ETV Bharat / state

ଦେବୀ ନଦୀ ଗର୍ଭରେ ହେକ୍ଟର ହେକ୍ଟର ଜମି, ଭିଟାମାଟି ଛାଡୁଛନ୍ତି ଲୋକ

author img

By

Published : May 16, 2023, 2:14 PM IST

ଦେବୀ ନଦୀ ଯେ ଦିନ କଣ୍ଟିଶାଳ ପଞ୍ଚାୟତ ପାଇଁ କଣ୍ଟା ସାଜିବ କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । ନଦୀ ଗର୍ଭରେ ହଜାର ହଜାର ହେକ୍ଟର ଜମି ଲୀନ ହୋଇଛି ଫଳରେ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

villagers facing problem for devi river
ଦେବୀ ନଦୀ ଗର୍ଭରେ ହେକ୍ଟର ହେକ୍ଟର ଜମି

ଦେବୀ ନଦୀ ଗର୍ଭରେ ହେକ୍ଟର ହେକ୍ଟର ଜମି

ନିଆଳି: କଟକ ଜିଲ୍ଲା ନିଆଳି ବ୍ଳକର କଣ୍ଟିଶାଳ, କପାସି, ତିହୁରୀ ଏବଂ ନିର୍ଭରଣ ଓ ଆଖପାଖ ଅଞ୍ଚଳବାସୀଙ୍କୁ ଦୁଃଖ ଆଣିଛି ଦେବୀ ନଦୀ । ଏହି ଅଞ୍ଚଳକୁ ଧୋଇ ଅଞ୍ଚଳ ମଧ୍ୟ କୁହାଯାଏ । ନଦୀରେ ବନ୍ୟା ଆସିଲେ ବୁଡିଯାଏ ଏସବୁ ତଳିଆ ଅଞ୍ଚଳ ।‌ ଆଉ ଧୋଇ ହୋଇଥାଏ ବର୍ଷକର ଫସଲ ।‌ କାଠଯୋଡି ନଦୀରୁ ଉତ୍ପତ୍ତି ହୋଇଥିବା ଦେବୀ ନଦୀ କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲା ଦେଇ ସମୁଦ୍ରରେ ବିଲୀନ ହୋଇଛି । ଦେବୀ ନଦୀ ଦିନେ କଟକ ଜିଲ୍ଲା ନିଆଳି ବ୍ଲକର କଣ୍ଟିଶାଳ ପଞ୍ଚାୟତ ପାଇଁ କଣ୍ଟା ସାଜିବ ଏ କଥା ଦିନେ କେହି କେବେ ଭାବି ନଥିଲେ । ନଦୀ ଗର୍ଭରେ ହଜାର ହଜାର ହେକ୍ଟର ଜମି ଲୀନ ହୋଇଛି ଫଳରେ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

ଏହା ବି ପଢନ୍ତୁ...ମୋଦିଙ୍କୁ ଅଯୋଗ୍ୟ କହିଲେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ବାମୀ

