୪.୨୫ ମିନିଟରେ ସେ ଷ୍ଟାଡିୟମର ଉଦଘାଟନ କରିବେ । ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାରଠାରୁ ଜିଲ୍ଲାରେ ପହଞ୍ଚି ସାରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା । ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତକୁ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ସ୍ମୃତି ରଞ୍ଜନ ବେହେରା । ଇଟିଭି ଭାରତ, ରାଉରକେଲା

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.