ETV Bharat / state

Hockey World Cup: ଏମିତି ବଦଳିଗଲା ସ୍ମାର୍ଟ ସିଟି, ସୌନ୍ଦର୍ଯ୍ୟକରଣର ଭିଡିଓ ସେୟାର କଲା ବିଏମସି

author img

By

Published : Jan 13, 2023, 9:01 AM IST

ପୁରୁଷ ହକି ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବର ସୌନ୍ଦର୍ଯ୍ୟ କରଣ ନେଇ ଭିଡିଓ ଜାରି କଲା ବିଏମସି । ଅଧିକ ପଢନ୍ତୁ

beautification of bhubaneswa
beautification of bhubaneswa

beautification of bhubaneswa

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଆଉ ମାତ୍ର କେଇ ଘଣ୍ଟା ପରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ଆରମ୍ଭ ହୋଇଯିବ ମ୍ୟାଚ । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମ୍ୟାଚ ଦେଖିବାକୁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କାଉଣ୍ଟଡାଉନ । ତେବେ ମ୍ୟାଚ ପୂର୍ବରୁ ଭୁବନେଶ୍ବର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶେଷ ହୋଇଛି । ହକି ପାଇଁ ସହରର କରାଯାଇଥିବା ସୌନ୍ଦର୍ଯ୍ୟ କରଣ ନେଇ ଏକ ଭିଡିଓ ଜାରି କରିଛି ବିଏମସି । ଯେଉଁଥିରେ ସହରର କେଉଁ କେଉଁ ସ୍ଥାନ ସୌନ୍ଦର୍ଯ୍ୟକରଣ ହୋଇଛି ତାହା ଦୃଶ୍ୟମାନ ହୋଇଛି ।

ଏନେଇ ଭୁବନେଶ୍ବର ମେୟର କରିଛନ୍ତି ଯେ, ‘‘ସୌନ୍ଦର୍ଯ୍ୟ କରଣ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ଅତିଥି ମାନଙ୍କ ସ୍ୱାଗତ ବା ଅତିଥେୟ ପାଇଁ ଟିମ ଭୁବନେଶ୍ୱର ନିଜକୁ ପ୍ରସ୍ତୁତ କରିଛି । ଆଉ ଏଥିରେ ସହଯୋଗ କରିଛନ୍ତି ବିଏମସି, ବିଡିଏ ,ଆର ଆଣ୍ଡ ଡି, ଜାତୀୟ ରାଜପଥ ପ୍ରାଧିକରଣ, ଟାଟା ପାୱାର ,ୱାଟକୋ ତଥା ବିଭିନ୍ନ ସଫେଇ କର୍ମଚାରୀ ଓ ଶିଳ୍ପୀ । ଆଉ ଏହି ଟିମକୁ ନେଇ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି । କାରଣ କେବଳ ଖେଳାଳି ନୁହେଁ ହକି ପାଇଁ ୧୬ଟି ଦେଶର ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି । ତେଣୁ ତାଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ପକ୍ଷରୁ ରାଜଧାନୀବାସୀଙ୍କ ସହଯୋଗ ବା ସହଭାଗିତା ରହିଛି । ସେମାନଙ୍କର ସହଭାଗିତା ଓ ସ୍ୱଚ୍ଛତା ସଂକଳ୍ପ ସହରକୁ ସୁନ୍ଦର କରିପାରିଛି ଓ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଏକ କ୍ଷେତ୍ର ପ୍ରସ୍ତୁତ ହୋଇଛି ବୋଲି କହିଥିଲେ ମେୟର ।''

