ETV Bharat / state

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରିଲେ ଆଦିବାସୀ

author img

By ETV Bharat Odisha Team

Published : Sep 27, 2023, 11:18 AM IST

assistant collector susmita minz death suspense
assistant collector susmita minz death suspense

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । CBI ତଦନ୍ତ ଦାବିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ହଜାର ହଜାର ଆଦିବାସୀ । ଅଧିକ ପଢ଼ନ୍ତୁ

assistant collector susmita minz death suspense

ରାଉରକେଲା: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରିଲେ ହଜାର ହଜାର ଆଦିବାସୀ । ଆସିଷ୍ଟାଣ୍ଟ୍‌ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଗିରଫ ସହ CBI ତଦନ୍ତ ଦାବି ଉଠିଛି ।

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସୁସ୍ମିତା ମିଞ୍ଜ ମୃତ୍ୟୁ ପଛରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି ଆଦିବାସୀ ସଂଘ । ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରିବା ସହ ମାମଲାର CBI ତଦନ୍ତ ଦାବିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ହଜାର ହଜାର ଆଦିବାସୀ ।

ମଙ୍ଗଳବାର ଦିନ ହଜାରହଜାର ଆଦିବାସୀ ଏକାଠି ହୋଇ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ଏବଂ ରାଉରକେଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଜଷ୍ଟିସ ଫର୍‌ ସୁସ୍ମିତା ନାରା ଦେଇଛନ୍ତି ଆନ୍ଦୋଳନକାରୀମାନେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ସୁସ୍ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା ଆଦିବାସୀ ସଂଘ । ଏଥିସହ CBI ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । ତେବେ ଆନ୍ଦୋଳନ ବେଳେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଦେଖାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର

ତେବେ ସୁସ୍ମିତା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିବା ବେଳେ ଜମିଜମା ବିଭାଗ ଦାୟିତ୍ବ ତୁଲାଉଥିଲେ । ଗତ ଶୁକ୍ରବାର ସୁସ୍ମିତା ଘରକୁ ନଫେରିବାରୁ ପରିବାର ଲୋକେ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ରାଉରକେଲାର ରାଧିକା ଏଜେନ୍ସିରେ ସୁସ୍ମିତା ଥିବା ଜାଣିବାକୁ ପାଇଥିଲା ପୋଲିସ । ଏନେଇ ତାଙ୍କ ପାଖରେ ପୋଲିସ ଓ ପରିବାର ଲୋକ ପହଞ୍ଚିବା ସହ ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଏହା ଆତ୍ମହତ୍ୟା ନା ହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିବା ବେଳେ ଜମିଜମା ବିଭାଗ ଦାୟିତ୍ବ ତୁଲାଉଥିଲେ । ଗତ ମଙ୍ଗଳବାର ଦିନ ତାଙ୍କ ମୃତଦେହ ସେନ୍ସରି ପାର୍କର ପୋଖରୀରୁ ଉଦ୍ଧାର କରାଯାଇଥିଲା । ତେବେ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସୁସ୍ମିତାଙ୍କ ପରିବାର ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.