ETV Bharat / state

ସୁବର୍ଣ୍ଣପୁରରେ ଆୟୁଷ ଡାକ୍ତରଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 30, 2021, 3:31 PM IST

ଆୟୁଷ ଡାକ୍ତରଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ।
ଆୟୁଷ ଡାକ୍ତରଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ।

ସୁବର୍ଣ୍ଣପୁର ଜିଲ୍ଲାରେ ଆୟୁଷ ଡାକ୍ତର ଆସୋସିଏସନ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାର ଆୟୁଷ ଡାକ୍ତର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ସଂଘର ଦାବି ଉପସ୍ଥାପନ କରାଯାଇଛି । ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ ସଭାପତି ଆଲୋକ ରଂଜନ ପଣ୍ଡାଙ୍କ ନେତୃତ୍ବରେ ଡାକ୍ତରମାନେ ଜିଲ୍ଲା ପ୍ରଶାସନ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୁବର୍ଣ୍ଣପୁରରେ ଆୟୁଷ ଡାକ୍ତରଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ର ଗୁଡିକରେ ଦୀର୍ଘ 14 ବର୍ଷ ହେଲା ଏହି ଡାକ୍ତରମାନେ ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା କରି ଆସୁଛନ୍ତି । ବିଭିନ୍ନ ସମୟରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି । ହେଲେ ରାଜ୍ୟ ସରକାର ବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କ ଦାବିକୁ ଶୁଣୁ ନ ଥିବା ଅଭିଯୋଗ ହେଉଛି । ତେବେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ ସରକାରୀ ନିଯୁକ୍ତି ନ ଦେଲେ ଆଗାମା ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେବଳ ରୋଗୀ ସେବା କାର୍ଯ୍ୟ କରିବା ସହିତ ସ୍ବାସ୍ଥ୍ୟ ବିଭାଗ ଦେଉଥିବା ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ କରିବେ ବୋଲି ଧମକ ଦେଇଛନ୍ତି । ତେବେ ଦାବି ପୂରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.