ETV Bharat / state

ନୂଆଁଖାଇ ପାଇଁ ସ୍ଥିର ହେଲା ଲଗ୍ନ

author img

By

Published : Aug 31, 2021, 9:35 PM IST

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭଲଗ୍ନ । ଆସନ୍ତା ସେପ୍ଟେମ୍ବର 11, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଅଧିକ ପଢନ୍ତୁ...

western odisha famous festival Nuakhai lagna finalise
ନୂଆଁଖାଇ ପାଇଁ ସ୍ଥିର ହେଲା ଲଗ୍ନ

ସମ୍ବଲପୁର : ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭଲଗ୍ନ । ଆସନ୍ତା ସେପ୍ଟେମ୍ବର 11, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି ।

ନୂଆଁଖାଇ ପାଇଁ ସ୍ଥିର ହେଲା ଲଗ୍ନ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି । ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଅନୁଷ୍ଠିତ ପଣ୍ଡିତ ଓ ବିଦ୍ବାନ ମାନଙ୍କ ବୈଠକ । ଚଳିତ ବର୍ଷର ନୂଆଁଖାଇ ପାଇଁ ଲଗ୍ନ ସ୍ଥିରୀକୃତ ହୋଇଛି। ଆସନ୍ତା ଭଦ୍ରକ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଇଂରାଜୀ ସେପ୍ଟେମ୍ବର ମାସ 11 ତାରିଖ ସକାଳ 10.15 ରୁ 10.25 ମଧ୍ୟରେ ମା’ ସମଲେଶ୍ବରୀଙ୍କ ଠାରେ ନୂଆଁ ଚାଉଳର ଭୋଗଲାଗି ହେବ । ଏହା ପରେ ଘରେ ଘରେ ନୂଆଁଖାଇ ପାଳନ ହେବ।

ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସଵରେ ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ବସିଥାଏ ଓ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଥାଏ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.