ETV Bharat / state

ସୁବର୍ଣ୍ଣପୁର ସହରରୁ କଂସେଇଖାନା ସ୍ଥାନାନ୍ତର ନେଇ ବିଜେପିର ଦାବି

author img

By

Published : Jul 2, 2021, 5:22 PM IST

ସହର ମଧ୍ୟରୁ କଂସେଇଖାନା ସ୍ଥାନାନ୍ତର ନେଇ ବିଜେପିର ଦାବି
ସହର ମଧ୍ୟରୁ କଂସେଇଖାନା ସ୍ଥାନାନ୍ତର ନେଇ ବିଜେପିର ଦାବି

ସହରର ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ନିକଟସ୍ଥ ମନ୍ଦିରର ଶ୍ରଦ୍ଧାଳୁଙ୍କ ଉପରେ କୁପ୍ରଭାବ ପକାଉଥିବା ନେଇ କଂସେଇଖାନା ସ୍ଥାନାନ୍ତର ଦାବି କରିଛି ବିଜେପି । ସ୍ଥାନାନ୍ତର ନ କଲେ ତୀବ୍ର ଆନ୍ଦୋଳନ ହେବା ନେଇ ବିଜେପିର ଚେତାବନୀ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସହରର ମଧ୍ୟ ଭାଗରେ ଥିବା କଂସେଇଖାନା ସହର ବାହାରକୁ ସ୍ଥାନାନ୍ତର ନେଇ ବିଜେପିର ଦାବି । କାହିଁ କେତେ ଦିନରୁ ଖମ୍ବେଶ୍ବରୀ ମନ୍ଦିର ପାଖ ପୌର ପରିଷଦ ଅଧିନରେ ଥିବା କଂସେଇଖାନା ଚାଲି ଆସିଛି । ନିକଟରେ ଚମାର ପଡାର ଅଙ୍ଗନୱାଡି କେନ୍ଦ୍ର, ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟ, ଚମାର ପଡାର ପ୍ରାଥମିକ ବିଦ୍ୟାଳୟ ରହିଛି । ସେହିପରି ଅନତି ଦୂରରେ ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିର ରହିଛି ।

ସହର ମଧ୍ୟରୁ କଂସେଇଖାନା ସ୍ଥାନାନ୍ତର ନେଇ ବିଜେପିର ଦାବି

ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଝରକା ପଟୁ କଂସେଇଖାନା ଦେଖା ଯାଉଛି । ଝରକା ମଧ୍ୟ ଦେଇ ଛାତ୍ରଛାତ୍ରୀ ମାନଙ୍କର ଛେଳି ମେଣ୍ଢା ଆଦି ହତ୍ୟା କରାଯାଉଥିବା ଦୃଶ୍ୟ ସେମାନଙ୍କ ନଜରରେ ପଡୁଛି । ପ୍ରାୟ ଦୁଇଟି ଧାଡିରେ ଅଧ ଏକରରୁ ଅଧିକ ପରିମିତ ଯାଗାରେ ଏହି କଂସେଇଖାନା ଦୀର୍ଘ ଦିନରୁ ଚାଲି ଆସିଛି । ଦୁଇଟି ପାର୍ଶ୍ବରେ ପ୍ରାୟ 16 ଗୋଟି ଷ୍ଟଲ ରହିଛି । କଂସେଇଖାନାରୁ ନିର୍ଗତ ହେଉଥିବା ଦୂଷିତ ପାଣି ପାଇଁ ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହେଉଛି ।

ଅନେକ ସମୟରେ ଡ୍ରେନେଜ ଗୁଡିକ ସଫା କରାଯାଉ ନ ଥିବାରୁ ସହର ମଧ୍ୟ ଭାଗରେ ଅତି ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି । ତେବେ ସହର ବାହାରେ ଏକ ନିର୍ଦ୍ଧିଷ୍ଟ ଯାଗାରେ କଂସେଇଖାନା ଓ ଚିକେନ ସେଣ୍ଟର କରିବା ପାଇଁ ପୌର ପରିଷଦ ପାଖରେ ଦାବି ହୋଇ ଆସୁଥିଲେ ହେଁ କେହି ଭ୍ରୁକ୍ଷେପ କରୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ପୌର ପରିଷଦ ଏକ ଯୋଜନା ପ୍ରସ୍ତୁତ କରି କଂସେଇଖାନା ସହର ବାହାରକୁ ସ୍ଥାନାନ୍ତର ନ କଲେ ତୀବ୍ର ଆନ୍ଦୋଳନ ହେବ ବୋଲି ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.