ETV Bharat / state

ଗୋକର୍ଣ୍ଣେଶ୍ବର ମନ୍ଦିରରେ ନୀତି ବିଭ୍ରାଟ, ଭୋକ ଉପାସରେ ମହାଦେବ

author img

By

Published : Apr 4, 2022, 1:40 PM IST

ଗୋକର୍ଣ୍ଣେଶ୍ବର ମନ୍ଦିରରେ ନୀତି ବିଭ୍ରାଟ
ଗୋକର୍ଣ୍ଣେଶ୍ବର ମନ୍ଦିରରେ ନୀତି ବିଭ୍ରାଟ

ଆଜି ଭୋକ ଉପାସରେ ଦେବଦେବ ମହାଦେବ । ସହରର ଅଷ୍ଟଶମ୍ଭୁ ଭିତରେ ପ୍ରସିଦ୍ଧ ଗୋକର୍ଣ୍ଣେଶ୍ବର ମନ୍ଦିରରେ ଆଜି ନୀତିକାନ୍ତି ବନ୍ଦ ରହିଛି । ମହାନଦୀ କୂଳରେ ଥିବା ଏହି ପ୍ରାଚୀନ ମନ୍ଦିରରେ ସବୁ ସମୟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ଆଜି ଦେବଦେବ ମହାଦେବ ଭୋକ ଉପାସରେ । ସହରର ଅଷ୍ଟଶମ୍ଭୁ ଭିତରେ ପ୍ରସିଦ୍ଧ ଗୋକର୍ଣ୍ଣେଶ୍ବର ମନ୍ଦିରରେ ଆଜି ନୀତିକାନ୍ତି ବନ୍ଦ ରହିଛି । ମହାନଦୀ କୂଳରେ ଥିବା ଏହି ପ୍ରାଚୀନ ମନ୍ଦିରରେ ସବୁ ସମୟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷ କରି ମହାଦେବଙ୍କ ପବିତ୍ର ଦିବସ ଓ ପ୍ରତି ସପ୍ତାହର ସୋମବାର ଦିନ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୀଠକୁ ଦର୍ଶନ କରିବା ପାଇଁ ଆସିଥାନ୍ତି ।

ଗୋକର୍ଣ୍ଣେଶ୍ବର ମନ୍ଦିରରେ ନୀତି ବିଭ୍ରାଟ

ତେବେ ଆଜି ପବିତ୍ର ସୋମବାର ଦିନ ସେବାୟତ ଏହି ମନ୍ଦିରରେ ଅନୁପସ୍ଥିତ ଥିବା ବେଳେ ଆଜି ମନ୍ଦିର ଖୋଲାଯାଇ ନାହିଁ । ଫଳରେ ଶ୍ରଦ୍ଧାଳୁମାନେ ଦେବ ଦର୍ଶନ କରିବାକୁ ଆସି ଦର୍ଶନ କରି ନପାରି ମହାଦେବଙ୍କ ପାଇଁ ଆଣିଥିବା ଫୁଲ, ବେଲପତ୍ର, ଦୀପ ଧୂପ ତଥା ନୈବେଦ୍ୟ ଆଦି ମହାନଦୀରେ ଭସେଇ ଦେଇଛନ୍ତି । ଏହି ପୀଠରେ ବର୍ଷର ଅଧିକାଂଶ ଦିନରେ ଜଣେ ମହିଳା ସେବାୟତ ପୂଜା ଆରାଧନା କରୁଥିବା ବେଳେ ତାହା ହିନ୍ଦୁ ରୀତିନୀତିରେ ଭୂଲ ବୋଲି ଅଭିଯୋଗ ହୋଇଛି ।

ତେବେ ମନ୍ଦିରର ନୀତିକାନ୍ତି ସୁଚାରୁ ରୂପେ କରାଯିବା ସହିତ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଭକ୍ତମାନେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ନିହାର ରଞ୍ଜନ କଅଁରଙ୍କ ପାଖରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.