ETV Bharat / state

ସୁଦର୍ଶନଙ୍କ ନିଆରା କଳାକୃତି, 100 ବସ୍ତା ଧାନକୁଣ୍ଡାରେ କଲେ ହକି ଟ୍ରଫି

author img

By

Published : Jan 13, 2023, 12:33 PM IST

Updated : Jan 13, 2023, 1:46 PM IST

hockey world cup
ହକି ବିଶ୍ବକପ

ଆଜିଠାରୁ ଆରମ୍ଭ ହୋଇଛି ହକି ମହାକୁମ୍ଭ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଧାନ କୁଣ୍ଡାରେ ଏକ ହକି ଟ୍ରଫିର ନିଆରା କଳାକୃତି କରିଛନ୍ତି । ଅଧିକ ପଢ଼ନ୍ତୁ

ସୁଦର୍ଶନଙ୍କ ନିଆରା କଳାକୃତି

ସୁବର୍ଣ୍ଣପୁର: ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖାଦେଇଛି । ଭିନ୍ନ ଭିନ୍ନ ପ୍ରକାରେ ହକି ଖେଳାଳିଙ୍କୁ ସଭିଏଁ ଉତ୍ସାହିତ କରିଛନ୍ତି । ଏଥିସହ ହକି ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ରୀଡା ସଂଗଠନ,କ୍ରୀଡ଼ାବିତ ତଥା କ୍ରୀଡ଼ାପ୍ରେମୀ ଓ ସ୍ବେଚ୍ଛାସେବୀ ସଂଗଠନ ଗୁଡିକୁ ହକି ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ହକି ଟିକେଟ୍‌ ଥିଲେ ମୋ ବସରେ ମିଳିବ ଫ୍ରି ସେବା, ଐତିହ୍ୟ ଜାଗାକୁ ମାଗଣାରେ ଇ-ରାଇଡ୍

ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମରେ ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପ ଟ୍ରଫିର କଳାକୃତି କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଧାନ କୁଣ୍ଡାରେ ହକି ଟ୍ରଫିର କଳାକୃତି କରାଯାଇଛି । ଆଜିଠାରୁ ପୁରୁଷ ହକି ବିଶ୍ୱକପ ଆରମ୍ଭ ହୋଇଥିବାବେଳେ ସାରା ଜିଲ୍ଲାରେ ଚାଳିଛି ଭଳି କିଭଳି କାର୍ଯ୍ୟକ୍ରମ । ତେବେ ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରକୁ ଆସି ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ୪ ହଜାର ୬ ଶହ ୮୨ ମିଟର ଜାଗାରେ ୧୦୦ ବସ୍ତା ଧାନ କୁଣ୍ଡାରେ ଏହି ନିଆରା କଳାକୃତି ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍‌ । ଏହାକୁ ବିଶ୍ୱ ରେକର୍ଡରେ ସ୍ଥାନ ଦେବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ଏମିତି ବଦଳିଗଲା ସ୍ମାର୍ଟ ସିଟି, ସୌନ୍ଦର୍ଯ୍ୟକରଣର ଭିଡିଓ ସେୟାର କଲା ବିଏମସି

ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନିଲ ନରୱାଣେ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏହାକୁ ଉଦଘାଟନ କରିଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି, "ସୁବର୍ଣ୍ଣପୁର ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଏଠାରେ ଧାନ କୁଣ୍ଡାରେ ଆକର୍ଷଣୀୟ କଳାକୃତି କରି ସାରା ବିଶ୍ୱକୁ ବାର୍ତ୍ତା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଓଡିଶାରେ ଦ୍ଵିତୀୟ ଥର ପାଇଁ ଏହି ବିଶ୍ୱକପ ସୁରୁଖୁରୁରେ ଆୟୋଜନ ହୋଇଛି, ଯାହାକୁ ସାରା ବିଶ୍ୱ ଦେଖିବ ଏବଂ ଏହା ଦ୍ବାରା ଖେଳପ୍ରେମୀ ହକି ପ୍ରତି ଆକର୍ଷିତ ହେବେ । "

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Jan 13, 2023, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.