ETV Bharat / state

କୋରୋନା ମୁକାବିଲା: ସାନିଟାଇଜ ହେଲା ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ

author img

By

Published : Sep 26, 2020, 2:20 PM IST

ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଶନିବାର ମୁଖ୍ୟ ଚିକିତ୍ସାଳୟକୁ ହାଇଡ୍ରୋକ୍ଲୋରିକ ସୋଲୁସନ ପାଣିରେ ଜୀବାଣୁ ମୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ସାନିଟାଇଜ ହେଲା ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ
କୋରୋନା ମୁକାବିଲା: ସାନିଟାଇଜ ହେଲା ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି (ଶନିବାର) ସାନିଟାଇଜ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବିଭାଗକୁ ହାଇଡ୍ରୋକ୍ଲୋରିକ ସୋଲୁସନ ପାଣିରେ ମିଶାଇ ସିଞ୍ଚନ କରାଯାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ କୋଭିଡ-19 ସଂକ୍ରମିତ ହେବା ଜଣାପଡିବା ପରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯିବା ସହିତ କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କର୍ମଚାରୀମାନେ ସମସ୍ତ ବିଭାଗକୁ ସାନିଟାଇଜ କରିଛନ୍ତି।

କୋରୋନା ମୁକାବିଲା: ସାନିଟାଇଜ ହେଲା ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ

ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢି ବଢି ଚାଲିଛି । କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ମହାମାରୀର ଶିକାର ହେଉଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍ବାସ୍ଥ୍ୟ ବିଭାଗକୁ ସାନିଟାଇଜ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.