ETV Bharat / snippets

ନିର୍ବାଚନ ଦାୟିତ୍ବରେ ଥିଲେ, ହୃଦଘାତରେ ଆଖି ବୁଜିଲେ ସେକ୍ଟର ଅଫିସର -Sector Officer Dies

author img

By ETV Bharat Odisha Team

Published : May 25, 2024, 3:51 PM IST

Sector Officer Dies of Heart Attack
Sector Officer Dies of Heart Attack (ETV Bharat Odisha)

Sector Officer Dies of Heart Attack: ନିମାପଡ଼ା: ଆଜି ପୁରୀ ସଂସଦୀୟ କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ଅଘଟଣ । ନିର୍ବାଚନ ସମୟରେ ସେକ୍ଟର ଅଫିସରଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ହେଲେ ଅମରେନ୍ଦ୍ର ପ୍ରଧାନ । ସେ ଡେଲାଙ୍ଗ ବ୍ଲକର ଧାନକେରା ଓ ଅଭୟମୁଖୀରେ ସେକ୍ଟର ଅଧିକାରୀ ଦାୟିତ୍ଵରେ ଥିଲେ । ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ପ୍ରଥମେ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ । ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ରେଫର କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ଅମରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ପିପିଲି ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.