ETV Bharat / state

ପୌର ନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା

author img

By

Published : Mar 4, 2022, 8:23 PM IST

ପୌର ନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା
ପୌର ନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା

ସୁବର୍ଣ୍ଣପୁର ସଦର ପୌର ପରିଷଦ ନିର୍ବାଚନ ପାଇଁ ଧିରେଧିରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ପୌର ପରିଷଦ ନିର୍ବାଚନ ପାଇଁ ଧିରେଧିରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି । ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁଅରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗତ ଦୁଇ ମାର୍ଚ୍ଚରୁ ନାମାଙ୍କନ ପତ୍ର ବିକ୍ରୟ ଆରମ୍ଭ ହୋଇଛି ।

ପୌର ନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା

ତେବେ 15ଟି ୱାର୍ଡ ପାଇଁ 21ଟି ବୁଥ କରିବା ପାଇଁ ନିଷ୍ପତ୍ତି ହୋଇଛି । ସହରରେ ଗୋଟିଏ ମଡେଲ ବୁଥ ଓ ଦୁଇଟି ପିଙ୍କ ବୁଥ ଯେଉଁଠି କେବଳ ମହିଳା କର୍ମଚାରୀ ମାନେ ଭୋଟ ଗ୍ରହଣ କାର୍ଯ୍ୟକୁ ପରିଚାଳନା କରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସେହିପରି ଭୋଟ ବାକ୍ସ ଗୁଡିକ ପୌର ପରିଷଦ କାର୍ଯ୍ୟାଳୟ ଭିତରେ ପୋଲିସର କଡ଼ା ସୁରକ୍ଷା ଭିତରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ପୁରୁଣା ଟାଉନ ହଲଠାରେ ଭୋଟ ଗ୍ରହଣ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଗାମୀ 24 ତାରିଖରେ 15ଟି ୱାର୍ଡରେ 17 ହଜାର 745 ଜଣ ଭୋଟର ନିଜ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ବେଳେ 26 ତାରିଖରେ ଭୋଟ ଗଣତି କରାଯିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.