ETV Bharat / state

ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିଳମ୍ବ

author img

By

Published : Mar 24, 2021, 11:59 AM IST

Delay in the construction of a new building of the main hospital
ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିଳମ୍ବ

ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି । ଜିଲ୍ଲାବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଆରମ୍ଭ ହୋଇ ପାରିନାହିଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ। ଆଜକୁ ତିନି ବର୍ଷରୁ ଅଧିକ ହେଲା ଭିତ୍ତିପ୍ରସ୍ତର ସ୍ଥାପନ ପରେ ବି ନିର୍ମାଣ ଆରମ୍ଭ ହୋଇ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ 24 ଜୁଲାଇ 2017ରେ ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାର ଶିଳାନ୍ୟାସ କରିଥିଲେ। 200 ଶଯ୍ୟା ବିଶିଷ୍ଟ ଏହି କୋଠା ନିର୍ମାଣ ପାଇଁ ପ୍ରଥମେ 55 କୋଟି ଟଙ୍କାର ଅନୁଦାନ ପାଇଁ ସରକାର ଅନୁମୋଦନ କରିଥିଲେ। ପରେ ଏହାକୁ 84 କୋଟି ଓ ଏବେ ଏହି କୋଠା ନିର୍ମାଣ ପାଇଁ 110 କୋଟିର ଅନୁଦାନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖକୁ ବ୍ୟୟ ଅଟକଳ ପଠାଯାଇଥିବା ଜଣା ପଡିଛି।

ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିଳମ୍ବ

ତେବେ ନୂତନ କୋଠା ସାତ ମହଲା ବିଶିଷ୍ଟ ହେବାକୁ ଥିବା ବେଳେ 300 ଶଯ୍ୟା ବିଶିଷ୍ଟ ହେବ ବୋଲି ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଜଣାପଡିଛି। ତେବେ 7 ନଭେମ୍ବର 2019ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ,5ଟି ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶୀକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ଡାକ୍ତରମାନଙ୍କ ସହିତ ଚିକିତ୍ସାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସ୍ୱାସ୍ଥ୍ୟ ଟିମ ପରିଦର୍ଶନ କରିବାର ଗୋଟିଏ ମାସ ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଗୋଟିଏ ମାସ ଭିତରେ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ।

ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟରେ ବେଶ ବିଳମ୍ବ ହେଉଛି। ସୂଚନା ଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲା ସହିତ ବୌଦ୍ଧ ଜିଲ୍ଲାର ପ୍ରାୟ 40 ଗୋଟି ପଞ୍ଚାୟତର ଲୋକେ ସୁବର୍ଣ୍ଣପୁର ଉପରେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ଏବେ ମାତ୍ର 120 ଶଯ୍ୟା ଚିକିତ୍ସାଳୟର କ୍ଷମତା ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ବୁଖିନ ହେଉଛନ୍ତି। ତେବେ ବାରମ୍ବାର ଘୋଷଣା ପରେ ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ହୋଇ ପାରୁ ନାହିଁ। ତେବେ ଅନେକ ବିଳମ୍ବ ପରେ ଜିଲ୍ଲାର ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ର ନିର୍ମାଣ ଚାଲିଥିବା ବେଳେ ତାହା ବି ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ତେବେ ଲୋକେ ଚିକିତ୍ସା ସେବାରେ ଅନେକ ସମସ୍ୟାର ସମ୍ବୁଖିନ ହେଉଥିବା ବେଳେ ଚିକିତ୍ସାଳୟ ନିର୍ମାଣ ହେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.