ପ୍ରକୃତି ଆଗରେ ସମସ୍ତେ ନୀରବ । 1980 ମସିହାଠାରୁ ନିଜ ଭିଟାମାଟିଠାରୁ ଆରମ୍ଭ କରି ଚାଷ ଜମି ଦେବୀ ନଦୀର ଗର୍ଭରେ ବିଲୀନ ହୋଇଯାଇଛି । କେବଳ କଣ୍ଟିଶାଳ ନୁହେଁ ବରଂ ଦେବୀ ନଦୀ କୂଳରେ ଭିଟାମିନ ଓ ଧାନ ଜମି ହରାଇଛନ୍ତି ଶହଶହ ପରିବାର । ବିଳାଶୁଳି, ପହଙ୍ଗା, କପାସି, ନିର୍ଭରଣ ଏବଂ କଣ୍ଟିଶାଳ ପଞ୍ଚାୟତବାସୀ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । 1980 ମସିହା ଦେବୀ ନଦୀରେ ଭୟଙ୍କର ବନ୍ୟା ହୋଇଥିଲା ।‌ ବନ୍ୟାରେ କଣ୍ଟିଶାଳ ପଞ୍ଚାୟତର ଆଖପାଖ ଗାଁର‌ ଲୋକେ ବହୁ ପରିମାଣ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ । ଗୁଣ୍ତର ନିକଟରେ ଦେବୀ ନଦୀ ବନ୍ଧ ଭାଙ୍ଗି ଯାଇ ଜନଜୀବନ ବିପର୍ଯ୍ୟସ୍ତ ହୋଇଥିଲା । ଏହି ଭୟଙ୍କର ବନ୍ୟା ପାଣିରେ ଦେବୀ ନଦୀ ଗତିପଥ ପରିବର୍ତ୍ତନ ହୋଇଥିଲା ।‌ ନଦୀ କୂଳରେ ଥିବା ଅଞ୍ଚଳବାସୀଙ୍କ ଚାଷ ଜମି, ଭିଟାମାଟି ଘରଦ୍ବାର ଏପରି ଗୃହପାଳିତ ପଶୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ ।‌

ଜଗସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପଟରେ ପ୍ରଭାବିତ ଦେବୀ ନଦୀ ନିଆଳି ବ୍ଲକ କଣ୍ଟିଶାଳ ପଞ୍ଚାୟତବାସୀଙ୍କ ପାଇଁ ବିପଦର କାରଣ ହୋଇଛି।‌ ଜୀବନ ବିକଳରେ ଶହ ଶହ ପରିବାର ନଦୀ ଗର୍ଭରେ ନିଜର ଜମିବାଡ଼ି ଛାଡି ନିଜର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। 1980 ମସିହା ପରଠାରୁ ନିଆଳି ବ୍ଲକର ନଦୀ କୂଳିଆ ପଞ୍ଚାୟତବାସୀ ଦେବୀ ନଦୀର ବନ୍ୟା ଜଳ ଦ୍ବାରା ପ୍ରଭାବିତ ହୋଇ ଆସୁଛନ୍ତି।‌ କଣ୍ଟିଶାଳ ଠାରେ ନଦୀ ନଦୀ ବନ୍ଧ ବିପଦପୂର୍ଣ୍ଣ ବୋଲି ସରକାରୀ କାଗଜ ପତ୍ର ଦର୍ଶାଇ ସାରିଛି।‌ 1980 ମସିହା ଠାରୁ କଣ୍ଟିଶାଳ ଠାରେ ନିଆଳି ଜଳ ସମ୍ପଦ ଉପଖଣ୍ତ ପ୍ରତିବର୍ଷ ନଦୀ ବନ୍ଧରେ ପଥର ବ୍ରିଜ ନିର୍ମାଣ କରୁଛି ସତ କିନ୍ତୁ ଗୋଟିଏ ବନ୍ୟାରେ ସବୁ କିଛି ଶେଷ ହୋଇଯାଇଛି ।

ଏହା ବି ପଢନ୍ତୁ...ବିଜେଡି ବିଧାୟକ ଶଶୀ ଭୂଷଣ ଓ ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ

ଶହଶହ ହେକ୍ଟର ଜମି ନଦୀରେ ମିଶି ଯାଇଥିଲେ ସୁଦ୍ଧା ଏଯାବତ୍ ସ୍ଥାନୀୟ ଲୋକମାନେ ଖଜଣା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।‌ ଦିନ ଥିଲା ଦେବୀ ନଦୀ ଗର୍ଭରେ ଲୀନ ହୋଇଥିବା ଜମିରୁ ଏଠାକାର ଲୋକେ ବିଭିନ୍ନ ଫସଲ କରି ରୋଜଗାର କରୁଥିଲେ । କିନ୍ତୁ 1980 ମସିହା ପରଠାରୁ ସବୁ ବାଟ ବନ୍ଦ ହୋଇଛି । ଏ ଦିଗରେ ସରକାର କିଛି ସ୍ଥାୟୀ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.