ETV Bharat / state

ହକି ଟିକେଟ୍‌ ଥିଲେ ମୋ ବସରେ ମିଳିବ ଫ୍ରି ସେବା, ଐତିହ୍ୟ ଜାଗାକୁ ମାଗଣାରେ ଇ-ରାଇଡ୍

author img

By

Published : Jan 13, 2023, 8:53 AM IST

Updated : Jan 13, 2023, 9:22 AM IST

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଭିଡ ନିୟନ୍ତ୍ରଣ ନେଇ ହକି ଟିକେଟରେ ମାଗଣା ମୋ ବସ ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

free Mo Bus service with hockey ticket
free Mo Bus service with hockey ticket

ଭୁବନେଶ୍ବର: ହକି ଟିକେଟରେ ମୋ ବସରେ ଫ୍ରି ସେବା । ଐତିହ୍ୟ ଜାଗାକୁ ମାଗଣାରେ ଇ-ରାଇଡ୍ କରିବେ ଯାତ୍ରୀ । ହକି ବିଶ୍ବକପକୁ ଦୃଷ୍ଟିରେ‌ ରଖି ମୋ ବସ କ୍ରୁଟ ପକ୍ଷରୁ ଏହି ସ୍ବତନ୍ତ୍ର ଅଫର ଦିଆଯାଇଛି । ହକି ଟିକେଟ ଦେଖାଇଲେ ମୋ ବସ ଯାତ୍ରାରେ ମିଳିବ ମାଗଣା ସେବା । ବିଶ୍ବକପ ସମୟରେ ଭିଡ଼କୁ ଦୃଷ୍ଟିରେ‌ ରଖି ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏଭଳି ଅଫର ଆଣିଛନ୍ତି ମୋ ବସ କର୍ତ୍ତୃପକ୍ଷ । ଏନେଇ ଅଫିସିଆଲ ସୂଚିତ କରିଛନ୍ତି ମୋ ବସ କର୍ତ୍ତୃପକ୍ଷ । ଭୁବନେଶ୍ବର ରେଲୱେ ଷ୍ଟେସନରୁ ଜୟଦେବ ବିହାର ସ୍କ୍ବାୟାର, ରସୁଲଗଡରୁ ଜୟଦେବ ବିହାର ସ୍କ୍ବାୟାର ଓ ବରମୁଣ୍ଡା ବସଷ୍ଟାଣ୍ଡକୁ ଶାସ୍ତ୍ରୀ ନଗର ରୁଟରେ ମିଳିବ ମାଗଣା ସେବା ।

ମିଳିଥିବା ସୂଚନା ଅନୁସାରେ ନିର୍ଦ୍ଦିଷ୍ଟ ତିନୋଟି ରୁଟରେ ଚାଲିବ ସ୍ବତନ୍ତ୍ର ମୋ ବସ । ଯେଉଁଥିରେ ଯାତ୍ରୀଙ୍କ ପାଇଁ ମାଗଣାରେ ଯିବା ଆସିବା ସୁବିଧା ମିଳିବ । କାର କି ବାଇକ ନ ଆଣି ପାର୍କିଂର ଭିଡ଼ରେ ନ ଫସି ଏକ ଭଲ ଅନୁଭବ ନେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି‌ । ଏସବୁକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ମୋ ବସ ସେବାରେ ନିର୍ଦ୍ଦିଷ୍ଟ ତିନୋଟି ରୁଟରେ ଚାଲୁଥିବା ମୋ ବସରେ ଆପଣଙ୍କର ସେହି ଦିନର ଟିକେଟ ଦେଖାଇଲେ ମାଗଣା ଯିବା ଆସିବା ସୁବିଧା ପାଇବେ ଯାତ୍ରୀ । ଏହା ଦ୍ବାରା ଆପଣ ବିନା ଟ୍ରାଫିକ ଭିଡ଼, ବିନା ପାର୍କିଂର ଟେନସନରେ ସିଧା ସଳଖ ଷ୍ଟାଡିୟମର ପାଖରେ ଓହ୍ଲାଇ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖିପାରିବେ । ଆଉ ହକି ବିଶ୍ବକପର ମଜା‌ ନେଇପାରିବେ ।

ଏହା ବି ପଢନ୍ତୁ...Hockey World Cup: ଆଜିଠୁ ହକି ମହାସମର, ସ୍ପେନ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ

କେବଳ ସେତିକି ନୁହେଁ କିଛି ନିର୍ଦ୍ଦିଷ୍ଟ ଐତିହ୍ୟ ସ୍ଥଳିକୁ ମଧ୍ୟ ଇ-ରିକ୍ସା ଜରିଆରେ ମାଗଣା ଯାତ୍ରା କରିପାରିବେ । ଏଥିପାଇଁ ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ଓ ଅପରାହ୍ନ ୩ରୁ ୫ଟା ମଧ୍ୟରେ ମୋ ବସ ଷ୍ଟପକୁ ଛାଡିଦେଲେ ଅଟୋ ପରି ଗଡୁଥିବା ରିକ୍ସାରେ ଯାତ୍ରା ପାଇଁ କ୍ରୁଟ ପକ୍ଷରୁ ଚାଲୁଥିବା ଇ-ରାଇଡ ସେବାର ସୁବିଧା ଉଠାଇ ପାରିବେ । ଏନେଇ ଲିଙ୍ଗରାଜ ମନ୍ଦିର ରୁଟ ଭଳି କିଛି ନିର୍ଦ୍ଧିଷ୍ଟ ରୁଟ ପାଇଁ ମଧ୍ୟ ଏହି ଇ ରାଇଡ ବ୍ୟବସ୍ଥା ରହିଛି । ଯାହାକି ସମ୍ପୁର୍ଣ୍ଣ ମାଗଣା ରହିବ ।

ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ରୁଟକୁ ଛାଡି ଦେଲେ ବାକି ଅନ୍ୟ ସମୟ ଓ ଅନ୍ୟ ରୁଟରେ ପୁର୍ବ ନିର୍ଦ୍ଧାରିତ ଯାତ୍ରାର ଦେୟ ଦେବାକୁ ପଡ଼ିବ। ଏହାଦ୍ବାରା ଐତିହ୍ୟ ଦେଖିବାର ସୁଯୋଗ ପାଇ ପାରିବେ । ଓଡ଼ିଶାରେ ଓ ବିଶେଷ କରି ଭୁବନେଶ୍ବର ଏକ ଭଲ ଅନୁଭୁତି ପାଇଁ ଏଭଳି ବ୍ୟବସ୍ଥା ହୋଇଛି । ଆଜିଠୁ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆରମ୍ଭ ହେବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 13, 2023, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.