ETV Bharat / state

ମା' ସୁରେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ

author img

By

Published : Oct 25, 2020, 8:44 PM IST

maa Sureswari
maa Sureswari

ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା' ସୁରେଶ୍ବରୀ ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ।

ସୁବର୍ଣ୍ଣପୁର: ଆଜି(ରବିବାର) ଆଶ୍ବିନ ଶୁକ୍ଲ ଦଶମୀ ତିଥିରେ ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା' ସୁରେଶ୍ବରୀ ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ।

କୋଭିଡ-19 କଟକଣା ଭିତରେ ପାରମ୍ପରିକ ରୀତିନୀତିରେ ରବିବାର ଦେବୀଙ୍କ ଅନ୍ତିମ ବେଶ ଓ ପୂଜା ଆରାଧନା କରାଯାଇଥିଲା । ରବିବାର ଦଶମୀ ତିଥିରେ ଦେବୀଙ୍କ ସ୍ବତନ୍ତ୍ର ପୂଜା କରାଯାଇଥିଲା। ପ୍ରତିପଦରୁ ସେବାୟତମାନେ ପ୍ରତ୍ୟହ ଭିନ୍ନଭିନ୍ନ ବେଶ କରିଥିଲେ ।

କେବଳ ସକାଳେ ଓ ସଞ୍ଜରେ ଦେବୀ ପୀଠ ଖୋଲା ରହୁଥିବାବେଳେ ମଧ୍ୟାହ୍ନରେ ମନ୍ଦିରର ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଉଥିଲା। ଦେବୋତ୍ତର ବିଭାଗ ପକ୍ଷରୁ ଜନ ସମାଗମକୁ ବାରଣ କରାଯାଇଥିଲା । ସେବାୟତମାନେ କୋଭିଡ ନିୟମ ପାଳନ କରି ଦେବୀଙ୍କ ପୂଜା ଆରାଧନା କରିଥିଲେ ।

ସନ୍ଧ୍ୟା ଆରତୀ ସମୟରେ ବ୍ୟବହାର ହେଉଥିବା ଲୋକବାଦ୍ୟକୁ ବି ବାରଣ କରାଯାଇଛି । ତେବେ ରବିବାର ଶହଶହ ଶ୍ରଦ୍ଧାଳୁ ସାଂନ୍ଧ୍ୟ ଆରତୀ ଦର୍ଶନ କରିବା ସହିତ ଦେବୀକୃପା ଲାଭ କରିବା ପାଇଁ ଏହି ପବିତ୍ର ପୀଠକୁ ପହଞ୍ଚିଥିଲେ।

ମାତ୍ର କୋଭିଡ ନିୟମ ପାଳନ କରିବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦେବୀ ପୀଠରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.