ଟିମ୍ ଭୁବନେଶ୍ୱର ଦ୍ଵାରା ସହରରେ ହୋଇଥିବା ବିଭିନ୍ନ ସୌନ୍ଦର୍ଯ୍ୟକରଣର କାର୍ଯ୍ୟକ୍ରମର ପ୍ରସ୍ତୁତ ଭିଡିଓ ଓ ପିପିଟି ଦେଖାଯାଇଥିଲା । ଯେଉଁଥିରେ ସହରକୁ ଚିତ୍ର ଶିଳ୍ପୀ ମାନେ ସେମାନଙ୍କର ରଙ୍ଗ ତୁଳିରେ ଭିନ୍ନ ଭିନ୍ନ ଥିମକୁ ନେଇ ଆଙ୍କିଥିବା ଚିତ୍ର ଦୃଶ୍ୟମାନ ହୋଇଥିଲା। ଓଡ଼ିଶାର କଳା ସଂସ୍କୃତି ଠାରୁ ଆରମ୍ଭ କରି ଓଡିଶା ଇତିହାର ଗାଥା ଗୁଡିକ କାନ୍ଥରେ ପ୍ରତିପାଦିତ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଘାସ ଲଗାଇବା, ବ୍ରିଜ ଗୁଡିକୁ ଚିତ୍ରରେ ସଜାଇବା, ଗଛ ଲଗାଇବା, ଆଲୋକରେ ସହରକୁ ସଜାଇବା, ପ୍ଲେସ ମେକିଙ୍ଗ ବା କିଛି ପୁରୁଣା ସ୍ଥାନକୁ ନୂଆ ରୂପରେ ସଜେଇବା ସହ ଦେଶ ବିଦେଶର କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଭାସ୍କର୍ଯ୍ୟ କଳାକୁ ବିଭିନ୍ନ ଛକ ଓ ପାର୍କକୁ ସଜାଇବା ଭଳି ଚିତ୍ର ଦେଖିବାକୁ ମିଳିଥିଲା ।

ଏହି କ୍ରମରେ ୪୦ କିଲୋମିଟର ପରିଧି ସହର ସୌନ୍ଦର୍ଯ୍ୟ କରଣ କରାଯାଇଥିବା ବେଳେ ୨୬ ଟି ପୁରୁଣା ସ୍ଥାନର ରୁପାନ୍ତରଣ ଓ ୧୪ଟି ରାସ୍ତାର ସୌନ୍ଦର୍ଯ୍ୟ କରଣ କରାଯାଇଛି । ଏହାସହ ଭୁବନେଶ୍ୱରର ସୋନ୍ଦର୍ଯ୍ୟ କରଣରେ ଯେଉଁ ମାନଙ୍କ ସହଯୋଗ ପାଇଁ ସଫଳ ହୋଇଛି ସମସ୍ତଙ୍କୁ ଗତକାଲି ଧନ୍ୟବାଦ ଦେଇଥିଲେ ମେୟର ସୁଲୋଚନା ଦାସ । ସହର ଆଗକୁ କେମିତି ରହିଥିଲା ବର୍ତ୍ତମାନ କେମିତି ରହିଛି ସେହି ଉପରେ ମେୟର ସୁଲୋଚନା ଦାସଙ୍କ ସମେତ କମିଶନର ବିଜୟ ଅମୃତା କୁଲାଙ୍ଗେ ସମ୍ବାଦିକ ସମ୍ମିଳନୀରେ କହିଥିଲେ ।

''ଅନ୍ୟପଟେ ଆଜି ହକି ବିଶ୍ଵକପ ଥିବାରୁ ଅନେକ ସୌନ୍ଦର୍ଯ୍ୟ କରଣ କାମ ବାକି ରହିଥିବାରୁ ତାହା ଶେଷ ହୋଇଯିବ ବୋଲି କହିଥିଲେ ମେୟର । ଆରମ୍ଭ ହୋଇଥିବା ଏହି ସୋନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଏକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ, ହକି ପରେ ବି ତାହା ଆଗକୁ ମଧ୍ୟ ଜାରି ରହିବ । ସମୟ କମ ଥିବାରୁ ସବୁ କାର୍ଯ୍ୟ ଶେଷ ହୋଇପାରିବ ସମ୍ଭବ ହୋଇପାରିନାହିଁ ବୋଲି ବୋଲି କହିଥିଲେ ମେୟର । ଖାଲି ସେତିକି ନୁହେଁ ସ୍ୱଚ୍ଛତାକୁ ନେଇ ଆଗକୁ ଘରକୁ ଘର ବୁଲି ସଫେଇ କାର୍ଯ୍ୟକ୍ରମ ନିରନ୍ତର ଚାଲିବ । ସେପଟେ ମୁକୁଳା ଥିବା ସମସ୍ତ ଡ୍ରେନକୁ ବନ୍ଦ କରିଯିବା ସହ ଭୁବନେଶ୍ୱର ଗଳିକନ୍ଦିରେ ବିଭିନ୍ନ ଉନ୍ନତି କରାଯିବ ବୋଲି କହିଥିଲେ ମେୟର । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.