ETV Bharat / state

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ଭିତ୍ତିଭୂମିର ଅଭାବ !

author img

By

Published : Sep 10, 2020, 7:49 PM IST

ମହାନଦୀରୁ ମାତ୍ର 100 ମିଟର ଦୂରରେ ବନ୍ୟା ପ୍ଲାବିତ ଜାଗାରେ ଏହା ତିଆରି କରାଯାଉଥିବାରୁ ଏବେ ସ୍ଥାନ ଚିହ୍ନଟକୁ ନେଇ ନାନା ପ୍ରଶ୍ନ ଉଠିଛି । ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବନ୍ୟା ପାଣି ଜମି ରହୁଛି ।

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ଭିତ୍ତିଭୂମିର ଅଭାବ !
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ଭିତ୍ତିଭୂମିର ଅଭାବ !

ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ଆଜକୁ ପ୍ରାୟ ତିନି ବର୍ଷ ହେଲା ସୁବର୍ଣ୍ଣପୁର ସହରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଆରମ୍ଭ ହୋଇ ପାରି ନାହିଁ । 55 କୋଟି ଟଙ୍କା ବ୍ୟୟ ଅଟକଳରେ ଚିକିତ୍ସାଳୟ ତିଆରି ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ହୋଇଛି । କେବଳ ଘୋଷଣାରେ ସୀମିତ ହୋଇ ରହିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ।

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ଭିତ୍ତିଭୂମିର ଅଭାବ !

ସହର ଉପକଣ୍ଠରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଚାଲିଛି । ଏହି ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତିଆରି ହେବାକୁ ଅଛି । ହେଲେ ମହାନଦୀରୁ ମାତ୍ର 100 ମିଟର ଦୂରରେ ବନ୍ୟା ପ୍ଲାବିତ ଜାଗାରେ ଏହା ତିଆରି କରାଯାଉଥିବାରୁ ଏବେ ସ୍ଥାନ ଚିହ୍ନଟକୁ ନେଇ ନାନା ପ୍ରଶ୍ନ ଉଠିଛି । ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବନ୍ୟା ପାଣି ଜମି ରହୁଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ 15 କୋଟି ଟଙ୍କା ବ୍ୟୟ ଅଟକଳରେ 50 ଶଯ୍ୟା ବିଶିଷ୍ଠ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଜୁଲାଇ 2018ରୁ ତିଆରି ଆରମ୍ଭ ହୋଇଛି । ଏବେ ପୁଣି 3 କୋଟି ଟଙ୍କା ବ୍ୟୟରେ 16 ଗୋଟି ଷ୍ଟାଫ କ୍ୱାଟର୍ସ ତିଆରି ଚାଲିଛି । ହେଲେ ଅଳ୍ପ ବର୍ଷାରେ ବି ଏହା ଜଳମଗ୍ନ ହେଉଥିବାରୁ ସ୍ଥାନ ଚିହ୍ନଟ ଉପରେ ଜନସାଧାରଣରେ ପ୍ରଶ୍ନ ହେଉଛି । ପୁଣି ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ହୋଇଛି ।

ସେପଟେ ଦିନକୁ ଦିନ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । ବୌଦ୍ଧ ଜିଲ୍ଲାର ଦୁଇଟି ବ୍ଲକର 15ରୁ ଅଧିକ ପଞ୍ଚାୟତର ଲୋକେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ତେବେ ଏବେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କରିବାକୁ ଦାବି ହେଉଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ପାଇଁ ଅନୁଦାନ ମିଳିଳେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ଓ ତାପରେ ହିଁ ଚିକିତ୍ସାଳୟର ଭିତ୍ତିଭୂମିର ସମସ୍ୟା ସମାଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.