ETV Bharat / state

Sonepur Road Mishap: ଇନ୍ସପେକ୍ଟର ନାଁରେ ଏତଲା, ଡ୍ରାଇଭର କୋର୍ଟ ଚାଲାଣ

author img

By

Published : Jul 15, 2022, 10:33 PM IST

Sonepur Road Mishap
Sonepur Road Mishap

ଆଇନର ରକ୍ଷକ ବେଆଇନ କାର୍ଯ୍ୟ କରି ହରଡ ଘଣାରେ । ଗତ 12 ତାରିଖରେ ଜିଲ୍ଲାର ବଡବାହାଲି ଛକରେ ହୋଇଥିବା ସଡକ ଦୁର୍ଘଟଣାରେ ଗାଡି ମାଲିକାଣୀ ଇନସପେକ୍ଟର ସ୍ନିଗ୍ଧାରାଣୀ ସୁନାକୁ ପୋଲିସ ଦୋଷୀ ସାବ୍ୟାସ୍ତ କରିଛି । ପରିବହନ ଆଇନ 187 ସେକ୍ସନରେ ଇନସପେକ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରି ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର : ଆଇନର ରକ୍ଷକ ବେଆଇନ କାର୍ଯ୍ୟ କରି ହରଡ ଘଣାରେ । ଗତ 12 ତାରିଖରେ ଜିଲ୍ଲାର ବଡବାହାଲି ଛକରେ ହୋଇଥିବା ସଡକ ଦୁର୍ଘଟଣାରେ ଗାଡି ମାଲିକାଣୀ ଇନସପେକ୍ଟର ସ୍ନିଗ୍ଧାରାଣୀ ସୁନାକୁ ପୋଲିସ ଦୋଷୀ ସାବ୍ୟାସ୍ତ କରିଛି । ପରିବହନ ଆଇନ 187 ସେକ୍ସନରେ ଇନସପେକ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରି ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ସ୍ନିଗଧାରାଣୀଙ୍କ ଗାଡି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଅଜୟ ଜେଠୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇନ୍ସପେକ୍ଟର ନାଁରେ ଏତଲା , ଡ୍ରାଇଭର କୋର୍ଟ ଚାଲାଣ

ଏହି ଦୁର୍ଘଟଣାରେ ତିନିଜଣ ପ୍ରାଣ ହରାଇଥିବା ବେଳେ ଛଅ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଇନସପେକ୍ଟର ସ୍ନିଗ୍ଧାରାଣୀ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଜଣେ ଲୋକକୁ ବେଆଇନ ଭାବେ ଗାଡି ଚଲାଇବା ପାଇଁ ଅନୁମତି ଦେଇଥିବାରୁ ସ୍ନିଗ୍ଧାରାଣୀଙ୍କୁ ପୋଲିସ ଦୋଷୀ ସାବ୍ୟାସ୍ତ କରିଛି । ଉଭୟ ସ୍ନିଗ୍ଧାରାଣୀ ଓ ତାଙ୍କ ଡ୍ରାଇଭର ଦୁର୍ଘଟଣା ଘଟାଇ ବଲାଙ୍ଗୀର ସହରକୁ ଯାଉଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପୋଲିସ ଉଭୟଙ୍କୁ ବଲାଙ୍ଗୀର ପାଖରୁ ଗିରଫ କରି ଆଣିଥିଲେ ।

ତେବେ ସ୍ନିଗ୍ଧାରାଣୀ କାହିଁକି ଓ କେଉଁ ପରିସ୍ଥିତିରେ ଜଣେ ଅଣଲାଇସେନ୍ସ ପ୍ରାପ୍ତ ଲୋକକୁ ଗାଡି ଚଲାଇବାକୁ ଅନୁମତି ଦେଇଥିଲେ ପୋଲିସ ତାର ତଦନ୍ତ କରୁଥିବା ବେଳେ ଡ୍ରାଇଭରକୁ କୋର୍ଟ ଚାଲାଣ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.