ETV Bharat / state

ଆସୁଛି ଶୀତ: ସୁବର୍ଣ୍ଣପୁର ଫରେଷ୍ଟ ପାର୍କରେ ଜମୁଛି ଭିଡ, ବେଶ୍ ଖୁସ୍ ସହରବାସୀ

author img

By

Published : Oct 23, 2021, 10:17 PM IST

Updated : Oct 23, 2021, 10:25 PM IST

ସହରବାସୀଙ୍କ ପାଇଁ ଖୁସି ଖବର, ଶୀତରେ ପାର୍କର ମଜା ନେବେ ସହରବାସୀ
ସହରବାସୀଙ୍କ ପାଇଁ ଖୁସି ଖବର, ଶୀତରେ ପାର୍କର ମଜା ନେବେ ସହରବାସୀ

ଦୀର୍ଘଦିନର ସହରବାସୀଙ୍କ ଦାବିପରେ ଖୋଲିଲା ନୂତନ ଫରେଷ୍ଟ ପାର୍କ । ଆଉ ହାଡଭଙ୍ଗା ଶୀତରେ ପାର୍କର ମଜାନେବେ ସହରବାସୀ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଧରାପୃଷ୍ଠରୁ ମା'ଙ୍କ ବିଦାୟ ପରେ ଧିରେ ଧିରେ ପୃଥିବୀ ପୃଷ୍ଠରେ ଅନୁଭୂତ ହେଉଛି ଶୀତ । ଆଉ ଏହି କାକର ଭିଜା ପାର୍କରେ ପାହାନ୍ତିଆରୁ ଜମୁଛି ଲୋକଙ୍କ ଭିଡ। ଶାରିରୀକ ବ୍ୟାୟାମ ତଥା ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ସମୟରେ ବ୍ୟାୟାମ ପାଇଁ ଲୋକେ ବେଶ ଆଗ୍ରହ ଦେଖାଉଥିବା ଜଣାପଡିଛି । ତେବେ ପାର୍କ ଭିତରେ ମନୋରଞ୍ଜନ କରିବା ସହ ନିଜ ଶରୀରକୁ ସୁସ୍ଥତା ପାଇଁ ଲୋକେ ବ୍ୟାୟାମ କରୁଛନ୍ତି । ତେବେ ସୁବର୍ଣ୍ଣପୁର ସହରରେ ତିଆରି ହୋଇଥିବା ନୂତନ ଫରେଷ୍ଟ ପାର୍କରେ ମନୋରମ ସନ୍ଧ୍ୟାରେ ବି ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

ଆସୁଛି ଶୀତ: ସୁବର୍ଣ୍ଣପୁର ଫରେଷ୍ଟ ପାର୍କରେ ଜମୁଛି ଭିଡ, ବେଶ୍ ଖୁସ୍ ସହରବାସୀ

ସେପଟେ ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି କୁସ୍ତି କସରତରେ ଆଗ୍ରହ ରଖିଥିବା ଖେଳାଳୀଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ତେବେ ଏହି ପାର୍କରେ ଆମୋଦ ପ୍ରମୋଦ ସହିତ ଶାରୀରିକ ବ୍ୟାୟାମ ପାଇଁ ପାର୍କ ଭିତରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣପୁର ସହର ପୌର ପରିଷଦ ଅଧିନରେ ଥିବା ଏହି ପାର୍କ ୫ ଏକରରୁ ଊର୍ଦ୍ଧ୍ବ ପରିମିତ ଯାଗାରେ ତିଆରି ହୋଇଛି । ସେପଟେ ବିଶ୍ରାମ ପାଇଁ ସିମେଣ୍ଟ ଚୌକି ଠାରୁ ଆରମ୍ଭ କରି ପିଇବା ପାଣି, ସାଇକେଲ ଷ୍ଟାଣ୍ଡ, ଛୋଟ ଛୋଟ ପିଲାଙ୍କ ଖେଳକୁଦ ପାଇଁ ଅନେକ ଖେଳ ସରଞ୍ଜାମର ବ୍ୟବସ୍ଥା କରାଯାଇଛି । ତେବେ ପାର୍କ ବାହାରେ ଛୋଟ ଛୋଟ ବ୍ୟବସାୟୀମାନେ ଚା ଜଳଖିଆ ମଧ୍ୟ ବିକ୍ରିବଟା ହେଉଛି ।

ସହରର ଏହି ପାର୍କ ଭିତରକୁ ପ୍ରବେଶ ପାଇଁ ଟିକେଟର ବ୍ୟବସ୍ଥା କରାଯାଇଛି । ଜଣପିଛା ୧୦ଟଙ୍କା ଟିକଟ ଦେୟ ଆଦାୟ କରାଯାଉଛି । ଯେଉଁ ଅର୍ଥରେ ପାର୍କ ପରିଚାଳନା କରିବା ସହିତ ପାର୍କରେ ନିୟୋଜିତ କରାଯାଇଥିବା କର୍ମଚାରୀଙ୍କ ଦରମା ଦେବା ପାଇଁ ପୌର ପରିଷଦ ନିଷ୍ପତ୍ତି ନେଇଛି । ହେଲେ ସହରବାସୀଙ୍କୁ ପାର୍କ ମଧ୍ୟକୁ ପ୍ରବେଶ ପାଇଁ ପ୍ରବେଶ ଶୁଳ୍କ ଛାଡ କରିବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated :Oct 23, 2021, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.