ETV Bharat / state

ଚଉଡା ହେବ ରାସ୍ତା, ଶରଧାପାଲିରେ ଜବରଦଖଲ ଉଚ୍ଛେଦ

author img

By

Published : May 17, 2023, 7:20 AM IST

eviction in subarnapur
ଶରଧାପାଲିରେ ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର ବିନିକା ରାଜ୍ୟ ରାଜପଥର ଶରଧାପାଲି ଛକରେ କିଛି ଜବରଦଖଲକାରୀ ସରକାରୀ ଜମି ଉପରେ ବିଭିନ୍ନ ପ୍ରକାରର ଦୋକାନ ବଜାର କରି ବ୍ୟବସାୟ କରୁଥିଲେ । ଏହାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ

ଶରଧାପାଲିରେ ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର: ଜିଲ୍ଲା ସଦର ତହସିଲ ପକ୍ଷରୁ ଶରଧାପାଲି ଛକରେ ଜବରଦଖଲ ଉଚ୍ଛେଦ କରାଯାଇଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ସଦର ତହସିଲଦାର ନବୀନ କିଶୋର ପାଢୀ ସ୍ବୟଂ ଶରଧାପାଲି ଗାଁକୁ ଯାଇ ସରକାରୀ ଜମି ଜବରଦଖଲ କରି ରଖିଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି । ସୁବର୍ଣ୍ଣପୁର ବିନିକା ରାଜ୍ୟ ରାଜପଥର ଶରଧାପାଲି ଛକରେ କିଛି ଜବରଦଖଲକାରୀ ସରକାରୀ ଜମି ଉପରେ ବିଭିନ୍ନ ପ୍ରକାରର ଦୋକାନ ବଜାର କରି ବ୍ୟବସାୟ କରୁଥିଲେ । ତେବେ ଜବରଦଖଲକାରୀଙ୍କ ପାଇଁ ଶରଧାପାଲି ରାସ୍ତା ସଙ୍କୁଚିତ ହୋଇ ଯାଇଥିଲା । ଫଳରେ ଗାଡି ମୋଟର ଯାତାୟାତରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଗତ ମାର୍ଚ୍ଚ 13 ତାରିଖରେ ଏହି ଛକରେ ଗାଁର ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ତିନି ଜଣ ଶିଶୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ଗାଁ ଲୋକଙ୍କ ପକ୍ଷରୁ ରାସ୍ତା କଡ଼ର ଜବରଦଖଲ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପାଖରେ ଦାବି ଆପତ୍ତି କରି ଆସୁଥିଲେ । ଦୁର୍ଘଟଣା ଦିନ ହିଁ ଗାଁ ଲୋକେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି କରିଥିଲେ । ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା ।

ଏହା ବି ପଢନ୍ତୁ...ଦେବୀ ନଦୀ ଗର୍ଭରେ ହେକ୍ଟର ହେକ୍ଟର ଜମି, ଭିଟାମାଟି ଛାଡୁଛନ୍ତି ଲୋକ

ଏବେ ବିନିକା-ସୁବର୍ଣ୍ଣପୁର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ବି ଚାଲିଥିବା ବେଳେ ଏହି କାର୍ଯ୍ୟରେ ଜବରଦଖଲକାରୀଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା । ସଦର ରାଜସ୍ବ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ଜମି ଛାଡି ଦେବା ପାଇଁ 14 ଜଣଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ଜବରଦଖଲକାରୀମାନେ ସରକାରୀ ଜମିରୁ ହଟି ନଥିଲେ ବରଂ ତାଙ୍କର ଦୈନନ୍ଦିନ ରୋଜଗାର ଓ ବ୍ୟବସାୟ କରିବା ପାଇଁ ଛକ ନିକଟରେ ପଞ୍ଚାୟତ ଜରିଆରେ ଥଇଥାନ କରିବାକୁ ଦାବି କରିଥିଲେ । ହେଲେ ରାଜସ୍ବ ବିଭାଗ ଜବରଦଖଲକାରୀଙ୍କ ଅଭିଯୋଗ ନଶୁଣି ଆଜି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି । ସଦର ତହସିଲଦାର, ଆଡିଶନାଲ ତହସିଲଦାର, ରାଜସ୍ବ ନୀରିକ୍ଷକ, ଅମିନ ଓ ପୋଲିସ ଉପସ୍ଥିତିରେ ଆଜି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଜବରଦଖଲ ଉଛେଦ କରାଯାଇଛି । ତେବେ ପ୍ରଶାସନର ଏହି ଆଇନଗତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହିତ ପୂର୍ବରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.